ଇଣ୍ଡିଆକୁ ପଛରେ ପକାଇ ଦୌଡିଲା ଜେଏମଏମ୍

ରାଞ୍ଚି: କାହା ସପକ୍ଷରେ ଯିବ ଝାଡଖଣ୍ଡ ଜନାଦେଶ । କିଏ ମାରିବ ବାଜି । ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏହାରି ଭିତରେ ଏକ ବଡ ଟ୍ବିଷ୍ଟ ଦେଖିବାକୁ ମିଳିଛି । ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ପଛରେ ପକାଇ ଆଗେଇ ଯାଇଛି ଇଣ୍ଡି ମେଣ୍ଟ । ଜେଏମଏମ ୫୦ଟି ଆସନରେ ଆଗୁଆ ରହିଛି ।

ପୂର୍ବାହ୍ନ ୧୧ଟା ସୁଦ୍ଧା ଆସିଥିବା ଗଣତି ରିପୋର୍ଟ ଅନୁସାରେ ଇଣ୍ଡିଆ ବ୍ଲକରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ ଆଗରେ ରହିଛନ୍ତି । ମୋଟ ୮୧ ଟି ଆସନରେ ଇଣ୍ଡି ମେଣ୍ଟ ୫୦ଟି ଆସନରେ ଲିଡ୍ କରୁଛି । ଏନଡିଏ ୨୮ଟି ଆସନରେ ଆଗୁଆ ଚାଲିଛି ।

ଝାଡଖଣ୍ଡ ଗାଦି ପାଇଁ ଦଳକୁ ସଂଖ୍ୟାଗରିଷ୍ଠତା ବା ମ୍ୟାଜିକ ନମ୍ବର ୪୧ଟି ଆସନ ହାତେଇବାକୁ ହେବ । ଜେଏମଏମ ନେତା ମହୁଆ ମାଝୀ ରାଞ୍ଚି ଆସନରେ ଆଗରେ ରହିଛନ୍ତି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଗୁଆ ରହିଛନ୍ତି । ମାତ୍ର ପତ୍ନୀ କଳ୍ପନା ସୋରେନ ଗାଣ୍ଡେ ଆସନରେ ୩୧୨୮ ଭୋଟରେ ପଛୁଆ ରହିଛନ୍ତି । ରାଜ୍ୟରେ ଜେଏମଏମ ସଂଖ୍ୟାଗରିଷ୍ଠତା ହାତେଇବା ଆଶା ଉଜ୍ବଳ ହୋଇଛି ।

  • Related Posts

    ଟୋଲ୍‌ ପ୍ଲାଜାରେ ସମ୍ପୂର୍ଣ୍ଣ ବନ୍ଦ ହେବ ଟଙ୍କା ସଂଗ୍ରହ

    ନୂଆଦିଲ୍ଲୀ,03/04/2026: ଚଳିତ ମାସ ୧୦ରୁ ଦେଶର ୧୧୫୦ରୁ ଅଧିକ ‌ଟୋଲ୍‌ ପ୍ଲାଜାରେ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କେବଳ ଡିଜିଟାଲ୍‌ ପେମେଣ୍ଟ୍‌ ଗ୍ରହଣ କରାଯିବ। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ କରିବାକୁ ସରକାର…

    Continue reading
    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ