ଆଜିଠୁ ଚମ୍ପିଆନ୍‌ସ ଟ୍ରଫି

କରାଚି: ବୁଧବାରଠାରୁ ଆଇସିସି ଚମ୍ପିଆନ୍‌ସ ଟ୍ରଫି ପାକିସ୍ତାନ ଓ ୟୁଏଇରେ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯିବ। ବୁଧବାର ପ୍ରଥମ ମ୍ୟାଚ୍‌ ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ୨୦୧୭ରେ ଶେଷଥର ଚମ୍ପିଆନ୍‌ସ ଟ୍ରଫି ଖେଳା ଯାଇଥିବା ବେଳେ ପାକିସ୍ତାନ ଚମ୍ପିଆନ୍‌ ହୋଇଥିଲା। ଏହାର ୮ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ପ୍ରଥମ ୨ଟି ସଂସ୍କରଣରେ ଏହାର ନାମ ଆଇସିସି ନକ୍‌ଆଉଟ୍‌ ଟ୍ରଫି ଥିବା ବେଳେ ୨୦୦୨ରୁ ଏହା ଚମ୍ପିଆନ୍‌ସ ଟ୍ରଫି ନାମରେ ଖେଳାଯାଉଛି। ଏହାକୁ ମିନି ବିଶ୍ବକପ୍‌ ମଧ୍ୟ କୁହାଯାଏ। ୨୦୨୩ ଦିନିକିଆ ବିଶ୍ବକପ୍‌ର ମାନ୍ୟତା ଅନୁସାରେ ୮ଟି ଦଳ ଚମ୍ପିଆନ୍‌ସ ଟ୍ରଫି ଖେଳିବାକୁ ଯାଉଛନ୍ତି। ମାର୍ଚ୍ଚ ୯ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ୍‌ ଖେଳାଯିବ। ପାକିସ୍ତାନର କରାଚି, ଲାହୋର ଓ ରାୱଲପିଣ୍ଡିରେ ମ୍ୟାଚ୍‌ ଖେଳାଯିବ। ପାକିସ୍ତାନ ଯିବାକୁ ଭାରତୀୟ ଦଳକୁ ଅନୁମତି ନ ମିଳିବାରୁ ଚମ୍ପିଆନ୍‌ସ ଟ୍ରଫି ହାଇବ୍ରିଡ୍‌ ମଡେଲ୍‌ରେ ଖେଳାଯିବ। ଭାରତ ୩ଟିଯାକ ଲିଗ୍‌ ମ୍ୟାଚ୍‌ ଦୁବାଇରେ ଖେଳିବ। ଭାରତ ଯଦି ସେମିଫାଇନାଲ ଓ ଫାଇନାଲରେ ପହଞ୍ଚେଟ୍ଟ ଏହି ମ୍ୟାଚ୍‌ ମଧ୍ୟ ଦୁବାଇରେ ଖେଳାଯିବ। ଚମ୍ପିଆନ୍‌ସ ଟ୍ରଫିର ୮ ଦଳଙ୍କୁ ୨ଟି ଗ୍ରୁପ୍‌ରେ ରଖାଯାଇଛି। ଗ୍ରୁପ୍ ‘ଏ’​ରେ ପାକିସ୍ତାନ, ଭାରତ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ରହିଛନ୍ତି। ଗ୍ରୁପ୍‌ ‘ବି’ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆଫ୍‌ଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ଟୁର୍ଣ୍ଣାମେଣ୍ଟର ୧୫ଟିଯାକ ମ୍ୟାଚ୍‌ ଭାରତୀୟ ସମୟ ଅପରାହ୍‌ଣ ୨.୩୦ରୁ ଆରମ୍ଭ ହେବ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ