ଆଜି ଆଇପିଏଲ୍‌ ଫାଇନାଲ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ୨୦୨୫ର ଆଜି ଶେଷ ମ୍ୟାଚ୍‌। ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ ରେ ଆରମ୍ଭ ହୋଇଥିଲା, ପ୍ରାୟ ଅଢ଼େଇ ମାସ ପରେ ଏବେ ଏହା ଫାଇନାଲ ପର୍ଯ୍ୟାୟରେ ପହଂଚି ସାରିଛି। ଲିଗ୍ ପର୍ଯ୍ୟାୟ ଏବଂ ପ୍ଲେଅଫ୍ ମ୍ୟାଚ୍ ର ଚ୍ୟାଲେଞ୍ଜକୁ ଅତିକ୍ରମ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ୍ ଟାଇଟଲ୍ ମୁକାବିଲାରେ ପ୍ରବେଶ କରିଛନ୍ତି। ଫାଇନାଲ ମ୍ୟାଚ୍ ଜୁନ ୩ରେ (ଆଜି) ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ଚଳିତ ଆଇପିଏଲରେ ପଞ୍ଜାବ ଆଉ ବେଙ୍ଗାଲୁରୁ ବେଶ ଶକ୍ତିଶାଳୀ ଦଳ । ଏହି ଦୁଇ ଦଳ ପାଖରେ ଦୃଢ଼ ବ୍ୟାଟିଂ ଲାଇନ ଅପ ଆଉ ଦୁର୍ଦ୍ଧର୍ଷ ବୋଲର ରହିଛନ୍ତି । ତେଣୁ ଆଜିର ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ଉଭୟ ଦଳ ଚଳିତ ଆଇପିଏଲରେ ପରସ୍ପରକୁ ୨ଥର ଭେଟିଛନ୍ତି ଯେଉଁଥିରେ ପଞ୍ଜାବ ଥରେ ଆଉ ବେଙ୍ଗାଲୁରୁ ଥରେ ବିଜୟୀ ହୋଇଛି । ସେହିପରି ଉଭୟ ଦଳ ଆଇପିଏଲରେ ମୋଟ ୩୬ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଉଭୟ ୧୮ଥର ଲେଖାଏଁ ବିଜୟୀ ହୋଇଛନ୍ତି । କହିବାକୁ ଗଲେ ଉଭୟ ଦଳଙ୍କ ପଲ୍ଲା ସମାନ ରହିଛି । ଆଉ ଶକ୍ତି ବି ସମାନ । କେହି କାହାଠାରୁ କମ୍ ନୁହନ୍ତି । ତେଣୁ ଦେଖିବା ବାକି ରହିଲା ଆଜିର ମ୍ୟାଚରେ କିଏ ପିନ୍ଧୁଛି ଆଇପିଏଲର ପ୍ରଥମ ତାଜ୍ ।

ଗତ ଋତୁରେ କେକେଆର୍‌କୁ ବିଜେତା କରିଥିବା ଶ୍ରେୟସ ଆୟରଙ୍କ ପାଇଁ କିନ୍ତୁ ହ୍ୟାଟ୍ରିକ୍ ଟ୍ବେଣ୍ଟି-୨୦ ଟ୍ରଫି ଜିତିବା ଅଧିନାୟକର ଗୌରବ ମିଳିପାରିବ। ଦିଲ୍ଲୀ କ୍ୟାପିଟାଲ୍ସ,‌ କେକେଆର୍ ପରେ ତୃତୀୟ ଦଳକୁ ଫାଇନାଲ୍ ନେବାର ବିରଳ ସଫଳତା ବି ପାଇଛନ୍ତି। ପଞ୍ଜାବ କିଙ୍ଗ୍ସ ୧୧ ବର୍ଷ ପରେ ଫାଇନାଲ୍ ଖେଳିବାକୁ ଯାଉଛି। ଲିଗ୍ ଟପ୍ପର ହେବାର ଆତ୍ମବିଶ୍ବାସ ଓ କ୍ବାଲିଫାୟାର-୨ରେ ୫ ଥର ବିଜେତା ମୁମ୍ବାଇକୁ ପରାସ୍ତ କରିବା ପରେ ଆୟରଙ୍କ ଦଳର ଆତ୍ମବିଶ୍ବାସ ବି ଆକାଶଛୁଆଁ ରହିଛି।

  • Related Posts

    ‘ଇଣ୍ଡିଆ ସ୍କିଲ୍ସ’ ଜାତୀୟ ପ୍ରତିଯୋଗିତାରେ ‘ଟିମ୍ ଓଡ଼ିଶା’ର ଶ୍ରେଷ୍ଠ ପ୍ରଦର୍ଶନ , ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ ପଦକ ଜିତିଲା

    ଭୁବନେଶ୍ଵର : ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର…

    Continue reading
    ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

    କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ