ପୁରୀରେ ଲାଗିଛି ପଶ୍ଚିମବଙ୍ଗ ନିର୍ବାଚନୀ ପୋଷ୍ଟର

ଭୁବନେଶ୍ଵର : ପୁରୀରେ ଲାଗିଛି ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ପୋଷ୍ଟର। ପୁରୀ ସହରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଛକ ସାଙ୍ଗକୁ ସମୁଦ୍ର କୂଳରେ ଏହି ନିର୍ବାଚନୀ ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ପୋଷ୍ଟରରେ ବିଜେପି ପଶ୍ଚିମବଙ୍ଗ ସଭାପତିଙ୍କ ସମେତ ନରେନ୍ଦ୍ର ମୋଦି, ମୋହନ ମାଝୀଙ୍କ ଫଟୋ ରହିଛି। ବଙ୍ଗଳା ଭାଷାରେ ନିର୍ବାଚନ ପ୍ରଚାର ପୋଷ୍ଟରରେ ଅନେକ କଥା ଲେଖା ଯାଇଛି। ପୁରୀକୁ ପ୍ରତିଦିନ ବହୁ ପରିମାଣରେ ବଙ୍ଗଳା ଯାତ୍ରୀ ଆସନ୍ତି। ମହାପ୍ରଭୁଙ୍କ ଦର୍ଶନ, ସମୁଦ୍ର ସ୍ନାନ ଓ ବିଭିନ୍ନ ସ୍ଥାନରେ ବୁଲାବୁଲି କରନ୍ତି। ଆନେକ ଗୌଡିୟ ମଠରେ ରୁହନ୍ତି। ଅନେକ ବଙ୍ଗଳା ଲୋକ ଏଠାରେ ବସବାସ କରିବା ସହ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲିଛନ୍ତି। ତେଣୁ ପୁରୀରେ ନିର୍ବାଚନ ପ୍ରଚାର ମଇଦାନରେ ପରିଣତ କରିଛି ବିଜେପି।

ଓଡ଼ିଶା ଦଖଲ ପରେ ଏବେ ବେଜେପି ବଙ୍ଗ ଦଖଲ ଅଭିଯାନରେ ଅଛି। ବଙ୍ଗୀୟ ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେପି ପୁରୀରୁ ମଧ୍ୟ ନିଜ ସପକ୍ଷରେ ଭୋଟ ଟାଣିବାକୁ ରଣନୀତି କରିଛି। ତେବେ ପୁରୀରେ ଏପରି ବଙ୍ଗଳା ଭାଷାରେ ନିର୍ବାଚନ ପ୍ରଚାରକୁ ବରୋଧୀ ଓ ଅନେକ ସାମାଜିକ କର୍ମୀ ନାପସନ୍ଦ କରିଛନ୍ତି। ସୋସିଆଲ ମିଡ଼ିଆରେ ଏନେଇ ଖୁବ ଚର୍ଚ୍ଚା ଆଲୋଚନା ଦେଖିବାକୁ ମିଳୁଛି।

  • Related Posts

    JUEL ORAM ମୋ ପ୍ରତିଷ୍ଠା ବାବଦରେ ଯଦି କେହି ହାତ ଉଠାଇବ, ତା’ ହାତକୁ କାଟିଦେବି:ଜୁଏଲ ଓରାମ

    ଭୁବନେଶ୍ୱର: ରାଉରକେଲା ରାଜନୀତିକୁ ନେଇ ଜୁଲଲ ଓରାମ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ରାଉରକେଲାରେ କିଛି ଲୋକ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ବଦନା କରିବାକୁ ଚେଷ୍ଟା…

    Continue reading
    student union election ନିଶ୍ଚିତ ହେବ ଛାତ୍ର ସଂସଦ ନିର୍ବାଚନ :ଅଭିଳାଷ ପଣ୍ଡା

    ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୯ ବର୍ଷ ହେଲା ହୋଇନାହିଁ ଛାତ୍ର ସଂସଦ ନିର୍ବାଚନ । ଏଥର ହେବ ନା ନାହିଁ ସେନେଇ ବି ସ୍ପଷ୍ଟତା ନାହିଁ। ତଥାପି କିନ୍ତୁ କ୍ୟାମ୍ପସରେ ନିର୍ବାଚନୀ ସଜବାଜ ଆରମ୍ଭ ହୋଇଛି । ତେବେ କାହିଁକି ଛାତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ