ଆରପାରିରେ ମହାଭାରତର ‘କର୍ଣ୍ଣ’

ମୁମ୍ବାଇ,୧୫/୧୦/୨୦୨୫: ବଲିଉଡ ଅଭିନେତା ତଥା ମହାଭାରତର ପ୍ରସିଦ୍ଧ କର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ପଙ୍କଜ ଧୀରଙ୍କ ଆଜି ପରଲୋକ ହୋଇଛି । ବି.ଆର ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ର ପାଇଁ ଘରେ ଘରେ ପରିଚିତ ହୋଇଥିଲେ ପଙ୍କଜ । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୬୮ବର୍ଷ ବୟସରେ ଗତକାଲି ତାଙ୍କର ହଠାତ୍‍ ଦେହାନ୍ତ ହୋଇଛି । କୁହାଯାଉଛି ଯେ ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଳେ । ପଙ୍କଜଙ୍କ ମୃତ୍ୟୁ ଖବର ଶୁଣିବା ପରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ପଙ୍କଜ ଧୀର ତାଙ୍କର ଚମକ୍ରାର ଅଭିନୟ ଦକ୍ଷତା ଏବଂ ଶକ୍ତିଶାଳୀ କଣ୍ଠସ୍ୱର ପାଇଁ ଜଣାଶୁଣା ଥିଲେ । କିନ୍ତୁ ୧୯୮୮ ମସିହାରେ ଐତିହାସିକ ନାଟକ ମହାଭାରତରେ କର୍ଣ୍ଣଙ୍କ ଚରିତ୍ର ତାଙ୍କୁ ପ୍ରକୃତରେ ଅମର କରିଥିଲା । କର୍ଣ୍ଣଙ୍କ ଚରିତ୍ର ଏତେ ଲୋକପ୍ରିୟ ହୋଇଥିଲେ ଯେ ଦେଶର ଅନେକ ସ୍ଥାନରେ ତାଙ୍କର ପ୍ରତିମା ପୂଜା ପାଉଥିଲା । ପଙ୍କଜ ‘ସଡକ୍‍’ ସୈନିକ’ ଏବଂ ବାଦଶାହା ସମେତ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ଏବଂ ଟେଲିଭିଜରେ ସକ୍ରିୟ ଥିଲେ । ରିପୋର୍ଟ ଅନୁସାରେ ପଙ୍କଜ ଧୀରଙ୍କ ଶେଷକୃତ୍ୟ ମୁମ୍ବାଇର ଭିଲେ ପାର୍ଲେସ୍ଥିତ ପବନ ହଂସ ଶ୍ମଶାନରେ କରାଯିବ । ତାଙ୍କ ପରିବାର ଏବଂ ନିକଟତମ ବନ୍ଧୁମାନଙ୍କ ସହିତ ଅନେକ ପ୍ରମୁଖ ଚଳଚ୍ଚିତ୍ର ତାରକା ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପହଞ୍ଚିଛନ୍ତି ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ