ଭୁବନେଶ୍ଵର:ରାଜଧାନୀର ଏ.ଜି. ଛକରେ ସିରିଜ ଦୁର୍ଘଟଣା। କାରକୁ ପିଟିଲା ହାଇୱା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ କାର ଗାଡ଼ି ଚାଳକ ଓ ଯାତ୍ରୀ। ହାଇୱା ଟ୍ରକ୍ ଟି ରାଜମହଲରୁ କଲ୍ପନା ଆଡ଼କୁ ଯାଉଥିବା ବେଳେ କାରଟି ବିମାନ ବନ୍ଦରରୁ ତ୍ରିଶୂଳିଆ ଅଭିମୁଖେ ଯାଉଥିଲା। ହାଇୱା ଟ୍ରକଟି ଦ୍ରୁତ ଗତିରେ ଆସି ପ୍ରଥମେ ବିମାନବନ୍ଦର ଆଡୁ ଆସୁଥିବା କାର୍ କୁ ଧକ୍କା ଦେଇଥିଲା, ପରେ କାରଟି ନିଜ ଭାରସାମ୍ୟ ହରାଇ ଅନ୍ୟ ଏକ କାର ସହ ପିଟି ହୋଇଥିଲା। ବିମାନବନ୍ଦରରୁ ଯେଉଁ ଯାତ୍ରୀଜଣଙ୍କ ଯାଉଥିଲେ ତାଙ୍କର ମୁଣ୍ଡ ଏବଂ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ଡ୍ରାଇଭରଜଣଙ୍କ ସାମାନ୍ୟ ଆହତ ହୋଇଛନ୍ତି। ଦୁଇ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। କମିସନରେଟ ପୁଲିସର ଢିଲା ନାଇଟ ପାଟ୍ରୋଲିଂ ଏବଂ ରାତି ୧୧ଟା ପରେ ଟ୍ରାଫିକ ଲାଇଟ୍ ବନ୍ଦ ହେବା ଯୋଗୁଁ ରାଜଧାନୀ ଭୁବନେଶ୍ଵରରେ ପ୍ରତ୍ୟେକ ଦିନ ଏଭଳି ଘଟଣା ଘଟୁଛି।
କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ
ଭୁବନେଶ୍ୱର: ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ଗ୍ରୀଡ୍ ନିର୍ମାଣ, ଗ୍ରାନାଇଟ୍ ଫ୍ଲୋରିଂ ଏବଂ ପ୍ରିକାଷ୍ଟ କପିଂ ବ୍ଲକ୍ ସହିତ ପ୍ଲାଟଫର୍ମ ପୃଷ୍ଠର ନବୀକରଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଏୟାର କନକୋର୍ସ ପାଇଁ…