ଓଡ଼ିଶା ପାଇଁ ଖୁସି ଖବର: ପାରାଦୀପରେ ହେବ ଜାହାଜ ନିର୍ମାଣ କ୍ଲଷ୍ଟର

ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସ୍ଥାପନ ହେବାକୁ ଯାଉଛି ବୃହତ୍‌ ଜାହାଜ ନିର୍ମାଣ କ୍ଲଷ୍ଟର । ପାରାଦୀପ ବନ୍ଦର ଓ ଓଡ଼ିଶା ମାରିଟାଇମ୍‌ ବୋର୍ଡ (ଓଏମ୍‌ବି) ସହଭାଗିତାରେ ଏହି କ୍ଲଷ୍ଟର ନିର୍ମାଣ ହେବ । କେନ୍ଦ୍ରାପଡା ଜିଲ୍ଲାର ନଦୀ କୂଳ ଓ ପାରାଦୀପ ଇଫ୍‌କୋ ପ୍ଲାଣ୍ଟର ବିପରୀତ ପାର୍ଶ୍ୱରେ ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପରେ ନିବେଶ ହେବ ୨୪,୭୦୦ କୋଟି । ୨୦୦୦ରୁ ୨୫୦୦ ଏକର ଜମିରେ ଛିଡ଼ା ହେବ ଏ କ୍ଲଷ୍ଟର । ସେହିଭଳି ଗଞ୍ଜାମ ବାହୁଦା ମୁହାଣରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ମାଣ ହେବ ଏହି ଗ୍ରୀନ ଫିଲ୍ଡ ସାଟେଲାଇଟ ବନ୍ଦର । ଏଥିରେ ନିବେଶ ହେବ ୨୧,୫୦୦ କୋଟି ଟଙ୍କା । ଏହି ବନ୍ଦରର ପ୍ରସ୍ତାବିତ ବାର୍ଷିକ କ୍ଷମତା ୧୫୦ ନିୟୁତ ଟନ୍‌ ରହିବ । ଏ ଦୁଇଟି ମେଗା ପ୍ରକଳ୍ପ ପାଇଁ ସ୍ୱାକ୍ଷରିତ ହୋଇଛି ଏମ୍‌ଓୟୁ । ଗୁଜରାଟର ଭାବନଗରରେ ସାମୁଦ୍ରିକ କ୍ଷେତ୍ର ରୂପାନ୍ତରଣ କନ୍‌କ୍ଲେଭ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଉପସ୍ଥିତିରେ ଏହି ଦୁଇଟି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ପ୍ରସ୍ତାବିତ ଜାହାଜ ନିର୍ମାଣ ପ୍ରକଳ୍ପ ଏକ ସମନ୍ୱିତ ଇକୋସିଷ୍ଟମ ବିକଶିତ କରିବ । ଏଥିରେ ବୃହତ୍‌ ଜାହାଜ ନିର୍ମାଣ ୟୁନିଟଗୁଡ଼ିକ ଆସିବ । ଯାହାର ମିଳିତ ବାର୍ଷିକ କ୍ଷମତା ୧.୦୨ରୁ ୧.୨ ନିୟୁନ ଗ୍ରସ ଟନେଜ୍‌ ରହିବ । ଏହି କ୍ଲଷ୍ଟରର ଜାହାଜ ନିର୍ମାଣ କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପ ଯଥା- ଇଞ୍ଜିନ ବିନିର୍ମାଣ, ଇସ୍ପାତ ଫାବ୍ରିକେସନ, ଯନ୍ତ୍ରାଂଶ ଯୋଗାଣକାରୀଙ୍କ ଲାଗି ମଧ୍ୟ ଆବଶ୍ୟକ ସ୍ଥାନ ଯୋଗାଇ ଦେବେ ରାଜ୍ୟ ସରକାର । ଏଥିପାଇଁ ୨ରୁ ୨.୫ କିମିର ୱାଟର ଫ୍ରଣ୍ଟ୍‌ ବ୍ୟବସ୍ଥା କରାଯିବ। ୨୦୪୭ ସୁଦ୍ଧା ଦେଶକୁ ବିଶ୍ୱର ଶ୍ରେଷ୍ଠ ୫ ଜାହାଜ ଉତ୍ପାଦନକାରୀଙ୍କ ମଧ୍ୟରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏଥିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ଓଡ଼ିଶା । ଏହାଛଡ଼ା ଏହି ବୃହତ୍‌ ପ୍ରକଳ୍ପ ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ଯଥା ପ୍ରଶାସନିକ କାର୍ୟ୍ୟାଳୟ, ତାଲିମ କେନ୍ଦ୍ର, ଗବେଷଣା ଏବଂ ଉନ୍ନତୀକରଣ ଫାସିଲିଟି ମଧ୍ୟ ସ୍ଥାପନ ହେବ । ପାରାଦୀପ ବନ୍ଦର ଏବଂ ଓଏମ୍‌ବି ମିଳିତ ଭାବେ ଏହି ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକୁ ବିକଶିତ କରିବେ । ଏହି କ୍ଲଷ୍ଟର ନିବେଶକଙ୍କୁ ଆକୃଷ୍ଟ କରିବା ସହ ପରିବେଶ ଉପଯୋଗୀ ପଦକ୍ଷେପ ଗ୍ରହଣ କରିବ । ଦେଶର ବାଣିଜ୍ୟିକ ଜାହାଜ ନିର୍ମାଣ କ୍ଷମତାକୁ ବଢ଼ାଇବ ।ସେହିଭଳି ବାହୁଦାରେ ସାଟେଲାଇଟ୍‌ ବନ୍ଦର ନିର୍ମାଣ ହେବ । ନୂଆ ସାଟେଲାଇଟ ବନ୍ଦର ଲାଗି ପାରାଦୀପ ପୋର୍ଟ ଅଥରିଟି, ଓଏମ୍‌ବି ଏବଂ ସାଗରମାଳା ଫାଇନାନ୍ସ କର୍ପୋରେସନ ତ୍ରିପାକ୍ଷିକ ଚୁକ୍ତିରେ ସାମିଲ ହୋଇଛନ୍ତି । ‘ମାରିଟାଇମ୍‌ ଭିଜନ ୨୦୩୦’ ଏବଂ ପିଏମ୍‌ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଧିନରେ ଏହି ବନ୍ଦରର ବିକାଶ କରାଯିବ । ଦେଶର ନୌପରିବହନ ଭିତ୍ତିଭୂମିକୁ ଦୃଢ଼ୀକରଣ କରିବାରେ ଏହା ବିଶେଷ ଭାବେ ଯୋଗଦାନ ଦେବ । ଏହି ବନ୍ଦର ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର କିଛି ଅଞ୍ଚଳ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ୟ୍ୟ କରିବ । ପଣ୍ୟ ପରିବହନରେ ଏହା ଉଲ୍ଲେଖନୀୟ ଭୂମିକା ତୁଲାଇବ ।

ଓଏମ୍‌ବି ଏ ନେଇ ରାଜ୍ୟସ୍ତରୀୟ ସହାୟତା, ବାହ୍ୟ ସଂଯୋଗ ଏବଂ ଆନୁଷଙ୍ଗିକ ମଞ୍ଜୁରୀ ପ୍ରଦାନ କରିବ । ବନ୍ଦର ଲାଗି କେନ୍ଦ୍ର ସରକାର ୫,୦୦୫ ହଜାର ଏକରର ଜମି ଯୋଗାଇ ଦେବେ । ଅତିରିକ୍ତ ଜମି ଯୋଗାଣ ନେଇ ମଧ୍ୟ ବ୍ୟବସ୍ଥା ହେବ । ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦେବ ସାଗରମାଳା ଫାଇନାନ୍ସ କର୍ପୋରେସନ । ବନ୍ଦର ନେଇ ଏକ ସ୍ପେଶାଲ ପର୍ପୋଜ ଭେଇକିଲ (ଏସ୍‌ପିଭି) ଗଠନ ହେବ। ଯାହା ବନ୍ଦରର କାର୍ୟ୍ୟାନ୍ୱୟନ, ଫାଇନାନ୍ସ ଏବଂ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଦେଖିବ ।

ଏ ଅବସରରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (ପିପିଏ) ଅଧ୍ୟକ୍ଷ ପି.ଏଲ୍‌ ହରନାଦ କହିଛନ୍ତି, ପ୍ରସ୍ତାବିତ ନୂଆ ବନ୍ଦରରେ କଣ୍ଟେନର, ବ୍ରେକ୍‌ ବଲ୍‌କ, ଡ୍ରାଏ ବଲ୍‌କ, ଲିକ୍ୟୁଡ ବଲ୍‌କ କାର୍ଗୋ ପରିଚାଳନା ଲାଗି ସ୍ୱତନ୍ତ୍ର ଡକ୍‌ ରହିବ । ସେହିଭଳି ପୋର୍ଟ କ୍ରାଫ୍ଟ, କୋଷ୍ଟ ଗାର୍ଡ ଜାହାଜ ଲାଗି ସର୍ଭିସ ଡକ୍‌ ଏବଂ ଡ୍ରାଏ ଡକ୍‌ ସୁବିଧା କରାଯିବ । ଏହି ବନ୍ଦର ଦେଶର ବନ୍ଦର କ୍ଷମତା ବୃଦ୍ଧି ସହ ପଣ୍ୟ କାରବାରକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ । ଓଡ଼ିଶା ଭଳି ରାଜ୍ୟ ଏଥିରୁ ବେଶ ଲାଭ ମଧ୍ୟ ଉଠାଇବ ।

  • Related Posts

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading
    ହାଇକୋର୍ଟ ଗଲେ ବିଦ୍ୟାଭାରତୀ

    କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ