ଆସାମ, କେରଳ, ପୁଡୁଚେରୀରେ ପ୍ରଚାର ଶେଷ: ୯ରେ ଭୋଟ୍

ନୂଆଦିଲ୍ଲୀ: ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ପ୍ରଚାର କାର୍ୟ୍ୟ ଶେଷ ହୋଇଛି। ଆସନ୍ତା ୯ ତାରିଖ (ଗୁରୁବାର) ଏହି ରାଜ୍ୟଗୁଡିକରେ ଭୋଟଗ୍ରହଣ କରାଯିବ। ଆସାମ ବିଧାନସଭାର ୧୨୬, କେରଳର ୧୪୦ ଏବଂ ପୁଡୁଚେରୀର ୩୦ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆସାମରେ ହିମନ୍ତ ବିଶ୍ବଶର୍ମାଙ୍କ ନେତୃତ୍ବାଧୀନ ବିଜେପି ସରକାର କ୍ଷମତାରେ ଥିବାବେଳେ ଏହାକୁ ଗାଦିଚ୍ୟୁତ କରିବାକୁ କଂଗ୍ରେସ ଅଣ୍ଟା ଭିଡିଛି।

କେରଳରେ ପିନାରାଇ ବିଜୟନଙ୍କ ଏଲଡିଏଫ୍‌ (ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ) ବର୍ତ୍ତମାନ ଶାସନ କରୁଛି। କେରଳରେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍‌ (ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ) ପୁଣି କ୍ଷମତାକୁ ଫେରିବାକୁ ଉଦ୍ୟମ ଚଳାଇଛି। ଚଳିତ ନିର୍ବାଚନରେ ବିଜେପି ମଧ୍ୟ କିଛି ଆସନ ହାତେଇବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅପରପକ୍ଷରେ ପୁଡୁଚେରୀରେ ଏନଆର କଂଗ୍ରେସ ଓ ବିଜେପିର ମେଣ୍ଟ ସରକାର କ୍ଷମତାରେ ଥିବାବେଳେ ଏହା ପୁଣି ବିଜୟୀ ହେବ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏନଡିଏ ମେଣ୍ଟ ପାଇଁ ଡିଏମକେ-କଂଗ୍ରେସ ଅସୁବିଧା ସୃଷ୍ଟି କରିବାର ସମ୍ଭାବନା ରହିଛି।

  • Related Posts

    ମହାପ୍ରଭୁଙ୍କ ପଥର ମୂର୍ତ୍ତି ପୂଜା କରିବା ମମତାଙ୍କୁ ପଡିପାରେ ମହଙ୍ଗା: ଜଗନ୍ନାଥ ସ୍ବାଇଁ ମହାପାତ୍ର

    ଭୁବନେଶ୍ୱର:ଏଥର ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ । ଏମିତି କହିଲେ ମହାପ୍ରଭୁଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ମହାପ୍ରଭୁଙ୍କ ପଥର ମୂର୍ତ୍ତି ନିର୍ମାଣ,ଦିଦିଙ୍କୁ ପଡିପାରେ ମହଙ୍ଗା । ପଥର ମୂର୍ତ୍ତି ନିର୍ମାଣ ନକରିବାକୁ ପରାମର୍ଶ ଦେଇଥିଲେ ଜଗନ୍ନାଥ ସ୍ବାଇଁ ମହାପାତ୍ର ।…

    Continue reading
    ସସ୍ମିତଙ୍କ ବିରୋଧରେ ମେଳି

    ଭୁବନେଶ୍ବର: ବିଜେଡିର ରାଜ୍ୟସଭାରେ ସଂସଦୀୟ ଦଳ ନେତା ସସ୍ମିତ ପାତ୍ରଙ୍କୁ ହଟାଇବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଦଳର ଅନ୍ୟ ସାଂସଦମାନେ ଏ ସମ୍ପର୍କରେ ସଭାପତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହି ପ୍ରସଙ୍ଗରେ କେହି ଗଣମାଧ୍ୟମରେ ମୁହଁ ଖୋଲି ନାହାନ୍ତି। ତେବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ