ଆମ ଆଦମୀ ପାର୍ଟିରେ ନେତୃତ୍ୱର ଅଭାବ ରହିଛି:ଆନ୍ନା ହଜାରେ

ନୂଆଦିଲ୍ଲୀ,୨୫/୦୪/୨୦୨୬: ଆମ୍ ଆଦମୀ ପାର୍ଟିର ୭ ରାଜ୍ୟସଭା ସାଂସଦ ଏକ ସଙ୍ଗେ ପାର୍ଟି ଛାଡିବା ପରେ ଆମ ଆଦମୀ ପାର୍ଟିକୁ ନେଇ ସମାଜସେବୀ ଆନ୍ନା ହଜାରେଙ୍କ ବୟାନ ସାମ୍ନାକୁ ଆସିଛି । ଆନ୍ନା ହଜାରେ କହିଛନ୍ତି, ଏହି ସବୁ ସାଂସଦମାନେ ପାର୍ଟି ଛାଡିବାର ଅର୍ଥ ଆପରେ କିଛି ଠିକ୍ ଚାଲି ନାହିଁ । ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା ବେଳେ ଆନ୍ନା ହଜାରେ କହିଛନ୍ତି, ସମସ୍ତଙ୍କୁ ନିଜର କଥା ରଖିବାର ଅଧିକାର ରହିଛି । ଚଡ୍ଡା ଏବଂ ଅନ୍ୟ ଲୋକଙ୍କୁ କିଛି ସମସ୍ୟା ହୋଇପାରେ । ତେଣୁ ତ ସେମାନେ ଆପ୍ ଛାଡି ଦେଲେ । ଆନ୍ନା ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିରେ ନେତୃତ୍ୱର ଅଭାବ ରହିଛି । ଯଦି ପାର୍ଟି ସଠିକ୍ ମାର୍ଗରେ ଥାଆନ୍ତା ତେବେ ଏହି ଲୋକେ ଦଳ ଛାଡି ନଥାନ୍ତେ । ନେତାମାନେ ପାର୍ଟି ଛାଡିବା ପଛରେ ବଡ କାରଣ ଥାଇପାରେ । ମାତ୍ର ଗଣତନ୍ତ୍ରରେ ତ ସମସ୍ତଙ୍କର ଅଧିକାର ରହିଛି ସେ କେଉଁ ଦଳରେ ରହିବେ କେଉଁ ଦଳକୁ ଛାଡିବେ ।

  • Related Posts

    ଦେବଗଡ଼ରେ ୨୮୦ କୋଟି ଟଙ୍କାର ୧୨୪ଟି ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ମାତୃଶକ୍ତିର ସମର୍ଥନ ସତ୍ତ୍ୱେ ବିକାଶ ପଥରେ ବାଧା ସୃଷ୍ଟି କରୁଛନ୍ତି ବିରୋଧୀ – ଧର୍ମେନ୍ଦ୍ର ପ୍ରଧାନ • ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏବଂ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଉପସ୍ଥିତ • ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’…

    Continue reading
    ଦୁଇମାସ ପରେ ପ୍ରଥମ ଥର ପାଇଁ ତେହେରାନର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ

    ତେହେରାନ,୨୫/୦୪/୨୦୨୬: ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବାର ଦୁଇମାସ ପରେ ଶନିବାର ପ୍ରଥମ ଥର ପାଇଁ ଇରାନ ରାଜଧାନୀ ତେହେରାନର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିଛି। ଇରାନର ସରକାରୀ ଗଣମାଧ୍ୟମ ଅନୁସାରେ ଶନିବାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର