ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରାବାସ ୱାର୍ଡେନଙ୍କ ନିମନ୍ତେ ଦକ୍ଷତା ବିକାଶ କର୍ମଶାଳାର ଆୟୋଜନ

ଭୁବନେଶ୍ୱର, ଅଗଷ୍ଟ ୧୯: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରାବାସର ୱାର୍ଡେନଙ୍କ ନିମନ୍ତେ ଦକ୍ଷତା କର୍ମଶାଳାର ଆୟୋଜନ କରିଛି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନସ୍ଥ ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି (OMTES) । ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ନ୍ୟାସନାଲ ଏଜୁକେସନ୍ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟସ (NESTS) ସହଯୋଗରେ ସମଗ୍ର ଓଡ଼ିଶାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ର ଛାତ୍ରାବାସ ୱାର୍ଡେନଙ୍କ ପାଇଁ ଏକ ଚାରି ଦିନିଆ ଦିଗଦର୍ଶନ ତଥା ଦକ୍ଷତା ବିକାଶ କର୍ମଶାଳାର ଆୟୋଜନ କରାଯାଇଛି ।
ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ରେ ଅଗଷ୍ଟ ୧୯ ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ କାର୍ଯ୍ୟରତ ୬୦ ଜଣ ଛାତ୍ରାବାସ ୱାର୍ଡେନ ଯୋଗ ଦେଇଛନ୍ତି । କର୍ମଶାଳାଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ମାନସୀ ଗୋସ୍ୱାମୀ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ଆବାସିକ ବିଦ୍ୟାଳୟ ବ୍ୟବସ୍ଥାରେ ୱାର୍ଡେନଙ୍କ ଭୂମିକାକୁ ଗୁରୁତ୍ବ ଦେଇଛନ୍ତି ଓ ସେମାନଙ୍କୁ “ଆବାସିକ ବିଦ୍ୟାଳୟ ବ୍ୟବସ୍ଥାର ଆତ୍ମା” ଭାବରେ ବର୍ଣ୍ଣନା କରିଛନ୍ତି । ଏଥିସହ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ପରିଚାଳନା, ଶୃଙ୍ଖଳା ଏବଂ ସାମଗ୍ରିକ ମଙ୍ଗଳ ସୁନିଶ୍ଚିତ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଉଦଘାଟନୀ ସଭାରେ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି (OMTES)ର ଭାରପ୍ରାପ୍ତ ଅଧିକାରୀ ପ୍ରଣତୀ ପାତ୍ର ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିଥିଲେ । ସେ ଛାତ୍ରାବାସରେ ପିଲାମାନଙ୍କର ଭାବପ୍ରବଣତା ଏବଂ ମାନସିକ ସୁସ୍ଥତାକୁ ଗୁରୁତ୍ବ ଦେଇଥିଲେ ଏବଂ ଏହା ସେମାନଙ୍କ ଶୈକ୍ଷିକ ଓ ବ୍ୟକ୍ତିଗତ ବିକାଶର ଏକ ଅବିଚ୍ଛେଦ୍ୟ ଉପାଦାନ ବୋଲି ମତ ପୋଷଣ କରିଥିଲେ । ଏହି କର୍ମଶାଳା ଶ୍ରୀ ବି. କେ. ମହାନ୍ତିଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଏହି କର୍ମଶାଳା ଛାତ୍ରାବାସ ୱାର୍ଡେନମାନଙ୍କର ବୃତ୍ତିଗତ କ୍ଷମତାକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତ କରାଯାଇଛି, ଯାହା ଆବାସିକ ବିଦ୍ୟାଳୟରେ ଜନଜାତି ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଅଧିକ ସହାୟକ ହେବ ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ