
ଭୁବନେଶ୍ୱର:ଆସିଲା ୫ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିଛି । ମୋଟ ୬ କୋଟି ୬୬ ଲକ୍ଷ ୧୭ ହଜାର ୫୫ ଟଙ୍କା ଖର୍ଚ୍ଚ ହୋଇଛି । ଜିଲ୍ଲାପାଳମାନେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି । ଫସଲ ନଷ୍ଟ ପାଇଁ ବି କ୍ଷତିପୂରଣ ଜିଲ୍ଲାପାଳଙ୍କୁ ପଠାଯାଇଛି । ରିଲିଫ ଖର୍ଚ୍ଚ ହୋଇଛି, ପାଣି ବିଶୋଧନ ଅର୍ଥ ବି ପଠାଯାଇଛି । ଘର ନଷ୍ଟ, ଲୁଗା, ବାସନ, ମତ୍ସ୍ୟଜୀବୀ ଓ ଉଦ୍ଧାର କାର୍ଯ୍ୟ ଖର୍ଚ୍ଚ ବି ଦିଆଯାଇଛି ।




