ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ଵର,୦୮/୦୮ (ଗର୍ବିିତ ଓଡିଆ ବ୍ୟୁରୋ):ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର କାର୍ଯ୍ୟପଦ୍ଧତି, ରୋଗୀ ସେବା ଓ ଆଧୁନିକ ବିକାଶ କାର୍ଯ୍ୟ ଉପରେ ବିସ୍ତୃତ ସମୀକ୍ଷା କରିଛନ୍ତି ।
ମନ୍ତ୍ରୀ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ରାଷ୍ଟ୍ରୀୟ ମାନକ ଅନୁଯାୟୀ ଏକ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଭାବରେ ଗଠନ କରିବା ଦିଗରେ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀ ମାନେ ସମୟରେ ଚିକିତ୍ସା ପାଇପାରିବେ, ସେପାଇଁ ଅଧିକ ବେଡ୍, ଆଧୁନିକ ଯନ୍ତ୍ରପାତି, ଓ ଡିଜିଟାଲ ବ୍ୟବସ୍ଥା ପ୍ରତିଷ୍ଠା ସୁନିଶ୍ଚିତ କରାଯିବାପାଇଁ ଉପସ୍ଥିତ ଅଧିକାରୀଙ୍କୁ କହିଛନ୍ତି ।
ସେହିପରି ରୋଗୀ ସେବା ବ୍ୟବସ୍ଥା ଓ ଅପେକ୍ଷା ସମୟ ହ୍ରାସ, ଅନୁଷ୍ଠାନର ପୁନର୍ବିକାଶ ପ୍ରକଳ୍ପ (Redevelopment Project) ର ଗତି, ଆଧୁନିକ ଯନ୍ତ୍ରପାତି ଉପଲବ୍ଧତା ବାବଦରେ ପଚାରି ବୁଝିଥିଲେ । ସମୀକ୍ଷା ସମୟରେ ମାନ୍ୟବର ମନ୍ତ୍ରୀ ଡାକ୍ତର ଓ ଅଧିକାରୀମାନେ ସହିତ ଆଲୋଚନା କରି ରୋଗୀ ସେବା, ଔଷଧ ଯୋଗାଣ, ସ୍ୱଚ୍ଛତା ଓ ଆଧୁନିକ ସେବା ବ୍ୟବସ୍ଥା ସମ୍ପର୍କରେ ଅବଗତ ହେଲେ। ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ର ଉନ୍ନତି ଓ ପୁନର୍ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ପ୍ରତିବଦ୍ଧ। ଆସୁଥିବା ପ୍ରତ୍ୟେକ ରୋଗୀ ଓ ସେବାଦାତା ମାନେ ଯଥେଷ୍ଟ ସନ୍ତୁଷ୍ଟ ଓ ସୁବିଧାଭୋଗୀ ହେବା ଜରୁରୀ ବୋଲି ମନ୍ତ୍ରୀ ମତାପ୍ରକାଶ କରିଥିଲେ। ଆଗାମୀ ଦିନରେ ଅଧିକ ବେଡ୍, ଉନ୍ନତ ଯନ୍ତ୍ରପାତି ଓ ଡିଜିଟାଲ ରେକର୍ଡ ସିଷ୍ଟମ୍‌ ସହିତ ଆଧୁନିକ ମଡେଲ ହସ୍ପିଟାଲ ଭାବେ ଗଢିତୋଳିବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ. , ଡିଏମଇଟି ଡା. ସନ୍ତୋଷ ମିଶ୍ରଙ୍କ ସହ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍, ପ୍ରିନ୍ସିପାଲ, ବିଭାଗ ଅଧ୍ୟକ୍ଷ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

  • Related Posts

    କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା; OHRCଙ୍କୁ ଭେଟିଲା ବିଜେଡି

    ଭୁବନେଶ୍ୱର: କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଦେବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଆଜି ରାଜ୍ୟ…

    Continue reading
    ପୁରୀରେ କୁଖ୍ୟାତ ଅପରାଧୀ ଚନ୍ଦନକୁ ଏନକାଉଣ୍ଟର

    ପୁରୀ : ସମ୍ବଲପୁର ଓ ବ୍ରହ୍ମପୁର ପରେ ଆକ୍ସନ ମୋଡରେ ପୁରୀ ପୁଲିସ। ପୁରୀର ଜଣେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର ହୋଇଛି। ବାସେଳିସାହି ଥାନା ଓଁକାରେଶ୍ବର ନିକଟରେ ପୁରୀ ପୋଲିସ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ