
ଭୁବନେଶ୍ୱର:ଏ ବର୍ଷ ଆଗୁଆ ଆସିପାରେ ଖରା ଦିନ। ଶୀଘ୍ର ବାହୁଡ଼ିଯିବ ମୌସୁମୀ। ଜଳବାୟୁ ବିଶେଷଜ୍ଞ ଆକଳନ କରୁଛନ୍ତି, ବହୁ ଆଗରୁ ବାହୁଡ଼ିଯିବ ମୌସୁମୀ। ଆଉ ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟକୁ ସିଝାଇବ ଖରା। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ରେକର୍ଡ ଭାଙ୍ଗିପାରେ ତାତି। ପାଣିପାଗର ଏହି ଅସ୍ୱାଭାବିକ ଗତିପଥକୁ ନେଇ କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ସମେତ ଏସଆରସି ଅଧ୍ୟୟନ ଚଳାଇଛନ୍ତି।
ଏହା ପ୍ରାଥମିକ ଆକଳନ ହୋଇଥିବା ବେଳେ, ଅଧିକ ଅନୁଧ୍ୟାନ ପରେ ସ୍ପଷ୍ଟ ହେବ ଆଗାମୀ ଦିନର ପ୍ରକୃତ ଚିତ୍ର। ଆଗୁଆ ସମ୍ଭାବ୍ୟ ତାତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ପାଣିପାଗ ବିଜ୍ଞାନୀଙ୍କ ମତରେ, ସୁପର ଏଲନିନୋର ପ୍ରଭାବ ଯୋଗୁ ପାଣିପାଗରେ ବଡ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଆଗୁଆ ଖରା ଆସିଲେ ଓ ଶୀତ କମିଲେ ଚାଷବାସ ବି ସାଂଘାତିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।








