ଆଜିଠୁ ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା

ପୁରୀ: ସୋମବାରଠାରୁ ଆରମ୍ଭ ହେବ ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା । ଏହା ଡିସେମ୍ବର ୧୮ ତାରିଖରେ ସରିବ । ଏହି ଜନଗଣନାକୁ ସଫଳ କରିବା ନିମନ୍ତେ ଆଇସିଏଆର (ସେଣ୍ଟ୍ରାଲ ମେରାଇନ ଫିସରିଜ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌) ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଜନଗଣନାକୁ ତ୍ରୁଟିମୁକ୍ତ ଓ ସୁବିଧା ନିମନ୍ତେ ବ୍ୟାସ (ଭିୱାଇଏଏସ୍‌) ଭାରତ ମୋବାଇଲ ଆପ୍‌ ପ୍ରସ୍ତୁତ କରାଯାଇଛି । ଆମ ରାଜ୍ୟର ୬ଟି ସମୁଦ୍ରକୂଳିଆ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବସବାସ କରୁଥିବା ତଥା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ନିର୍ଭରଶୀଳ ପରିବାର ସର୍ଭେ କରାଯିବ । ଆମ ରାଜ୍ୟର ପୁରୀ ସମେତ ୬ ଜିଲ୍ଲାରେ କେତେ ମତ୍ସ୍ୟଜୀବୀ ପରିବାର ବାସ କରୁଛନ୍ତି, ସେମାନଙ୍କ କୌଳିକ ବୃତ୍ତି, ଡଙ୍ଗା, ଜାଲ, ଘର, ଜୀବନ ନିର୍ବାହରେ ପରିବର୍ତ୍ତନ, ମୌଳିକ ଆବଶ୍ୟକତା, ପାରିବାରିକ ସ୍ଥିତି ପ୍ରଭୃତି ସମସ୍ତ ଜିନିଷର ଟିକନିଖି ବିଷୟ ଏହି ଜନଗଣନାରେ ସଂଗ୍ରହ କରାଯିବ ।

୨୦୧୬ରେ ଏହି ଜନଗଣନା ହୋଇଥିଲା । ପ୍ରତି ୫ ବର୍ଷରେ ଥରେ ଏହି ଜନଗଣନା କରାଯାଇ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ସ୍ଥିତି ଯାଞ୍ଚ କରାଯାଉଛି । ଏହାଦ୍ୱାରା ସେମାନଙ୍କ ପାରିବାରିକ ସ୍ଥିତି ସମ୍ପର୍କରେ ସରକାର ଜାଣିବା ସହ ଆବଶ୍ୟକତା ପୂରଣ ନିମନ୍ତେ ପଦକ୍ଷେପ ନେଇଥାଆନ୍ତି । ଏହାର ପ୍ରଭାବ ମଧ୍ୟ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଉପରେ ପଡ଼ୁଛି । ମାତ୍ର ୨୦୨୧ରେ ହେବାକୁ ଥିବା ଜନଗଣନା କରୋନା ମହାମାରୀ ଯୋଗୁଁ ହୋଇପାରିନଥିଲା । ସରକାର ଚଳିତ ବର୍ଷ ଏହି ଜନଗଣନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ସର୍ଭେରେ ଓଡ଼ିଶାର ୬ ଜିଲ୍ଲାରେ ୫୫ ମତ୍ସ୍ୟ ଅବତରଣ ପୋତ, ୭୩୯ ମତ୍ସ୍ୟଜୀବୀ ଗ୍ରାମ, ୧ ଲକ୍ଷ ୧୫ ହଜାର ୨୨୮ ମତ୍ସ୍ୟଜୀବୀ ପରିବାର, ୯୨ ହଜାର ୫୬୯ ମତ୍ସ୍ୟଜୀବୀ ବୃତ୍ତିଧାରୀ ପରିବାର ଓ ୫ ଲକ୍ଷ ୧୭ ହଜାର ୬୨୩ ଜଣ ମତ୍ସ୍ୟଜୀବୀ ଥିବା ସର୍ଭେରୁ ଜଣାପଡ଼ିଥିଲା।

  • Related Posts

    ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ଚଣ୍ଡୀ ପ୍ରସାଦ ଉତ୍କଳ ଓ ଅର୍କ କୁମାର ଦାସ ରେଭେନ୍ସାର କୁଳପତି

    ୦୬।୦୪।୨୦୨୬,ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି ଆଜି ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ…

    Continue reading
    ଆଇକାର୍ଡ ଦେଖାଇ ୫ କେଜିଆ ସିଲିଣ୍ଡର ନେବେ ଛାତ୍ରଛାତ୍ରୀ ଓ ଶ୍ରମିକ

    ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍‌ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ