ଏସିଆ କପ୍‌ରୁ ଓହରିବାକୁ ପାକିସ୍ତାନର ଧମକ

ଦୁବାଇ: ଭାରତ-ପାକିସ୍ତାନ ଏସିଆ କପ୍‌ ମ୍ୟାଚ୍‌ରେ ହାତ ନମିଳାଇବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ଟସ୍ ବେଳେ ପାକିସ୍ତାନ ଅଧିନାୟକ ସଲ୍‌ମାନ ଆଗାଙ୍କ ସହ ହାତ ନମିଳାଇବାକୁ ଭାରତୀୟ ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କୁ କହିଥିବା ମ୍ୟାଚ୍‌‌ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ଯଦି ହଟା ନଯାଏ; ତେବେ ପାକିସ୍ତାନ ଦଳ ଏସିଆ କପ୍‌ରୁ ଓହରିଯିବ ବୋଲି ପିସିବିର ଅଧ୍ୟକ୍ଷ ମୋହ୍‌ସିନ ନକ୍‌ଭି ଧମକ ଦେଇଛନ୍ତି। ଟସ୍ ବେଳେ ଓ ମ୍ୟାଚ୍‌ ସମାପ୍ତ ହେବା ପରେ ପାକିସ୍ତାନ ଖେଳାଳିଙ୍କ ସହ ଭାରତୀୟ ଖେଳାଳି ହାତ ନମିଳାଇବା ବିବାଦ ପରେ ପ୍ରଥମେ ଏସିସି ଓ ପରେ ଆଇସିସି ନିକଟରେ ପିସିବି ଔପଚାରିକ ଭାବେ ଅଭିଯୋଗ ଦାଖଲ କରିଛି। ମ୍ୟାଚ୍‌ ରେଫେରୀ ନିରପେକ୍ଷ ରହିବା କଥା। ହେ​‌େ​‌ଲ ଭାରତୀୟ ଦଳର ପ୍ରରୋଚନା​‌େ​ର ସେ ପାକିସ୍ତାନ ଅଧିନାୟକଙ୍କୁ ପ୍ରତିପକ୍ଷ ଅଧିନାୟକଙ୍କ ସହ ହାତ ନମିଳାଇବାକୁ କହିବା ଆଇସିସି ଆଚାର ସଂହିତା ଓ ଏମ୍‌ସିସି ଦ୍ବାରା ପ୍ରଣିତ ନିୟମର ଉଲ୍ଲଙ୍ଘନ।

ଏଣେ ଭାରତୀୟ ଖେଳାଳିଙ୍କ ବିରୋଧରେ ଦୃଢ଼ ଅଭିଯୋଗ କରିଛନ୍ତି ପାକିସ୍ତାନ ଦଳର ମୁଖ୍ୟ ପ୍ରଶିକ୍ଷକ ମାଇକ୍‌ ହେସନ୍। ସେ କହିଛନ୍ତି, ମ୍ୟାଚ୍‌ ପରେ ଆମ ନିଶ୍ଚିତ ଭାବେ ଭାରତୀୟଙ୍କ ସହ ହାତ ମିଳାଇବାକୁ ପ୍ରସ୍ତୁତ ଥିଲୁ। ହେଲେ ଆମ ପ୍ରତିପକ୍ଷ ଏପରି ନକରିବା ଆମକୁ ବହୁତ ନିରାଶ କରିଥିଲା। ଏପରିକି ଆମେ ଭାରତୀୟଙ୍କ ସହ ହାତ ମିଳାଇବା ପାଇଁ ସେମାନଙ୍କ ଡଗ୍‌ଆଉଟ୍‌କୁ ଯାଇଥିଲୁ। ସେଠାରେ ଆମକୁ ଦେଖିବା ପରେ ମଧ୍ୟ ଭାରତୀୟ ଖେଳାଳି ଡ୍ରେସିଂରୁମ୍‌କୁ ଚାଲି ଯାଇଥିଲେ। ମ୍ୟାଚ୍‌ର ଏପରି ଅନ୍ତଃ ଘଟିବା ଆମକୁ ବହୁତ ଦୁଃଖ ଦେଇଛି। ମ୍ୟାଚ୍‌ରେ ଆମେ ଯେପରି ଖେଳିଲୁ; ତାହାକୁ ନେଇ ଆମେ ବହୁତ ନିରାଶ ଥିଲୁ। ତଥାପି ଆମେ ହାତ ମିଳାଇବାକୁ ପ୍ରସ୍ତୁତ ଥିଲୁ। ତେବେ ମ୍ୟାଚ୍‌ ପରବର୍ତ୍ତୀ ଘଟଣା ଆମକୁ ଆହୁରି ଦୁଃଖ ଦେଇଛି।

  • Related Posts

    ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

    ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…

    Continue reading
    ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮; ଆୟୋଜନ ପାଇଁ ପ୍ରସ୍ତୁତ ଓଡି଼ଶା, କାଉଣ୍ଟଡାଉନ ଆରମ୍ଭ

    ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ