ଆଜି ସ୍କୁଲ ଛୁଟି ନିଷ୍ପତ୍ତି ନେଇପାରନ୍ତି ସରକାର

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ସୂର୍ଯ୍ୟଙ୍କ ତାତିରେ ସିଝୁଛି ସାରା ରାଜ୍ୟ। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ ବଢ଼ିଛି ଚିନ୍ତା। ଆଜି ସ୍କୁଲ ଛୁଟି ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆଜି ଏସଆରସିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ପରେ ରାଜ୍ୟରେ ସ୍କୁଲ ଛୁଟି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାରେ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି।

ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ଅସହ୍ୟ ହୋଇପଡ଼ିଥିବାରୁ, ବର୍ତ୍ତମାନ ସୁଦ୍ଧା ୧୮ରୁ ଅଧିକ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସ୍ତରରେ ସାମୟିକ ଭାବେ ସ୍କୁଲ ଛୁଟି ଘୋଷଣା କରାଯାଇସାରିଛି। ତେବେ ସମଗ୍ର ରାଜ୍ୟ ପାଇଁ ସରକାରୀ ନିଷ୍ପତ୍ତିକୁ ଅପେକ୍ଷା ରହିଛି।

  • Related Posts

    ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି: ଅରୁଣ

    ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବ । ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଯେଉଁଥିରେ ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ହେବ । ତେବେ ବିଧାନସଭାର ଏହି…

    Continue reading
    ଏସି ଭିତରୁ ବାହାରିଲା ଢ଼ମଣା ସାପ

    ହରଭଙ୍ଗା: ଏସି ଭିତରେ ଢମଣା ସାପ । ଦୁଇ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ସାପ । ହରଭଙ୍ଗା ବ୍ଲକ ତିଲେଶ୍ୱର ଗାଁର ଫିଲୁନ ପ୍ରଧାନଙ୍କ ଘରେ ଲାଗିଥିଲା ଏହି ଏସି। ଭିତରେ ସାପ ଥିବା ଜାଣି ପରିବାର ଲୋକଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର