
ମାଲକାନଗିରି : ଆତ୍ମସମର୍ପଣ କଲେ ୬ ମାଓବାଦୀ । ତେଲେଙ୍ଗାନା ଭଦ୍ରାଦ୍ରି କୋତ୍ତାଗୂଡେମ ଜିଲ୍ଲା ପୋଲିସ ନିକଟରେ ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ACM ସଦସ୍ୟ, ୨ ଜଣ ପାର୍ଟି ମେମ୍ବର ଓ ୩ ଜଣ ମିଲିସିଆ ସଦସ୍ୟ ରହିଛନ୍ତି । ନକ୍ସଲବାଦର ହିଂସା ରାସ୍ତା ଛାଡି ଏମାନେ ପରିବାର ସଦସ୍ୟଙ୍କ ସହିତ ଏକ ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭଦ୍ରାଦ୍ରି କୋତ୍ତାଗୂଡେମ ଏସପି ଓ ସିଆରପିଏଫ କମାଣ୍ଡେଣ୍ଟ ଉପସ୍ଥିତରେ ଆତ୍ମସମର୍ପଣ କରିଛନ୍ତି । ତେଲେଙ୍ଗାନାର ଭଦ୍ରାଦ୍ରିକୋତ୍ତାଗୂଡେମ ପୋଲିସ ଦ୍ୱାରା ପରିଚାଳିତ “ଅପରେସନ୍ ଚେୟୁଥା” କାର୍ଯ୍ୟକ୍ରମ ଅଧୀନରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପାଇଁ ନିଆଯାଉଥିବା କଲ୍ୟାଣକାରୀ ପଦକ୍ଷେପ ଏବଂ ଆଦିବାସୀ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନାର ବିକାଶ ବିଷୟରେ ସୂଚନା ପାଇବା ପରେ ସେମାନେ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ 25 ହଜାର ଟଙ୍କାର ପ୍ରୋତ୍ସାହନ ରାଶିର ସହାୟତା ପ୍ରଦାନ କରାଯାଇଛି ।




