ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ ଫର୍ମପୂରଣ

ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ ପାଇଁ ଅଫ୍‌ଲାଇନ୍‌ରେ ଫର୍ମପୂରଣ ହେବନି ବରଂ ଶତପ୍ରତିଶତ ଅନ୍‌ଲାଇନ୍‌ରେ ଫର୍ମପୂରଣ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ କ୍ଷେତ୍ରରେ ଆସିବ ସ୍ବଚ୍ଛତା। ଫର୍ମପୂରଣ ପାଇଁ ପରିଷଦ ସାମ୍ସଠାରୁ ନାମଲେଖା ତଥ୍ୟ ସଂଗ୍ରହ କରିଛି। କୌଣସି ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଯେପରି ପରିଷଦ ନ ଆସିବେ ସେ ନେଇ ଅନଲାଇନ ପ୍ରକ୍ରିୟାରେ ସମସ୍ତ କାର୍ଯ୍ୟ କରିବାକୁ କୁହାଯାଇଛି। ଏଥିସହିତ ୱେବ୍‌ସାଇଟ୍‌ରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ପ୍ରାୟ ୨୪୦୦ରୁ ଊର୍ଦ୍ଧ୍ବ କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ପରିଷଦ ସହ ଅନୁବନ୍ଧିତ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ପରିଷଦ କାର୍ଯ୍ୟାଳୟକୁ ଆସିବାକୁ ପଡୁଥିଲା ଓ ସେଥିଯୋଗୁଁ ପରିଷଦରେ ଦୁର୍ନୀତି ବଢୁଥିବା ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟଶୈଳୀରେ ସ୍ବଚ୍ଛତା ଆଣିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଯେଭଳି କାର୍ଯ୍ୟାଳୟ ନଆସିବେ ସେନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ତେବେ ଏହା ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରି ନଥିଲା। ଏହାକୁ ଦୃଷ୍ଟିରେ ରଖି ଏବେ ସମସ୍ତ କାମ କାଗଜପତ୍ର ମୁକ୍ତ କରିବା ପାଇଁ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସମସ୍ତ ତଥ୍ୟ ପରିଷଦର ୱେବ୍‌ସାଇଟ୍‌ରେ ଅପ୍‌ଡେଟ୍‌ କରିବାକୁ ନିର୍ଦେଶ ଦିଆଯାଇଛି। ମୁଖ୍ୟତଃ କେଉଁ ଶିକ୍ଷାନୁଷ୍ଠାନ କେଉଁ କାଗଜପତ୍ର ଦାଖଲ କରିବେ ସେ ସମ୍ବନ୍ଧୀୟ ତଥ୍ୟ ଏଣିକି ପରିଷଦ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇବ। ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ପରିଷଦର ଧାର୍ଯ୍ୟ ଫର୍ମାଟ୍‌ରେ ଇ-ମେଲ୍‌ କିମ୍ବା ପୋଷ୍ଟରେ ତଥ୍ୟ ପଠାଇବେ। ମାତ୍ର ପରିଷଦ କାର୍ଯ୍ୟାଳୟ ଆସିବେ ନାହିଁ। ପରିଷଦ ସହିତ ସମସ୍ତ ପତ୍ର ବିନିମୟ, ଦସ୍ତାବିଜ୍ ଉପସ୍ଥାପନ ଏବଂ ଫି’ ଜମା କରିବା ଇତ୍ୟାଦି କାର୍ଯ୍ୟ ଡାକ, ଇ ମେଲ୍ କିମ୍ବା ଅନ୍‌ଲାଇନ୍ ମାଧ୍ୟମରେ କରିବାକୁ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏହାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ସବୁ ମହାବିଦ୍ୟାଳୟ ମୁଖ୍ୟଙ୍କୁ କୁହାଯାଇଛି।
+୨ ଫର୍ମପୂରଣ ପାଇଁ ମଧ୍ୟ କାଗଜପତ୍ର ବ୍ୟବହାର ହେବନି। ସାମ୍ସ ତଥ୍ୟକୁ ଆଧାର କରି ପରିଷଦ ପକ୍ଷରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ କରାଯିବ। ଏହି ତାଲିକା ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଦେଖିବା ସହ ପରୀକ୍ଷା ଦେବାକୁ ଥିବା ବିଷୟ, ବାପା ଓ ମା’ଙ୍କ ନାମ ଭଳି ତଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକସ୍ଥଳେ ଅପଡେଟ୍‌ କରିବେ। ନୂଆ ଫର୍ମପୂରଣ କରିବାକୁ ପଡ଼ିବନି। ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ଫର୍ମପୂରଣ ଦେୟ ଦେବେ। ତଥ୍ୟ ଅପଡେଟ୍‌ ବେଳେ କୌଣସି ଦେୟ ଦେବେନି। ଶିକ୍ଷାନୁଷ୍ଠାନ ଏକକାଳୀନ ଭାବେ ସମସ୍ତ ବିଦ୍ୟାର୍ଥୀଙ୍କ ଦେୟ ପୈଠ କରିବେ। ଫର୍ମପୂରଣ ବାବଦରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସଚେତନ କରାଇବେ।

  • Related Posts

    ସୌମ୍ୟ ହତ୍ୟା ମାମଲା:ଏଯାବତ୍ ୩୦ ଜଣଙ୍କୁ ଜେରା

    ଭୁବନେଶ୍ଵର:ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର। ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ…

    Continue reading
    ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ

    ନରସିଂହପୁର:କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ମୋଟ ୨୫,୦୦୦ ଟଙ୍କା ଲାଞ୍ଚ ଦାବିରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପୂର୍ବରୁ UPI କାରବାର ମାଧ୍ୟମରେ ୮,୦୦୦ ଟଙ୍କା ନିଆଯାଇଥିଲା । ଆଜି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ