ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍‌ ସଫଳ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ର ସଫଳ ପରୀକ୍ଷଣ (ଟ୍ରାଏଲ ରନ୍‌) କରାଯାଇଛି। ଅଗଷ୍ଟ ୭ରେ ଉତ୍ତର ପ୍ରଦେଶର ଚାନ୍ଦାଉଲି ଅନ୍ତର୍ଗତ ଗଞ୍ଜଖ୍ବାଜା ଷ୍ଟେସନରୁ ଝାଡ଼ଖଣ୍ଡର ଗରୱା ରୋଡ ପର୍ଯ୍ୟନ୍ତ ୨୦୯ କିମି ରାସ୍ତାକୁ ଏହି ମାଲଗାଡି ୫ ଘଣ୍ଟା ୧୦ ମିନିଟରେ ଅତିକ୍ରମ କରିଥିବା ଜଣାପଡିଛି। ଏହି ମାଲଗାଡିର ଲମ୍ବ ୪.୫ କିମି ହୋଇଥିବାବେଳେ ଏଥିରେ ୭ଟି ଇଞ୍ଜିନ ଓ ୩୫୪ଟି ବଗି ଖଞ୍ଜାଯାଇଛି। ସମ୍ମୁଖରେ ଦୁଇଟି ଇଞ୍ଜିନ ଲାଗିଥିବାବେଳେ ପ୍ରତ୍ୟେକ ୫୯ଟି ବଗି ପରେ ଗୋଟିଏ ଲେଖାଏଁ ଇଞ୍ଜିନ ଖଞ୍ଜାଯାଇଛି। ଏହା ଘଣ୍ଟାକୁ ୪୦-୫୦ କିମି ବେଗରେ ଯାତ୍ରା କରୁଛି। ପ୍ରତ୍ୟେକ ବଗିରେ ୭୨ ଟନ ଓଜନର ସାମଗ୍ରୀ ପରିବହନ କରାଯାଇପାରିବ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଟ୍ରାଏଲ ରନ୍‌ର ଭିଡିଓକୁ ନିଜର ଏକ୍ସ ଆକାଉଣ୍ଟରେ ଅପ୍‌ଲୋଡ କରିଛନ୍ତି। ଖୁବଶୀଘ୍ର ଏହି ମାଲଗାଡିକୁ ଧାନବାଦ ଡିଭିଜନକୁ ପଠାଯିବ। ଏହାଦ୍ବାରା ଅଧିକ ପରିମାଣର ସାମଗ୍ରୀ ପରିବହନ କରାଯିବା ସହ ସମୟ ସଞ୍ଚୟ ଓ ଖର୍ଚ୍ଚ କାଟ ହୋଇପାରିବ ବୋଲି କୁହାଯାଇଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଞ୍ଚଟି ମାଲଗାଡିକୁ ସଂଯୋଗ କରାଯାଇ ଏଭଳି ଦୀର୍ଘତମ ମାଲଗାଡି ପ୍ରସ୍ତୁତ କରାଯାଇଛି।

  • Related Posts

    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମ୍ମରେ କୂଟନୈତିକ ଲଢେଇ ତୀବ୍ର ହୋଇଛି । ରିପୋର୍ଟ ଅନୁଯାୟୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ପାକିସ୍ତାନ ସରକାର ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଥିବା ଜଣାପଡିଛି । ଏହା…

    Continue reading
    ୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ

    କଟକ: ମା କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ଦିନ ହେବ ଚାଲୁଥିଲେ ମଧ୍ୟ ଅଧାପାନ୍ତରିଆ କାମ ଫଳରେ ଭକ୍ତମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏନେଇ ମା’ କଟକ ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି ଉପସଭାପତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ

    “ସଶକ୍ତ ଯୁବଶକ୍ତି ହିଁ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ”