ଅବହେଳିତ ଅବସ୍ଥାରେ ରାଜା ସାର ବାସୁଦେବ ସୁଢଳଦେବଙ୍କ ସମାଧି ସ୍ଥଳ

ଦେବଗଡ଼:ଅବହେଳିତ ଅବସ୍ଥାରେ ରହିଛି ବାମଣ୍ଡାର ତତ୍କାଳୀନ ରାଜା ସାର ବାସୁଦେବ ସୁଢଳଦେବଙ୍କ ସମାଧିସ୍ଥଳ। ତାଙ୍କର ସମାଧି ଅନାବନା ଘାସରେ ପରିପୂର୍ଣ୍ଣ ହୋଇଯାଇଛି। ବିଭିନ୍ନ ସମୟରେ ତାଙ୍କର ସମାଧିରୁ କଂକ୍ରିଟ ଖଣ୍ଡ ଖସିପଡୁଥିବାେବେଳ ତାହା ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ରହିଛି।ଓଡ଼ିଆ ଭାଷା ଅନ୍ଦୋଳନକୁ ଅଧିକ ତୀବ୍ରତର କରିବାରେ ରାଜା ସାର ବାସୁଦେବ ସୁଢଳଦେବଙ୍କ ଅବଦାନ ଅତୁଳନୀୟ। କିନ୍ତୁ ବର୍ତ୍ତମାନ ତାଙ୍କର ସମାଧି ଅବହେଳିତ ଅବସ୍ଥାରେ ପଡିରହିଥିବାବେଳେ ଏଥିପ୍ରତି କାହାରି ନଜର ପଡୁନାହିଁ । ଫଳରେ ଏ ନେଇ ଜିଲାର ସାହିତ୍ୟ ଏବଂ ସଂସ୍କୃତି ପ୍ରେମୀ ମାନଙ୍କମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏଥିସହିତ ସଂସ୍କୃତି ବିଭାଗ ପକ୍ଷରୁ ରାଜା ସାର ବାସୁଦେବ ସୁଢଳଦେବଙ୍କ ସମାଧିର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ସହ ଏହାର ସୌନ୍ଦର୍ଯ୍ୟକରଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।ସୂଚନା ଅନୁଯାୟୀ, ରାଜା ସାର ବାସୁଦେବ ସୁଢଳଦେବଙ୍କ ଶାସନ କାଳରେ ରାଜ୍ୟରେ ପ୍ରଥମ ଟେଲିଫୋନ ଲାଇନ ସଂଯୋଗ, କରତକଳସ୍ଥାପନ, ଡାକସେବା ଓ ଓଡିଆ ଭାଷା ଅନ୍ଦୋଳନକୁ ଅଧିକ ତୀବ୍ରତର କରିବା ଓ ପତ୍ରିକା ପ୍ରକାଶନ ମାଧ୍ୟମରେ ବାର୍ତ୍ତା ଲୋକଙ୍କ ପାଖରେ ପହଂଚାଇବାର ମହତ ଉଦ୍ଦେଶ୍ୟ ନେଇ ତତ୍କାଳୀନ ବାମଣ୍ଡାର ପ୍ରଜାନୁରାଗୀ ରାଜା ସାର ବାସୁଦେବ ସୁଢଳଦେବ ୧୮୮୬ରେ ତାଙ୍କ ରାଜଧାନୀ ଦେବଗଡର ମଧ୍ୟଭାଗରେ ନିର୍ମାଣ କରିଥିଲେ ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂ ପ୍ରେସ୍‍ । ଏହି ପ୍ରେସରୁ ୧୮୮୯ ମସିହା ମେ ୩୦ତାରିଖରେ ଓଡିଆଭାଷା ଆନ୍ଦୋଳନରପାଇଁ ନିଳମଣି ବିଦ୍ୟାରତ୍ନଙ୍କ ସଂପାଦନାରେ ପ୍ରକାଶିତ ହୋଇଥିଲା ‘ସମ୍ୱଲପୁର ହିତୈଷିଣୀ ପତ୍ରିକା’।ତେବେ ଏହି ପତ୍ରିକା ଭାଷା ଆନ୍ଦୋଳନକୁ ତୀବ୍ରତର କରିଥିଲା। ତାଙ୍କର ଶାସନ କାଳରେ ବାମଣ୍ଡା ରାଜ୍ୟ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ଜଳସେଚନ ଓ କୃଷି କ୍ଷେତ୍ରରେ ବହୁ ବିକଶିତ ଥିଲା।ସେହି ସମୟରେ ବ୍ରିଟିଶ ସରକାର ତାଙ୍କୁ ଉନ୍ନତିମୂଳକ କାର୍ଯ୍ୟ ଓ ସୁଶାସନ ପାଇଁ ତାଙ୍କୁ କେସିଆଇ ଉପାଧିରେ ସମ୍ମାନିତ କରିଥିଲେ।ତାଙ୍କର ସ୍ମୃତିରେ ପ୍ରଧାନପାଟସ୍ଥିତ ସ୍ଵର୍ଗଦ୍ଵାରରେ ତାଙ୍କର ସମାଧି ତିଆରି କରାଯାଇଥିଲା।କିନ୍ତୁ ତାହା ବର୍ତ୍ତମାନ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି।ତେବେ ଏହାକୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ସହ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ