ଆଇପିଏଲ୍‌: ଆଜି ଦିଲ୍ଲୀ କ୍ୟାପିଟାଲ୍ସ- ରାଜସ୍ଥାନ ରୟାଲ୍ସ ଟକ୍କର

ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) -୨୦୨୫ର ଆଜି ୩୨ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବେ।
ଅକ୍ଷର ପଟେଲଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପରାଜିତ ହୋଇଛି। ଦଳ ପ୍ରଥମ ୪ଟି ମ୍ୟାଚରେ ବିଜୟ ହାସଲ କରିଥିବାବେଳେ ​ଶେଷ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ନିକଟରୁ ପରାଜିତ ହୋଇଥିଲା। ବ୍ୟାଟିଂରେ ଲୋକେଶ ରାହୁଲ ଚମତ୍କାର ଫର୍ମରେ ରହିଥିବାବେଳେ ଫାଫ ଡୁପ୍ଳେସି, ଜ୍ୟାକ ଫ୍ରେଜର ମ୍ୟାକଗ୍ରୁକ, ତ୍ରିଷ୍ଟାନ ଷ୍ଟବ୍‌ସ ଓ ଆଶୁତୋଷ ଶର୍ମା ମଧ୍ୟ ରନ କରୁଛନ୍ତି। ମୁମ୍ବଇ ବିପକ୍ଷରେ ଦଳ ମଧ୍ୟ ଭାଗ ବ୍ୟାଟିଂ ବିଫଳତା ପାଇଁ ପରାଜିତ ହୋଇଥିଲା। ବୋଲିଂରେ ମିଚେଲ ​‌ଷ୍ଟାର୍କ, ଦିମୁତ ଚାମିରା. ଅକ୍ଷର ପଟେଲ ଓ କୁଳଦୀପ ଯାଦବ ସ୍ଥିର ପ୍ରଦର୍ଶନ କରୁଛନ୍ତି। ଉଭୟ କ୍ଷେତ୍ରକୁ ଦେଖିଲେ ଦିଲ୍ଲୀ ମୋଟ ଉପରେ ସ୍ଥିର ପ୍ରଦର୍ଶନ କରୁଛି। ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ଦଳ ବିଜୟ ଧାରାକୁ ଫେରିବା ନେଇ ନିଶ୍ଚିତ ଉଦ୍ୟମ କରିବ।
ସେହିପରି ସଞ୍ଜୁ ସାମସନଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍‌ସ ୬ଟି ମ୍ୟାଚରୁ ୨ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଦଳ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ କରୁଛି। ସାମସନ ଓ ସିମରନ ହେତମେୟାର ଏପର୍ୟ୍ୟନ୍ତ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ନୀତିଶ ରାଣା ମଧ୍ୟ ନିୟମିତ ରନ କରିବାରେ ବିଫଳ ହେଉଛନ୍ତି। ଯଶସ୍ବୀ ଜୟସୱାଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ୭୫ରନର ଇନିଂସ ଖେଳି ଫର୍ମକୁ ଫେରିଛନ୍ତି। ଧ୍ରୁବ ଜୁରେଲ ଓ ରିୟାନ ପରାଗ ମଧ୍ୟଭାଗରେ ରନ କରିବାକୁ ସଂଘର୍ଷ କରୁଛନ୍ତି। ଦଳକୁ ବ୍ୟାଟିଂ ବିଭାଗ ସୁଧାରିବାକୁ ପଡ଼ିବ।
ବୋଲିଂରେ ଜେଫ୍ରା ଆର୍ଚର, ତୁଷାର ଦେଶପାଣ୍ଡେ,ସନ୍ଦୀପ ଶର୍ମା, ମ​‌େ​‌ହଶ ତୀକ୍ଷଣା ଓ ୱାନିନ୍ଦୁ ହାସରଙ୍ଗା ରହିଛନ୍ତି। ଆର୍ଚରଙ୍କ ଛଡ଼ା ଅନ୍ୟ କୌଣସି ବୋଲର ଏପର୍ୟ୍ୟନ୍ତ ସେଭଳି ଉଲ୍ଲେଖନୀୟ ସଫଳତା ହାସଲ କରିପାରିନାହାନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ରାଜସ୍ଥାନ ରୟାଲ୍‌ସ ୩ଟି ଓ ଦିଲ୍ଲୀ କ୍ୟାପିଟାଲ୍‌ସ ୨ଟି ମ୍ୟାଚରେ ବିଜୟୀ ହୋଇଛି। ଚଳିତ ଆଇପିଏଲରେ ପ୍ରଦର୍ଶନକୁ ଦେଖିଲେ ରାଜସ୍ଥାନ ଅପେକ୍ଷା ଦିଲ୍ଲୀର ପ୍ରଦର୍ଶନ ଭଲ ରହିଛି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ