ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି। ଜନଗଣନା ପାଇଁ ସରକାର ତିଆରି କରିଛନ୍ତି ୩୩ଟି ପ୍ରଶ୍ନ । ଘର, ପରିବାର, ପରିବାରର ମୁଖ୍ୟ, ଗାଡି, ଜମିବାଡ଼ି, ପରିବାରକୁ ତଥ୍ୟ, LPG ପ୍ରମୁଖ ତଥ୍ୟ ସରକାରଙ୍କୁ ଦିଆଯିବ । ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯିବ । ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ନିଜେ ନିଜେ ଜନଗଣନା କରିପାରିବେ ଜନତା । ଜଣଗଣନାରେ ତଥ୍ୟ ଗୋପନୀୟ ରହିବ ।
୧୯୪୮ ଜଣ ଗଣନା ଏକ୍ଟ ଅନୁସାରେ ସବୁ କରାଯାଉଛି। ଜନଗଣନା କାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ନିବେଦନ କଲେ ଜନଙ୍ଗଣ ନା ନିର୍ଦ୍ଦେଶକ। ୧ ଲକ୍ଷ ଜନଗଣନାକାରୀ ସାମିଲ ହୋଇଛନ୍ତି। ଜନଗଣନାକାରୀଙ୍କୁ ୧୫୦ ରୁ ୨୦୦ ଘର ଆଲର୍ଟ କରାଯାଇଛି। ସେନସ୍ସ ପୋର୍ଟାଲରେ ମାପିଂ କରାଯାଇଛି। ଆସନ୍ତା ୧୫ ପରେ ଘରକୁ ଘର ଯାଇ ଜନଗଣନା କରାଯିବ।ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍‌ସାଇଟ ମାଧ୍ୟମରେ ଦେଇପାରିବେ । ଏହାପରେ ଭୁବନେଶ୍ୱରର ପ୍ରଥମ ନାଗରିକ ମେୟରଙ୍କର ମଧ୍ୟ ଜନଗଣନା କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ