ଆଫଗାନିସ୍ତାନରେ ବଡ଼ ଭୂମିକମ୍ପ: ୮୦୦ ମୃତ, ୨୫୦୦ରୁ ଊର୍ଦ୍ଧ୍ବ ଆହତ

ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମା ନିକଟ ପୂର୍ବ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୮୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫୦୦ରୁ ଅଧିକ ଆହତ ହୋଇଛନ୍ତି । ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନାଙ୍ଗରହାର ପ୍ରଦେଶର ଜଲାଲାବାଦ ନିକଟରେ ଥିଲା । ଏହାର ଗଭୀରତା ୮ କିଲୋମିଟର ଥିଲା । ଏହା ରବିବାର ସ୍ଥାନୀୟ ସମୟ ରାତି ୧୨:୪୭ରେ ଅନୁଭୂତ ହୋଇଥିଲା ଭୂକମ୍ପ ଝଟକା ।
ଆଫଗାନିସ୍ତାନର ସୂଚନା ମନ୍ତ୍ରଣାଳୟର ତଥ୍ୟକୁ ଆଧାର କରି ଆନାଡୋଲୁ ଏଜେନ୍ସି କହିଛି, ୮୦୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୫୦୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଯେଉଁଥିରେ କୁନାର ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ପୂର୍ବରୁ, ନାଙ୍ଗରହାର ଜନସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ନକିବୁଲ୍ଲା ରହିମି କହିଥିଲେ ଯେ, ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲା। ପ୍ରାୟ ୨୦ ମିନିଟ୍ ପରେ ସେହି ପ୍ରଦେଶରେ ଦ୍ୱିତୀୟ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ୪.୫ ଏବଂ ଗଭୀରତା ୧୦ କିଲୋମିଟର ଥିଲା।ଭୂମିକମ୍ପ ଯୋଗୁଁ ପୂର୍ବ ଆଫଗାନିସ୍ତାନରେ କିଛି ସେକେଣ୍ଡ ପାଇଁ କୋଠା ଗୁଡ଼ିକ ଦୋହଲି ଥିଲା । ସେହି ସମୟରେ, ଭୂମିକମ୍ପ ଆଫଗାନିସ୍ତାନରୁ ପ୍ରାୟ ୩୭୦ କିଲୋମିଟର ଦୂରରେ ଥିବା ପାକିସ୍ତାନର ରାଜଧାନୀ ଇସଲାମାବାଦରେ ମଧ୍ୟ ଅନୁଭୂତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଏହି ଭୂମିକମ୍ପ ଦିଲ୍ଲୀ-ଏନସିଆରରେ ମଧ୍ୟ ଅନୁଭୂତ ହୋଇଥିଲା। ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ରାତି ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଇଥିଲେ।

  • Related Posts

    ନାସାର ସର୍ବୋଚ୍ଚ ସିଭିଲ୍ ସର୍ଭିସ୍ ପଦବୀରେ ଭାରତୀୟ ଆମେରିକୀୟ ଅମିତ କ୍ଷତ୍ରିୟ

    ନୂଆଦିଲ୍ଲୀ,04।09: ବିଶ୍ବ ସ୍ତରରେ ଚମକିଲା ଭାରତୀୟଙ୍କ ପ୍ରତିଭା । ଭାରତୀୟ ଆମେରିକୀୟ ଅମିତ କ୍ଷତ୍ରିୟଙ୍କୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ନୂତନ ସହଯୋଗୀ ପ୍ରଶାସକ ଭାବରେ ନିଯୁକ୍ତ କରାଯାଇଛି, ଯାହା ସଂଗଠନ ମଧ୍ୟରେ ସର୍ବୋଚ୍ଚ ନାଗରିକ ସେବା ଭୂମିକା ।…

    Continue reading
    ଭାରତ ଉପରେ ଶୁଳ୍କ ବସାଇବା ଜରୁରୀ ଥିଲା : ଟ୍ରମ୍ପ ପ୍ରଶାସନ

    ଓ୍ବାସିଂଟନ : ଆମେରିକୀୟ ସୁପ୍ରିମକୋର୍ଟରେ ଫେଡେରାଲ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି ଟ୍ରମ୍ପ ପ୍ରଶାସନ । ଗତ ସପ୍ତାହରେ ଫେଡେରାଲ କୋର୍ଟ କହିଥିଲେ ଯେ ବିଦେଶୀ ଆମଦାନୀ ଉପରେ ଶୁଳ୍କ ଲଗାଇବାର ଅଧିକାର ଆମେରିକାର ରାଷ୍ଟ୍ରପତିଙ୍କର ନାହିଁ। ଟ୍ରମ୍ପ ପ୍ରଶାସନ ଭାରତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟିବ , ମେଲୋଡିରେ ହେବନି ଅଶ୍ଳୀଳ ନୃତ୍ୟ

    ଭାରତ ବଜାରରେ ପ୍ରବେଶ କଲା Samsung Galaxy S25 FE 5G;

    ନାସାର ସର୍ବୋଚ୍ଚ ସିଭିଲ୍ ସର୍ଭିସ୍ ପଦବୀରେ ଭାରତୀୟ ଆମେରିକୀୟ ଅମିତ କ୍ଷତ୍ରିୟ

    ମହାପ୍ରଭୁଙ୍କ ୫୮ ହଜାର ଏକର ଭୂ-ସମ୍ପତ୍ତି ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ

    ୩୫ ଗ୍ରାମର ବ୍ରାଉନସୁଗାର ସହ ୫ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୁଲିସ

    ବିଚାରପତିଙ୍କୁ ହତ୍ୟା ଧମକ, ବଞ୍ଚିବାକୁ ଥିଲେ ୫୦୦ କୋଟି ଟଙ୍କା ଦିଅ