ଆଜି ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ

ନାଗପୁର : ଟ୍ବେଣ୍ଟି୨୦ ଶୃଙ୍ଖଳା ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଉପରେ ନଜର। ଆଜି ଭିସିଏ ଷ୍ଟାଡିୟମ୍‌ରେ ପ୍ରଥମ ଦିନିକିଆ ଖେଳାଯିବ। ଏହି ମ୍ୟାଚ୍‌ରୁ ଉଭୟ ଦଳର ଚମ୍ପିଆନ୍ସ ଟ୍ରଫି ପ୍ରସ୍ତୁତି ଆରମ୍ଭ ହେବ। ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଭାରତୀୟ ସ୍ପିନରଙ୍କ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ବିଫଳ ହେବାରୁ ଏହା ୧-୪ରେ ପରାସ୍ତ ହୋଇଥିଲା। ଦିନିକିଆ ଶୃଙ୍ଖଳାରେ ମଧ୍ୟ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ ଭାରତୀୟ ସ୍ପିନରଙ୍କଠାରୁ କଡ଼ା ଆହ୍ବାନର ସମ୍ମୁଖୀନ ହେବେ। ତେବେ ଜୋ ରୁଟ୍‌ ଦଳକୁ ଫେରିଥିବାରୁ ଇଂଲଣ୍ଡର ବ୍ୟାଟିଂ ମଜ୍‌ଭୁତ ହୋଇଛି। ଭାରତରେ ରୁଟ୍ ବହୁତ ରନ୍‌ କରିଛନ୍ତି। ସ୍ପିନ୍ ବିପକ୍ଷ​‌େ​‌ର ରୁଟ୍‌ ଭଲ ବ୍ୟାଟ୍‌ସମ୍ୟାନ ଓ ଫର୍ମରେ ଅଛନ୍ତି। ଅନ୍ୟପକ୍ଷରେ ଟେଷ୍ଟ କ୍ରିକେଟ୍‌ର ବିଫଳତା ପରେ ରୋହିତ ଶର୍ମା ଓ ବିରାଟ କୋହଲି ସେମାନଙ୍କ ପ୍ରିୟ ଫର୍ମାଟ ଦିନିକିଆକୁ ଫେରିଛନ୍ତି। ରୋହିତ ଇନିଂସ ଓପନ୍‌ କରି ଦ୍ରୁତ ରନ୍‌ ସ୍କୋର୍‌ କରିବାର ପ୍ରୟାସ କରିବେ ଏବଂ କୋହଲି ଲମ୍ବା ଇନିଂସ ଖେଳିବେ। ରୋହିତ, କୋହଲିଙ୍କ ଏହି ରଣନୀତି ଯୋଗୁଁ ଭାରତ ଗତ ଦିନିକିଆ ବିଶ୍ବକପ୍‌ର ଫାଇନାଲ ଖେଳିଥିଲା। ଏମାନଙ୍କ ସହ ଦଳକୁ ଶ୍ରେୟସ ଆୟର, କେ.ଏଲ୍‌. ରାହୁଲ ଓ ରବୀନ୍ଦ୍ର ଜାଡ଼େଜା ଫେରିଛନ୍ତି। ତେବେ ଯଶପ୍ରୀତ ବୁମ୍‌ରା ଆହତ ହୋଇ ଶୃଙ୍ଖଳାରୁ ବାଦ୍‌ପଡ଼ିବା ଦଳ ପାଇଁ ଶକ୍ତ ଧକ୍କା। ପ୍ରଶିକ୍ଷକ ଭାବେ ଗୌତମ ଗମ୍ଭୀର ପ୍ରଥମ ଦିନିକିଆ ଶୃଙ୍ଖଳା ଜିତିବାକୁ ଚାହିଁବେ। ଗତବର୍ଷ ଅଗଷ୍ଟରେ ଭାରତ ଶେଷଥର ଦିନିକିଆ ଶୃଙ୍ଖଳା ଖେଳି ୦-୨ରେ ପରାସ୍ତ ହୋଇଥିଲା। ଇଂଲଣ୍ଡ ଏକ ଶକ୍ତିଶାଳୀ ଦିନିକିଆ ଦଳ। ଏହା ବିପକ୍ଷରେ ଦିନିକିଆ ଶୃଙ୍ଖଳା ବିଜୟ ଚମ୍ପିଆନ୍‌ସ ଟ୍ରଫି ଭାରତୀୟ ଦଳକୁ ଦୃଢ଼ ମନୋବଳ ଦେବ। ଶୁବ୍‌ମାନ ଗିଲ୍‌ଙ୍କ ସହ ରୋହିତ ଇନିଂସ ଓପନ୍‌ କରିବେ। ଫଳରେ ଯଶସ୍ବୀ ଜୟସୱାଲଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ୱିକେଟ୍‌ ରକ୍ଷକ ଭାବେ କେ.ଏଲ୍‌. ରାହୁଲ ଓ ଋଷଭ ପନ୍ତଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଥିଲେ ହେଁ ରାହୁଲଙ୍କ ଖେଳିବା ସମ୍ଭାବନା ଅଧିକ। ବର୍ଡର-ଗାଭାସ୍କର ଟ୍ରଫିରେ ରାହୁଲ ଭଲ ପ୍ରଦର୍ଶନ କରିଥିବା ବେଳେ ପନ୍ତ ୱିକେଟ୍‌ ଫିଙ୍ଗି ଚାଲିଥିଲେ। ଶ୍ରେୟସ ଆୟର ମଧ୍ୟକ୍ରମରେ ଖେଳିବା ନିଶ୍ଚିତ। ଅଲ୍‌ରାଉଣ୍ଡର ଭାବେ ହାର୍ଦିକ ପାଣ୍ଡ୍ୟା ଖେଳିବେ। ହାର୍ଦିକ ଦଳର ୬ଷ୍ଠ ବୋଲର ଭୂମିକା ନିର୍ବାହ କରିବେ। କୁଲଦୀପ ଯାଦବଙ୍କ ସହ ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରୁ ଦୁଇ ଜଣ ସ୍ପିନର ଭାବେ ଖେଳିପାରନ୍ତି। ମହମ୍ମଦ ସାମି ଭାରତୀୟ ପେସ୍‌ ଆକ୍ରମଣର ନେତୃତ୍ବ ନେବେ। ତାଙ୍କ ନୂଆ ବଲ୍‌ ଯୋଡ଼ି ହେବେ ଅର୍ଶଦୀପ ସିଂହ। ଭାରତୀୟ ଟି୨୦ ଦଳରୁ ୯ ଜଣ ଦିନିକିଆ ଦଳରେ ନାହାନ୍ତି। ହେଲେ ଇଂଲଣ୍ଡର ଟି୨୦ ଦଳର ପ୍ରାୟ ସମସ୍ତ ଖେଳାଳି ଦିନିକିଆ ଦଳରେ ଅଛନ୍ତି। ଟ୍ବେଣ୍ଟି୨୦ ଶୃଙ୍ଖଳା ପରି ବେନ୍‌ ଡକେଟ୍‌ ଓ ଫିଲ୍‌ ସଲ୍‌ଟ ଇନିଂସ ଓପନ୍‌ କରିବେ। ମଧ୍ୟକ୍ରମରେ ଜୋ ରୁଟ୍‌ଙ୍କ ସହ ହ୍ୟାରୀ ବ୍ରୁକ୍‌, ଅଧିନାୟକ ଜୋସ୍‌ ବଟ୍‌ଲର, ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ଓ ଜାକବ୍ ବିଥେଲ ଇଂଲଣ୍ଡର ମଧ୍ୟକ୍ରମ ସମ୍ଭାଳିବେ। ଆଦିଲ ରସିଦ୍ ଏକମାତ୍ର ସ୍ପିନର ଭାବେ ଖେଳିବାକୁ ଥିବା ବେଳେ ଜାକବ ବିଥେଲ ଓ ଲିଭିଙ୍ଗ୍‌ଷ୍ଟୋନ୍‌ ୫ମ ବୋଲରର ଭୂମିକା ନିର୍ବାହ କରିବେ। ଦଳର ୩ ବିଶେଷଜ୍ଞ ପେସ୍‌ ବୋଲର ହେଲେ ଜୋଫ୍ରା ଆର୍ଚର, ବ୍ରାଇଡନ୍‌ କାର୍ସ ଓ ସାକିବ୍ ମେହ୍‌ମୁଦ। ଭିସିଏ ଷ୍ଟାଡିୟମ୍‌ର ପିଚ୍‌ରେ ଅଧିକ ରନ୍‌ ହେବ। ଏଠାରେ ସ୍ପିନରଙ୍କୁ ମଧ୍ୟ ସହାୟତା ମିଳିପାରେ। ନାଗପୁରରେ ଗତ ୩ଟି ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ମୁକାବିଲା କରିଥିଲା ଭାରତ। ୩ଟିଯାକ ମ୍ୟାଚ୍‌ରେ ଭାରତ ଜିତିଥିଲା। ଆଉ ୯୪ ରନ୍‌ କଲେ ବିରାଟ କୋହଲି ବିଶ୍ବର ୩ୟ ବ୍ୟାଟ୍‌ସମ୍ୟାନ ଭାବେ ଦିନିକିଆରେ ୧୪,୦୦୦ ରନ୍‌ ପୂରଣ କରିବେ। ଆଉ ୫ଟି ୱିକେଟ୍‌ ନେଲେ ସାମି ୨୦୦ ଦିନିକିଆ ୱିକେଟ୍‌ ପୂରଣ କରିବେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ