ଓଲଟିଲା ବସ୍‌: ୭ ମୃତ

ଭୁବନେଶ୍ୱର: ଝାଡ଼ଖଣ୍ଡର ହଜାରିବାଗର ବରକଟ୍ଟାର ଗୋରହର ପୁଲିସ ଷ୍ଟେସନ ଅଞ୍ଚଳରେ ଓଲଟିଲା ଯାତ୍ରୀବାହୀ ବସ୍‌। ଚାଲିଗଲା ୭ ଜଣଙ୍କ ଜୀବନ। ସେହିପରି ୧୨ରୁ ଅଧିକ ଆହତ ହୋଇଛନ୍ତି। ଆଜି ଭୋର ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଝାଡ଼ଖଣ୍ଡର ହଜାରିବାଗର ବରକଟ୍ଟାର ଗୋରହର ପୁଲିସ ଷ୍ଟେସନ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣଗ୍ରସ୍ତ ହୋଇ ରାସ୍ତାକଡକୁ ଓଲଟି ପଡିଛି। ବସ୍‌ଟି କୋଲକାତାରୁ ପାଟନା ଯାଉଥିଲା। ଏଥିରେ ୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ କହିବା ମୁତାବକ, ରାସ୍ତାରେ ସିକ୍ସ ଲେନ୍‌ ନିର୍ମାଣ କାମ ଚାଲିଥିଲା। ଏହି କାରଣରୁ ରାସ୍ତାକୁ କଟାଯାଇ ଛାଡ଼ି ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ବରକଟ୍ଟା ରୋଡରେ ବସ୍‌ଟି ନିୟନ୍ତ୍ରଣ ବାହାରକୁ ଯାଇ ଏକ ଖାଲରେ ଓଲଟି ପଡିଥିଲା। ପୁଲିସ ଷ୍ଟେସନଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି।

ଯାତ୍ରୀଙ୍କ ଚିତ୍କାର ଶୁଣି ନିକଟସ୍ଥ ଗାଁର ଲୋକମାନେ ଏକାଠି ହୋଇ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସରେ ହଜାରିବାଗ ମେଡିକାଲ କଲେଜକୁ ପଠାଯାଇଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

  • Related Posts

    ଅଧିନାୟକ ପଦ ଛାଡିଲେ ହରମନପ୍ରୀତ

    ନୂଆଦିଲ୍ଲୀ : ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦ ଛାଡିଛନ୍ତି। ସେ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସ୍ମୃତି ମନ୍ଧାନା ନୂତନ ଅଧିନାୟକ ଭାବରେ ହରମନପ୍ରୀତଙ୍କ ସ୍ଥାନ ନେବେ ବୋଲି…

    Continue reading
    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ