ଇତିହାସ ରଚିଲା ଭାରତ, ଷଷ୍ଠଥର ଘରକୁ ଆଣିଲା ଅଣ୍ଡର-୧୯ ବିଶ୍ବକପ

ନୂଆଦିଲ୍ଲୀ : କମାଲ କଲା ଭାରତର ଯୁବ ବାହିନୀ । ଅଣ୍ଡର-୧୯ ବିଶ୍ବକପରେ ହାତେଇଲା ଟାଇଟଲ୍ । ଇଂଲଣ୍ଡ ୧୦୦ ରନରେ ପରାସ୍ତ କରି ଷଷ୍ଠଥର ପାଇଁ ବିଶ୍ବବିଜୟୀ ହୋଇଛି । ଭାରତ ୪୧୨ ରନର ବିଶାଳ ଲକ୍ଷ୍ୟ ଦେଇଥିବାବେଳେ ଇଂଲଣ୍ଡ ୩୧୧ ରନରେ ଅଲଆଉଟ୍ ହୋଇଛି । ଫଳରେ ଭାରତ ଶହେ ରନରେ ଜିତିନେଇଛି ।
ଏହି ମ୍ୟାଚରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଭାରତୀୟ ବ୍ୟାଟିଂର ମୁଖ୍ୟ ଆକର୍ଷଣ ସାଜିଥିଲେ ବୈଭବ ସୂର୍ଯ୍ୟବଂଶୀ । ବୈଭବ ମାତ୍ର ୫୫ଟି ବଲରେ ଶତକ ଅର୍ଜନ କରିବା ପରେ ନିଜର ୧୫୦ ରନ ପୂରଣ କରିବାକୁ ଆଉ ମାତ୍ର ୧୬ଟି ବଲ ନେଇଥିଲେ । ଶେଷରେ ସେ ମାତ୍ର ୮୦ଟି ବଲରୁ ୧୭୫ ରନ କରିବା ପରେ ମ୍ୟାନି ଲମ୍ସଡେନଙ୍କ ବଲରେ ଥମାସ ରିଉଙ୍କ ହାତରେ ଧରା ପଡ଼ିଥିଲେ । ନିଜର ଏହି ଇନିଂସରେ ସେ ଏପର୍ଯ୍ୟନ୍ତ ୧୫ଟି ଛକା ଓ ୧୫ଟି ଚୌକା ମାରିଥିଲେ ।

​​​​​​​ବୈଭବ ସୂର୍ଯ୍ୟବଂଶୀଙ୍କ ବିଶାଳ ପାଳି ସହ ଅଧିନାୟକ ଆୟୂଷ ମାତ୍ରେ ୫୩, ଅଭିଜ୍ଞାନ କୁଣ୍ଡୁ ୪୦, କନି​‌ଷ୍କ ଚୌହ୍ବାନ ୩୭ ଏବଂ ବେଦାନ୍ତ ତ୍ରିବେଦୀ ୩୨ ରନ କରିବାରେ ସକ୍ଷମ ହୋଇଥିଲେ । ଭାରତ ପ୍ରଥମରୁ କ୍ରମଣାତ୍ମକ ବ୍ୟାଟିଂ କରି ୪୧୧ ରନ କରିଥିଲା । ୯ ଓ୍ବିକେଟ ବିନିମୟରେ ଭାରତ ଏହି ବିଶାଳ ସ୍କୋର କରିଥିବା ଇଂଲଣ୍ଡ ୩୧୧ ରନରରେ ଅଲଆଉଟ୍ ହୋଇଛି ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ