
ରାଇକିଆ: କନ୍ଧମାଳ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ମନୋନୀତ ହୋଇଥିବା ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଭାଜପା ପକ୍ଷରୁ ଅଭିନନ୍ଦନ ସହ ସମ୍ବର୍ଦ୍ଧିତ କରାଯାଇଛି। ଦଳରେ ତାଙ୍କର ଦାୟିତ୍ୱ ଓ ସାଙ୍ଗଠନିକ କାର୍ଯ୍ୟକୁ ନେଇ ଦଳୀୟ ନେତା ଓ କର୍ମୀମାନେ ଶୁଭେଚ୍ଛା ଜଣାଇଥିଲେ।ଏହି ଅବସରରେ ଭାଜପା ଜିଲା ସଭାପତି ପଣ୍ଡିତ ବିଶୀ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ସୁକାନ୍ତ ସାହୁ,ଜିଲ୍ଲା ଉପସଭାପତି ଝୁଲିମା ଦଳବେହେରା,ଜିଲ୍ଲା କୋଷାଧ୍ୟକ୍ଷ କୈଳାଶ ଚନ୍ଦ୍ର ପଣ୍ଡା, ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ଯୁବମୋର୍ଚ୍ଚା ସଭାପତି ଧରଣୀଧର କଂହରଙ୍କ ସମେତ ବହୁ ବରିଷ୍ଠ ନେତା ଓ ଦଳୀୟ କର୍ମୀ ଉପସ୍ଥିତ ରହି ଗୀତାଞ୍ଜଳିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକାରିଣୀ ସଦସ୍ୟ ନାରାୟଣ ପାତ୍ର,ରାଇକିଆ ମଣ୍ଡଳ
ଉପସଭାପତି ଦିପକ ମହାରଣା,ସାଧାରଣ ସମ୍ପାଦକ ଦିପ୍ତିରଞ୍ଜନ ପ୍ରଧାନ,ସନକ ଦିଗାଳ,ସମ୍ପାଦକ ଜିତେନ୍ଦ୍ର କୁମାର ମଲ୍ଲିକ, ରଜତ କୁମାର ଘଡାଇ, କୋଷାଧ୍ୟକ୍ଷ ଅରୁଣ କୁମାର ପଣ୍ଡା,ଅଭିମନ୍ୟୁ ପଣ୍ଡା, ବିପିନ ବିହାରୀ ପଣ୍ଡା, ମିଟୁ ବିଶ୍ୱାଳ ଉପସ୍ଥିତ ରହିଥିଲେ.ସମ୍ବର୍ଦ୍ଧନା ଉତ୍ସବ ରେ ଶ୍ରୀମତୀ ନାୟକ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହଯୋଗ ଓ ମାର୍ଗଦର୍ଶନରେ ସେ ନୂତନ ଦାୟିତ୍ୱ ତୁଲାଇବେ। ଦଳକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ ଓ ସଂଗଠିତ କରିବା ସହ ମହିଳାମାନଙ୍କୁ ଦଳୀୟ ସଂଗଠନ ସହ ଅଧିକ ସଂଯୋଜିତ କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




