ଆଉ ରାଜନୀତି ନକରି ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ : ମୃତ ବଳଙ୍ଗା ଯୁବତୀଙ୍କ ବାପା

ବଳଙ୍ଗା: ପୁରୀରେ ବିଜେଡିର ହରତାଳକୁ ନେଇ ମୃତ ବଳଙ୍ଗା ଯୁବତୀଙ୍କ ବାପା ପୁଣି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ବହୁତ ଦୁଃଖରେ ଅଛୁ, ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ। ମୋ’ ଝିଅ ତ ରହିଲାନି, ଆମେ କାହାକୁ ଦୋଷ ଦେବାକୁ ଚାହୁଁନୁ। ଏଥିରେ ଆଉ ରାଜନୀତି ନ କରି ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ ବୋଲି ପୁଣି ଅନୁରୋଧ କରିଛନ୍ତି ମୃତ ବଳଙ୍ଗା ଯୁବତୀଙ୍କ ବାପା।
ସୂଚନା ଥାଉକି, ପୁରୀ ଜିଲାର ବଳଙ୍ଗାଠାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଉକ୍ତ ନାବାଳିକାଙ୍କ ଦେହରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏ ଘଟଣାରେ ପୋଲିସ ଆମୂଳଚୂଳ ତଦନ୍ତ ଜାରି ରଖିଥିଲା। ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ବୟାନରେ ପୀଡିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ସୂଚନା ମିଳିଥିଲା। ପରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ପୀଡ଼ିତା ଜଣକ।

ପୁରୀ: ବଳଙ୍ଗା ପୀଡ଼ିତା ଓ ବାଲେଶ୍ୱର ଏଫ୍‌ଏମ୍‌ କଲେଜ ପ୍ରସଙ୍ଗକୁ ନେଇ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ୬ ଘଣ୍ଟିଆ ହରତାଳ । ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ ଆନ୍ଦୋଳନ। ବିଜେଡିକର୍ମୀଙ୍କ ପକ୍ଷରୁ ବିଭିନ୍ନ ଛକରେ ପିକେଟିଂ କରିଛନ୍ତି। ବଡ଼ଦାଣ୍ଡରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ ବଜାର,କାର୍ୟ୍ୟାଳୟ, ଗାଡ଼ି ଚଳାଚଳ ବନ୍ଦ ରହିଛି। ପୀଡ଼ିତାଙ୍କ ନ୍ୟାୟ ଦାବିରେ ବିଜେଡ଼ି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଛି।

ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା ବଳଙ୍ଗା ପୀଡ଼ିତାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରି ବୟାନ ବଦଳାଇବା ପାଇଁ ବାଧ୍ୟ କରାଯାଇଛି । ପ୍ରଥମ ଦିନରୁ ପୀଡ଼ିତା ଓ ତାଙ୍କ ମା’ ନିଜେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରି ଏତଲା ଦାୟର କରିଥିଲେ । ପରବର୍ତ୍ତୀ ପରିସ୍ଥତିରେ ଦୁର୍ବୃତ୍ତଙ୍କୁ ବଞ୍ଚାଇବା ପାଇଁ ଶାସକ ଦଳର ଚାପରେ ପୁଲିସ ତଦନ୍ତର ମୋଡ଼ ବଦଳାଇ ଦେଇଥିଲେ।

ଗତ ଜୁଲାଇ ୧୯ତାରିଖରେ ବଳଙ୍ଗା ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଥିବାବେଳେ ୨ତାରିଖରେ ଦିଲ୍ଲୀ ଏମସରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ୩ତାରିଖ ବିଳମ୍ବିତ ରାତିରେ ପୈତୃକ ଗାଁରେ ପାର୍ଥିବ ଶରୀର ପହଞ୍ଚିବା ପରେ କର୍ମ କରାଯାଇ ପରଦିନ କବର ଦିଆଯାଇଥିଲା। ତେବେ ଘଟଣାରେ କୌଣସି ଅଭିଯୁକ୍ତ ଗିରଫ ହୋଇନଥିବାବେଳେ ପୀଡ଼ିତାଙ୍କ ମୃତ୍ୟୁ ଖବର ପରେ ଓଡ଼ିଶା ପୁଲିସ ସେ ଯାଏ ହୋଇଥିବା ତଦନ୍ତରେ କାହାର ସମ୍ପୃକ୍ତି ନଥିବା ଏକ୍ସରେ ପୋଷ୍ଟ କରିଥିଲା ।

  • Related Posts

    CM Launches Odisha Marine Biotechnology Research & Innovation Corridor

    Ground-breaking Marine Biotech Initiative to Make Odisha a Leader in Blue Economy- CM Bhubaneswar: Chief Minister Shri Mohan Charan Majhi today launched the Odisha Marine Biotechnology Research & Innovation Corridor…

    Continue reading
    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମ୍ମରେ କୂଟନୈତିକ ଲଢେଇ ତୀବ୍ର ହୋଇଛି । ରିପୋର୍ଟ ଅନୁଯାୟୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ପାକିସ୍ତାନ ସରକାର ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଥିବା ଜଣାପଡିଛି । ଏହା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    CM Launches Odisha Marine Biotechnology Research & Innovation Corridor

    ସର୍ବସାଧାରଣ ସ୍ଥାନରୁ ବୁଲା କୁକୁର ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ

    ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

    ଇସ୍ରାଏଲ ଆକ୍ରମଣରେ ୫ ଅଲ୍‌ ଜଜିରା ସାମ୍ବାଦିକ ମୃତ