ଆଞ୍ଚଳିକ ଦଳର ଭବିଷ୍ୟତ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା

ଭୁବନେଶ୍ୱର : ପଶ୍ଚିମବଙ୍ଗ ନିର୍ବାଚନ ପରେ ଦେଶବ୍ୟାପୀ ଆଞ୍ଚଳିକ ଦଳର ଭବିଷ୍ୟତ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହା ଭିତରେ ବିଜେଡିକୁ ନେଇ ବି ଆରମ୍ଭ ହୋଇଛି ଅନେକ ଚର୍ଚ୍ଚା ଓ ଆକଳନ । ୨୪ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ବିଜେଡିକୁ ଗାଦିରୁ ହଟାଇଲା ବିଜେପି । ତା’ ପରଠାରୁ ବିଜେଡିର ସବୁ ଅଙ୍କ ଭୁଲ୍‌ ହେବାରେ ଲାଗିଛି । ବ୍ଲକରୁ ରାଜ୍ୟସଭା ଯାଏଁ ବିଜେଡି ପତିଆରା ଖସିବାରେ ଲାଗିଛି । ଦଳ ଭିତରେ ଅସନ୍ତୋଷ, କନ୍ଦଳ ପ୍ରବଳ । ବିଧାୟକମାନେ ବିଦ୍ରୋହ କରୁଛନ୍ତି । ରାଜ୍ୟସଭା ସାଂସଦ ଦଳ ଛାଡ଼ୁଛନ୍ତି । ଅପରେସନ ଲୋଟସ୍‌କୁ ନେଇ ଦଳ ଭିତରେ ନାନା ଆଶଙ୍କା । ଅନ୍ୟପଟେ ଦଳରୁ ବିତାଡ଼ିତ ଓ ଉପେକ୍ଷିତ ଅନେକ ଭେଟେରାନ୍‌ ନେତାଏ ମେଳି ବାନ୍ଧିଲେଣି ।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମସି, ତାମିଲନାଡ଼ୁରେ ଡିଏମକେ, ଏଆଇଡିଏମକେ ଝଟକା ଖାଇଲେ । ପୂର୍ବରୁ ଆମ୍‌ ଆଦମୀ ଦିଲ୍ଲୀ ହାରିବା ପରଠାରୁ ଦଳର ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛି । ମହାରାଷ୍ଟ୍ରରେ ଏନସିପି ଓ ଶିବସେନା ଦୁଇ ଭାଗ ହୋଇସାରିଛି । ଉଭୟ ପକ୍ଷର ବଳ ବି କମିଛି । ପଞ୍ଜାବରେ ଶିରୋମଣି ଅକାଳି ଦଳ, ଉତ୍ତରପ୍ରଦେଶରେ ମାୟାବତୀଙ୍କ ବିଏସପି ଏକପ୍ରକାର ଚର୍ଚ୍ଚାରୁ ହଜିଗଲେଣି । ଆରଜେଡି ଗତ ନିର୍ବାଚନରେ ଶକ୍ତ ଝଟକା ପାଇବା ପରେ ସଂଘର୍ଷ କରୁଛି । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରଠାରୁ ଜେଡିୟୁକୁ ନେଇ ବି ନାନା ଆଶଙ୍କା । ଏମିତିରେ ଆଗକୁ ଓଡ଼ିଶାରେ ଆଞ୍ଚଳିକ ଦଳର ସ୍ଥିତି କ’ଣ ହେବ? ବିଜେଡି ବଳ ବଢ଼ିବ ନା ଛିଡ଼ିବ? ଏସବୁ ଚର୍ଚ୍ଚା ଭିତରେ ମହମ୍ମଦ ମୋକିମଙ୍କ ଓଡ଼ିଶା ଜନତା କଂଗ୍ରେସର ଭବିଷ୍ୟତକୁ ନେଇ ବହୁ ଆଶଙ୍କା । ଖାଲି ସେତିକି ନୁହେଁ, ବିଜୁ ଲିଗାସୀ ନେଇ ଯେଉଁ ନୂଆ ଦଳର ପରିକଳ୍ପନା ସମ୍ପର୍କରେ ଗତ କିଛି ମାସ ହେବ ଚର୍ଚ୍ଚା ଉଡ଼ି ବୁଲୁଛି, ତାହାକୁ ନେଇ ମଧ୍ୟ ଅନିଶ୍ଚିତତା । ତାମିଲନାଡ଼ୁର ସୁପରଷ୍ଟାର ଥାଲାପତି ବିଜୟଙ୍କ ଟିଭିକେ ଭଳି ଓଡ଼ିଶାରେ ଯାଦୁ ଦେଖାଇବା ଏତେ ସହଜ ନୁହେଁ ।

ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ କହିଛନ୍ତି, ଆଞ୍ଚଳିକ ଦଳର ବୟସ ପ୍ରାୟ ୧୫ରୁ ୨୫ ବର୍ଷ । ଏଠି ବିଜେଡିର ଆୟୁଷ ଗଲା, ଦଳ କ୍ଷମତାରୁ ହଟିଲା । ଦେଶରେ ଏବେ ଆଞ୍ଚଳିକ ଦଳ ଓ କମ୍ୟୁନିଷ୍ଟ ଦଳର ଯୁଗ ସରିଲା । ଦେଶବାସୀ ବିଜେପିକୁ ଭରସା କରୁଛନ୍ତି । ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁ କହିଛନ୍ତି, ବିଜେପି ଅର୍ଥ ବଳ, କେନ୍ଦ୍ରୀୟ ସଂସ୍ଥାର ଦୁରୁପଯୋଗ କରି ନିର୍ବାଚନ ଜିତୁଛି । ସେମାନଙ୍କର ମଧ୍ୟ ଅନ୍ତ ଆସିବ । ଓଡ଼ିଶାବାସୀଙ୍କର ବିଜେଡି ପ୍ରତି ଭଲ ପାଇବା ଅଛି । ଆଗକୁ ପରିବର୍ତ୍ତନ ହେବ । ଓଡ଼ିଶା ଜନତା କଂଗ୍ରେସ ସଭାପତି ମହମ୍ମଦ ମୋକିମ କହିଛନ୍ତି, ତାମିଲନାଡ଼ୁ ସନ୍ଦେଶ ଦେଇଛି, ସମସ୍ତଙ୍କ ପାଇଁ ରାଜନୀତିରେ ଜାଗା ଅଛି । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଆଞ୍ଚଳିକ ଦଳ ବିରୋଧରେ ବିଜେପି ଷଡ଼ଯନ୍ତ୍ର କରୁଛି । ଜେଡିୟୁ ପରେ ଆଗକୁ ଆନ୍ଧ୍ରର ପାଳି । ବିଜେପି ଏକଛତ୍ରବାଦ ରାଜନୀତି ଚଳାଇଛି ।

  • Related Posts

    ମୋଦି ସରକାର ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି:ରାହୁଲ

    ‘ଆମେ ଜାଣିଛୁ, ଭୋଟ ଚୋରି ନେଇ ହେଉଥିବା ଆନ୍ଦୋଳନ ଯୋଗୁ ଆପଣ ରାତିରେ ଶୋଇ ପାରୁ ନାହାନ୍ତି। କିନ୍ତୁ ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ଏହି ଆନ୍ଦୋଳନ ଆପଣଙ୍କ ଇସ୍ତଫାକୁ ସୁନିଶ୍ଚିତ କରିବ।’ ଆଜି ଏଭଳି କିଛି କହି ମୁଖ୍ୟ…

    Continue reading
    ଏବିଭିପିର ବଡ଼ ସଫଳତା, ୬୦ ମହାବିଦ୍ୟାଳୟର ୨୫୨ ପଦବୀରେ ନିର୍ଦ୍ୱନ୍ଦ୍ୱରେ ବିଜୟ

    ଭୁବନେଶ୍ବର: ଓଡ଼ିଶାରେ ଆଗାମୀ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ଏକ ବଡ଼ ସଫଳତା ହାସଲ କରିଛି । ରାଜ୍ୟର ୬୦ଟି ମହାବିଦ୍ୟାଳୟରେ ଏବିଭିପିର ପ୍ରାର୍ଥୀମାନେ ୨୫୨ଟି ପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ