ଆନ୍ଦୋଳନରୁ ଓହରିଲା ପାଚିକା ସଂଘ

ଭୁବନେଶ୍ଵର:ପାଚିକାମାନଙ୍କ ଦୀର୍ଘଦିନର ଦାବି ଉପରେ ଶେଷରେ ସକାରାତ୍ମକ ପଦକ୍ଷେପ ନେଲେ ରାଜ୍ୟ ସରକାର । ୭ ଦଫା ଦାବି ମଧ୍ୟରୁ ୩ଟି ମୁଖ୍ୟ ଦାବି ଯଥା ବକେୟା ଟଙ୍କା ପ୍ରଦାନ, ପରିଚୟ ପତ୍ର ଯୋଗାଣ ଏବଂ ଯଥୋଚିତ ଦରମା ଦେବାକୁ ମାନିନେବା ପାଇଁ ସରକାର ପକ୍ଷରୁ ପ୍ରତିଶୁତି ଦିଆଯାଇଛି । ଏହି ଆଶ୍ୱାସନ ପରେ ପାଚିକା ସଂଘ ନିଜ ଧାରଣା ଆନ୍ଦୋଳନରୁ ଓହରି ଯାଇଛି । ଗତ ଚାରି ଦିନ ଧରି ଦିବା-ରାତ୍ରି ଧାରଣାରେ ବସି ରହିଥିବା ପାଚିକାମାନେ ନିଜ ଅଧିକାର ପାଇଁ ଜୋରଦାର ଆନ୍ଦୋଳନ କରୁଥିଲେ । ସରକାର ସହିତ ଆଲୋଚନା ପରେ ଏହି ୩ଟି ଦାବି ପୂରଣ ନେଇ ସକାରାତ୍ମକ ସଙ୍କେତ ମିଳିବାରୁ ସେମାନେ ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି ।

ପ୍ରକାଶଯୋଗ୍ୟ, ଚାରି ଦିନ ଧରି ଧାରଣାରେ ବସିଥିବା ହଜାର ହଜାର ପାଚିକା ଟାଣ ଖରା ସହିତ ରାତିର କାକରରେ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କୁ ନ୍ୟାୟ ମାଗିଆସୁଥିଲେ । ଦୀର୍ଘ ୩୦ ବର୍ଷ ଧରି ମଧ୍ୟାହ୍ନ ଭୋଜନ ଯୋଜନାରେ କାମ କରିଲେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ସୁଧାର ହୋଇନାହିଁ ବୋଲି ଅଭିଯୋଗ କରିଥିଲେ ।ଦିନକୁ ମାତ୍ର ୮୦ ଟଙ୍କା ମଜୁରୀ, ମାସକୁ ପ୍ରାୟ ୩ ହଜାର ଟଙ୍କା ଓ ବର୍ଷକୁ ୩୦ ହଜାର ଟଙ୍କାରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ତା ସହ ତିନି ମାସର ଦରମା ବକେୟା ରହିଥିବା ଅଭିଯୋଗ କରିଥିଲା ପାଚିକା ସଂଘ । ରାନ୍ଧଣା, ସଫାସୁଫା, ପିଲାଙ୍କୁ ଖୁଆଇବା ଭଳି ଅନେକ କାମ କରୁଥିବା ସତ୍ତ୍ୱେ କୌଣସି ପରିଚୟ ପତ୍ର କିମ୍ବା ସାମାଜିକ ସୁରକ୍ଷା ନଥିବା କହିଥିଲା ସଂଘ ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ