ଏମିତି ଲୋକଙ୍କ ସେକ୍ସ ଲାଇଫ୍ ହୋଇଥାଏ ବହୁତ ସୁନ୍ଦର

କୌଣସି ବି ସଫଳ ବୈବାହିକ ଜୀବନ ପାଇଁ ପ୍ରେମ ବହୁତ ଗୁରୁତ୍ୱପୂର୍ଣ୍ଣ । ରିଲେସନସିପ୍ ଏକ୍ସପର୍ଟ୍ସଙ୍କ କହିବାନୁସାରେ ଭଲପାଇବା ଓ ଭରସା ବ୍ୟତୀତ ଆଉ ଏକ ଖାସ୍ ଜିନିଷ ମଧ୍ୟ ବହୁତ ଗୁରୁତ୍ୱ ରଖିଥାଏ । ବୈବାହିକ ଜୀବନରେ ସେକ୍ସ ବହୁତ ଭୂମିକା ରଖିଥାଏ । ଏକ୍ସପର୍ଟ୍ସଙ୍କ କହିବାନୁସାର ସେକ୍ସ ବିନା କପଲ୍ସଙ୍କ ମଧ୍ୟରେ ସମ୍ପର୍କ ମଜଭୁତ ରହେନାହିଁ ଏବଂ ସମ୍ପର୍କରେ ଉଦାସୀନତା ଆସିଥାଏ । ସୋସିଆଲ ସାଇକୋଲୋଜିକାଲ ଏଣ୍ଡ ପର୍ସନାଲିଟି ସାଇନ୍ସ ଜର୍ଣ୍ଣାଲରେ ଛପିଥିବା ଏକ ଅଧ୍ୟୟନ ଅନୁସାରେ ଜଣାପଡିଛି ଯେ ଯେଉଁମାନେ ନିଜ ସମ୍ପର୍କକୁ ନେଇ ଖୁସି ରହିଥାନ୍ତି ସେମାନେ ନିଜ ସେକ୍ସ ଲାଇଫରେ ସେତେ ଭଲ ପ୍ରଦର୍ଶନ କରିପାରନ୍ତି ।

ଏକ୍ସପର୍ଟ୍ସଙ୍କ କହିବାନୁସାରେ ଯେଉଁମାନେ ନିଜ ପାର୍ଟନରର ଭାବାତ୍ମକ ଆବଶ୍ୟକତାକୁ ପୂରା କରନ୍ତି ସେମାନଙ୍କ ସେକ୍ସ ଲାଇଭ୍ ଭଲ ହୋଇଥାଏ । ଯେଉଁମାନେ ନିଜ ପାର୍ଟନରର ଶାରିରୀକ ଓ ମାନସିକ ଉଭୟ ରୂପେ ଧ୍ୟାନ ରଖନ୍ତି, ସେକ୍ସ ସମୟରେ ତାଙ୍କୁ ପାର୍ଟନରଠୁ ସେତେ ଆନନ୍ଦ ମିଳିଥାଏ । ଇଣ୍ଡିୟାନା ୟୁନିଭର୍ସିଟିର ଏକ ଅଧ୍ୟୟନ ଅନୁସାରେ କରୋନା ଓ ଲକଡାଉନ ଯୋଗୁଁ ଲୋକଙ୍କ ସେକ୍ସ ଲାଇଫ୍ କ୍ୱାଲିଟିରେ ହ୍ରାସ ଆସିଛି । ଲୋକଙ୍କୁ ସେକ୍ସୁଆଲ୍ ବିହେଭିୟର ମଧ୍ୟ ପୂର୍ବ ଅପେକ୍ଷା ବଦଳି ଯାଇଛି । ଏଭଳି କ୍ଷେତ୍ରରେ ସେକ୍ସ ଲାଇଫକୁ ଉତ୍ତମ କରିବା ପାଇଁ କପଲ୍ସଙ୍କୁ ଅନେକ ଛୋଟ ଛୋଟ କଥା ଉପରେ ଧ୍ୟାନ ଦେବା ଉଚିତ୍ ।

ରିଲେସନସିପ୍ ଏକ୍ସପର୍ଟ୍ସଙ୍କ କହିବାନୁସାରେ କପଲ୍ସଙ୍କୁ ପ୍ରାୟ ଡେଟରେ ବାହାରକୁ ଯିବା ଉଚିତ୍ । ବେଳେବେଳେ ପରସ୍ପରକୁ ଗିଫ୍ଟ ଦେବା ଉଚିତ୍ । ଏହା ସହିତ ଭଲ ପାଇବା ଓ କେୟାର ପାଇଁ ପରସ୍ପରକୁ ଧନ୍ୟବାଦ ଦେବା ଉଚିତ୍ । ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ ଯାହା ବି କରୁଛି ସେଥିପାଇଁ ତାଙ୍କୁ ପ୍ରଶଂସା କରନ୍ତୁ । ଯଦି ଆପଣଙ୍କୁ ନିଜ ପାର୍ଟନରର କୌଣସି କଥା ଭଲ ଲାଗୁଛି ତେବେ ଆପଣ ସେନେଇ ଖୋଲିକି ଆଲୋଚନା କରିପାରିବେ । କୃତଜ୍ଞତା ବା ଆଭାର ଜଣାଇବା ଫଳରେ ସମ୍ବନ୍ଧରେ ମଜଭୁତି ଆସିଥାଏ । ପାର୍ଟରନଙ୍କ କେଉଁ କଥା ଆପଣଙ୍କୁ ଭଲ ଲାଗୁଛି ଏହା ସେୟାର କରିବାରେ ଜମା ବି ପଛଘୁଞ୍ଚା ଦିଅନ୍ତୁନି । ଶାରିରୀକ ସମ୍ପର୍କ ସମୟରେ ଭଲ ଲାଗୁଥିବା କଥା ପରସ୍ପର ସହ ସେୟାର କରନ୍ତୁ । ମନେ ରଖନ୍ତୁ ସେକ୍ସୁଆଲ କନେକ୍ସନ ହେବାରେ ସାମାନ୍ୟ ସମୟ ଲାଗିଥାଏ । ଯଦି ପାର୍ଟନରଙ୍କୁ ମୁଡ୍ ଭଲ ନାହିଁ କିମ୍ବା ସେ ଥକ୍କା ଅନୁଭବ କରୁଛନ୍ତି ତେବେ ତାଙ୍କୁ ହଇରାଣ କରନ୍ତୁନି । ପାର୍ଟନରକୁ ପୁରା ସମୟ ଦିଅନ୍ତୁ ଯାହା ଫଳରେ ସେ ଭଲ ଅନୁଭବ କରିବେ । ସେକ୍ସରୁ କିଛି ଦିନ ବ୍ରେକ୍ ନେବା ମଧ୍ୟ ସେକ୍ସ ଲାଇଫକୁ ସୁନ୍ଦର କରିଥାଏ ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ