ଆଜିଠାରୁ ରାଜ୍ୟରେ ଓମ୍‌ଫେଡ୍‌ କ୍ଷୀରର ନୂଆ ଦର ଲାଗୁ

ଭୁବନେଶ୍ୱର: କ୍ଷୀର ଦର ବୃଦ୍ଧି କଲା ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିଃ (OMFED)। ଆଜିଠାରୁ ରାଜ୍ୟରେ ଓମ୍‌ଫେଡ୍‌ କ୍ଷୀରର ନୂଆ ଦର ଲାଗୁ ହୋଇଛି।ଓମ୍‌ଫେଡ୍‌ର ଟୋନ୍‌ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ଏହା ୫୦ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୫୪ ଟଙ୍କାକୁ ବୃଦ୍ଧି ପାଇଛି।
ପ୍ରିମିୟର ଦୁଗ୍ଧ ଲିଟର ୫୪ ଟଙ୍କା ଥିବା ବେଳେ ଏଥିରେ ୪ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଆଜିଠାରୁ ପ୍ରିମିୟର ଦୁଗ୍ଧ ଲିଟର ପିଛା ୫୮ ଟଙ୍କା ହୋଇଛି। ଓମ୍‌ଫେଡ୍‌ର ଗୋଲ୍ଡ ପ୍ରିମିୟର ପ୍ଲସ୍ ଦୁଗ୍ଧ ଦର ମଧ୍ୟ ବୃଦ୍ଧି ପାଇଛି। ଏହି ବର୍ଗର ଦୁଗ୍ଧର ଦର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି। ଫଳରେ ୬୦ ଟଙ୍କାରେ ମିଳୁଥିବା ଗୋଲ୍ଡ ପ୍ରିମିୟର ପ୍ଲସ୍ ଦୁଗ୍ଧ ପାଇଁ ଏଣିକି ଗ୍ରାହକଙ୍କୁ ଲିଟର ପିଛା ୬୪ ଟଙ୍କା ଦେବାକୁ ପଡ଼ିବ। ଗୋଲ୍ଡ ପ୍ରିମିୟର ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଏହା ୫୬ ଟଙ୍କାରୁ ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଏହି ସବୁ କିସମର ଓମ୍‌ଫେଡ୍‌ କ୍ଷୀରର ୫୦୦ ମିଲିଲିଟର ପ୍ୟାକେଟ୍ ପିଛା ଦର ୨ ଟଙ୍କା ଲେଖାଏ ବଢ଼ିଛି।

  • Related Posts

    ଆସନ୍ତାକାଲି ଏହି ଜିଲ୍ଲାରେ ହେବ ପ୍ରବଳ କୁଆପଥର ମାଡ଼ !

    ଭୁବନେଶ୍ୱର:ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ରାୟଗଡ଼ାରେ ପ୍ରବଳ କୁଆପଥର ମାଡ଼ ହେବବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ାରେ ୫୦ରୁ ୬୦…

    Continue reading
    ଆସନ୍ତାକାଲି ଏହି ଜିଲ୍ଲାରେ ଭାଙ୍ଗିବ ଗଛ, ଉଡ଼ିବ ଛପର !

    ଭୁବନେଶ୍ୱର : ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ାରେ ୫୦ରୁ ୬୦ କିମି ବେଗରେ ଝଡ଼ବତାସ ହେବ । ବର୍ଷା ବି କାଚିବ । ଏହାର ପ୍ରଭାବରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ