ଏନସିଇଆରଟି ପାଠ୍ୟ ପୁସ୍ତକରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ସ୍ୱତନ୍ତ୍ର ମଡ୍ୟୁଲ

ନୂଆଦିଲ୍ଲୀ,20।08: ଏନସିଇଆରଟି ପାଠ୍ୟ ପୁସ୍ତକରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଭାରତୀୟ ସେନାର ପରାକ୍ରମ ବିଷୟରେ ପିଲାମାନଙ୍କୁ ଜଣାଇବା ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ଅପରେସନ ସିନ୍ଦୂର ବିଷୟରେ ତୃତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମଡ୍ୟୁଲ ପ୍ରସ୍ତୁତ କରିଛନ୍ତି ଏନସିଇଆରଟି । ଯାହା ଦ୍ୱାରା ପିଲାମାନେ ଭାରତୀୟ ସେନାର ପରାକ୍ରମ ବିଷୟରେ ପଢ଼ିବା ସହ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ଜାଣି ପାରବେ । ଏହି ମଡ୍ୟୁଲର ଦୁଇଟି ସଂସ୍କରଣ ଜାରି କରାଯାଇଛି । ପ୍ରାଥମିକ ଓ ମାଧ୍ୟମିକ ସ୍ତରର ଛାତ୍ରଛାତ୍ରୀଙ୍କ ପାଇଁ (ତୃତୀୟରୁ ଅଷ୍ଟମ ଶ୍ରେଣୀ) ‘ଅପରେସନ୍ ସିନ୍ଦୂର: ବୀରତ୍ୱର ଗାଥା’ ଏବଂ ଉଚ୍ଚ ମାଧ୍ୟମିକ ସ୍ତର (ନବମରୁ ଦ୍ୱାଦଶ ଶ୍ରେଣୀ) ପାଇଁ ‘ଅପରେସନ୍ ସିନ୍ଦୂର: ସମ୍ମାନ ଓ ସାହସର ମିଶନ’। ଏଗୁଡ଼ିକୁ ଶ୍ରେଣୀଗୃହରେ ଆଲୋଚନାମୂଳକ ଶିକ୍ଷା ପାଇଁ ଡିଜାଇନ୍ କରାଯାଇଛି । ପହଲଗାମ ଆକ୍ରମଣରେ ପାକିସ୍ତାନର ଭୂମିକା କଣ ଥିଲା । ପାକିସ୍ତାନର ଆତଙ୍କୀ ପ୍ରୀତି କେମିତି ରହିଥିଲା ଏବଂ ଭାରତର କୁଟନୈତିକ ଟାପ ଏବଂ ଭାରତୀୟ ସଶସ୍ତ୍ର ବାହିନୀର ସାହସିକ ଆକ୍ସନରେ କେମିତି ପାକିସ୍ତାନର ମନୋବଳ ଭାଙ୍ଗି ଯାଇଥିଲା ଆଉ ପରେ ସେ କେମିତି ଯୁଦ୍ଧ ବନ୍ଦ ପାଇଁ ଭାରତ ଆଗରେ ମୁଣ୍ଡ ନୁଆଁଇଲା ପୂରା ଘଟଣା ଉକ୍ତ ପାଠ୍ୟ ପୁସ୍ତକରେ ଦର୍ଶା ଯାଇଛି । ‘ଅପରେସନ ସିନ୍ଦୂର’ ନାମକରଣର କାରଣ ବାବଦରେ ମଧ୍ୟ ଉକ୍ତ ପାଠ୍ୟକ୍ରମରେ ଦର୍ଶାଯାଇଛି।

  • Related Posts

    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading
    ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଆଜି ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାବାସୀଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ