୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି ବଲାଙ୍ଗୀରରେ ବଲ୍ଲଭ ଧରୁଆ (ଅଧ୍ୟକ୍ଷ), ଜୟନ୍ତୀ ଭୋଇ (ଉପାଧ୍ୟକ୍ଷ), ବାଲେଶ୍ୱରରେ ବିପିନ ମାରାଣ୍ଡି ଓ ଝରଣା ସିଂହ ଯଥାକ୍ରମେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ।
ଅପରପକ୍ଷରେ ବରଗଡ଼ରେ ଗୋବର୍ଦ୍ଧନ ଭୁୟେ (ଅଧ୍ୟକ୍ଷ), ତିଳୋତ୍ତମା ଭୁୟେ (ଉପାଧ୍ୟକ୍ଷ), ବୌଦ୍ଧରେ ଦମରୁଧର କହଁର (ଅଧ୍ୟକ୍ଷ), ଝରଣା ଜାନି (ଉପାଧ୍ୟକ୍ଷ), ଦେବଗଡ଼ରେ ପ୍ରଶାନ୍ତ ବେହେରା (ଅଧ୍ୟକ୍ଷ), ପ୍ରମିଳା କିସାନ (ଉପାଧ୍ୟକ୍ଷ), ଢେଙ୍କାନାଳରେ ନାଉରୀ ସିଂ (ଅଧ୍ୟକ୍ଷ), ସେବତୀ ଭୋଇ (ଉପାଧ୍ୟକ୍ଷ), ଗଜପତିରେ କାମଦେବ ବଡ଼ନାୟକ (ଅଧ୍ୟକ୍ଷ), ପଙ୍କଜିନୀ ଦଳାଇ (ଉପାଧ୍ୟକ୍ଷ) ଭାବେ ନିଯୁକ୍ତ ପାଇଛନ୍ତି । ଯେତେବେଳେକି ଗଞ୍ଜାମ ଏସଡ଼ିସିର ଅଧ୍ୟକ୍ଷ ଭାବେ ନୀଳମାଧବ ପାତ୍ର ଓ ଉପାଧ୍ୟକ୍ଷ ଭାବେ ଲଳିତା ପ୍ରଧାନ ନିଯୁକ୍ତି ପାଇଛନ୍ତି । ଯାଜପୁରରେ ରାଜେନ୍ଦ୍ର କୁନ୍ଦୁଲିଆଙ୍କୁ ଅଧ୍ୟକ୍ଷ ଓ ଶନି ଜରିକା ଉପାଧ୍ୟକ୍ଷ, ଝାରସୁଗୁଡ଼ାରେ ସାମଲ ନାଏକ ଅଧ୍ୟକ୍ଷ ଓ ସଂଯୁକ୍ତା ଓରାମ୍‌ ଉପାଧ୍ୟକ୍ଷ, କଳାହାଣ୍ଡିରେ ବିଜୟ କୁମାର ଦିଶାରୀ ଅଧ୍ୟକ୍ଷ ଓ ରୀନା ଭୋଇ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ।
କନ୍ଧମାଳ ଏସଡ଼ିସିର ଅଧ୍ୟକ୍ଷ ଭାବେ ମାନଗୋବିନ୍ଦ ପ୍ରଧାନ ଓ ଉପାଧ୍ୟକ୍ଷା ଭାବେ କଳ୍ପନା କୁମାର କହଁର, କେନ୍ଦୁଝରରେ ମମିତା ନାଏକଙ୍କୁ ଅଧ୍ୟକ୍ଷ ଓ ମାନସ ନାଏକଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । କୋରାପୁଟରେ ଅଧ୍ୟକ୍ଷ ଭାବେ ଭଗବାନ ମୁଦୁଲି ଓ ଉପାଧ୍ୟକ୍ଷ ଭାବେ ସୁକାନ୍ତି ମାଝୀ, ମାଲକାନଗିରିରେ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଦି ଓ ଉପାଧ୍ୟକ୍ଷା ଭାବେ ସାବିତ୍ରୀ ପଡ଼ିଆମୀ, ମୟୂରଭଞ୍ଜରେ ଡକ୍ଟର ବୁଧନ ମୁର୍ମୁ (ଅଧ୍ୟକ୍ଷ) ଓ କୌଶଲ୍ୟା ନାୟକ ଉପାଧ୍ୟକ୍ଷ ଭାବେ, ନବରଙ୍ଗପୁରରେ ବାସନ୍ତୀ ମାଝୀ ଅଧ୍ୟକ୍ଷା ଓ ଲିଙ୍ଗରାଜ ଭତ୍ରା ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ନୟାଗଡ଼ରେ ଅଧ୍ୟକ୍ଷ ଭାବେ ତ୍ରିନାଥ ମଲ୍ଲିକ, ଉପାଧ୍ୟକ୍ଷ ଭାବେ ସସ୍ମିତା ଦେହୁରୀ, ନୂଆପଡ଼ାରେ ଅଧ୍ୟକ୍ଷ ଭାବେ ଇ. ହୋମସିଂ ମାଝୀ ଓ ଉପାଧ୍ୟକ୍ଷ ଭାବେ ବେଲମତି ମାଝୀଙ୍କୁ ନିଯୁକ୍ତି ଦିଆଯାଇଛି । ରାୟଗଡ଼ାରେ ଅଧ୍ୟକ୍ଷ ଭାବେ ବିଦ୍ୟାଧର ଶବର ଓ ଉପାଧ୍ୟକ୍ଷ ଭାବେ ମଞ୍ଜୁଳା ମିଣିଆକା, ସମ୍ବଲପୁରରେ ଅଧ୍ୟକ୍ଷ ଭାବେ ଭଗିନ୍ଦ୍ର କିସାନ ଓ ସୁଷମା ମୁଣ୍ଡା ଏବଂ ସୁନ୍ଦରଗଡ଼ରେ ଅଧ୍ୟକ୍ଷ ଭାବେ ସନ୍ତୋଷ କୁମାର ଅମାତ ଓ ଉପାଧ୍ୟକ୍ଷ ଭାବେ ଗାଙ୍ଗୀ କିଣ୍ଡୋ ନିଯୁକ୍ତି ପାଇଛନ୍ତି ।

  • Related Posts

    ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକାଙ୍କୁ ସମ୍ବର୍ଦ୍ଧନା

    ରାଇକିଆ: କନ୍ଧମାଳ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ମନୋନୀତ ହୋଇଥିବା ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଭାଜପା ପକ୍ଷରୁ ଅଭିନନ୍ଦନ ସହ ସମ୍ବର୍ଦ୍ଧିତ କରାଯାଇଛି। ଦଳରେ ତାଙ୍କର ଦାୟିତ୍ୱ ଓ ସାଙ୍ଗଠନିକ କାର୍ଯ୍ୟକୁ ନେଇ ଦଳୀୟ…

    Continue reading
    ଏଣିକି ମାସକୁ ୨ ଥର ବସିବ କ୍ୟାବିନେଟ୍‌ ବୈଠକ

    ଭୁବନେଶ୍ୱର: ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବ । ବିଶେଷ କରି କ୍ୟାବିନେଟ୍ ନିଷ୍ପତ୍ତିର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ତେଣୁ ଏଣିକି ପ୍ରତିମାସରେ ଦୁଇଥର କ୍ୟାବିନେଟ ବୈଠକ ବସିବ । ଏଥିପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ