
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହାମଲା ପ୍ରତିଶୋଧ ନେଲା ଭାରତ । ‘ଅପରେସନ୍ ସିନ୍ଦୂର’ ପାକିସ୍ତାନ ଉପରେ ମିସାଇଲ ମାଡ । ୯ ଆତଙ୍କୀ ଆଡ୍ଡା ଧ୍ୱଂସ । ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର ଉପରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭାରତର ମଧ୍ୟରାତ୍ରିରେ ମିସାଇଲ୍ ଆକ୍ରମଣ । ଲସ୍କର-ଇ- ତୋଇବା ଏଲଇଟି ଏବଂ ଜୈଶ ଇ ମହମ୍ମଦ ଜଇଏମ୍ ଆତଙ୍କୀ ଆଡ୍ଡା ମିସାଇଲ ମାଡରେ ଉଡେଇ ଦେଇଛି ଭାରତ ।
ଆତଙ୍କୀସ୍ତାନରେ ଆତଙ୍କ ଖେଳାଇଲା ଭାରତୀୟ ସେନା । ମଧ୍ୟରାତ୍ରୀରେ ପାକିସ୍ତାନୀଙ୍କର ହଜିଲା ନିଦ । ଅନ୍ଧାର ରାତିରେ ପହଲଗାମ୍ର ପ୍ରତିଶୋଧ ନେଲା ଭାରତ । ରାତି ଗୋଟାଏର ହେଲା ଆକ୍ରମଣ । ପାକିସ୍ତାନର ୯ଟି ସ୍ଥାନରେ ମିସାଇଲ ଆଟାକ କଲା ଭାରତ । ସମଗ୍ର ଅପରେସନକୁ ତଦାରଖ କରୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ । ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଶିବିର ଉପରେ ଆକ୍ରମଣ । ଏହା ପରେ ପାକିସ୍ତାନ ସେନା ପକ୍ଷରୁ ଏଲଓସିରେ ଗୁଳି ମାଡ ହୋଇଥିଲା । ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ଦୃଢ ଜବାବ ଦିଆଯାଇଛି ।








