ଓଡ଼ିଶା ପ୍ରୋ ଟ୍ବେଣ୍ଟି୨୦ ଲିଗ୍‌ ଉଦ୍‌ଘାଟିତ; ୨୬ରେ ହେବ ଉଦ୍‌ଯାପିତ

କଟକ: ଐତିହାସିକ ବାରବାଟୀ ଷ୍ଟାଡ଼ିୟମ ଅନେକ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ମୁକସାକ୍ଷୀ। ଉକ୍ତ ଷ୍ଟାଡ଼ିୟମରେ ଏକାଧିକ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜିତ ହୋଇଛିି। ବାରବାଟୀ ଓଡ଼ିଶାର ଗର୍ବ ଓ ଗୌରବ । ଓଡ଼ିଶା କ୍ରିକେଟକୁ ଆଗକୁ ନେବା ଓ ରାଜ୍ୟରୁ ଅନ୍ତର୍ଜାତୀୟ କ୍ରିକେଟର ସୃଷ୍ଟି କରିବାରେ ବାରବାଟୀର ବଡ଼ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଓଡ଼ିଶା ପ୍ରୋ ଟ୍ବେଣ୍ଟି୨୦ ଲିଗ୍‌ ବୁଧବାର ଉଦ୍‌ଘାଟିତ ହୋଇଛି। ବାରବାଟୀ ଷ୍ଟାଡ଼ିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ପ୍ରୋ ଟ୍ବେଣ୍ଟି୨୦ ଲିଗ୍‌ ଟ୍ରଫି ଉନ୍ମୋଚିତ କରିବା ସହ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ।ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆରମ୍ଭ ହୋଇଥିବା ଓଡ଼ିଶା ପ୍ରୋ ଟ୍ବେଣ୍ଟି୨୦ ଲିଗ୍‌କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଶଂସା କରିଥିଲେ। ଓଡ଼ିଶା ପ୍ରୋ ଟ୍ବେଣ୍ଟି୨୦ ଲିଗ୍‌ ଦ୍ବାରା ଆଗାମୀ ଦିନରେ ରାଜ୍ୟରୁ ଅନ୍ତର୍ଜାତୀୟସ୍ତରର ଖେଳାଳି ବାହାରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଓଡ଼ିଶା ପ୍ରୋ ଟ୍ବେଣ୍ଟି୨୦ ଲିଗ୍‌ର ବ୍ରାଣ୍ଡ ଆମ୍ବାସାଡାର ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଇର୍ଫାନ ପଠାନ ଓଡ଼ିଶା ପ୍ରୋ ଟ୍ବେଣ୍ଟି୨୦ ଲିଗ୍‌ ଯୁବ ଖେଳାଳିମାନଙ୍କ ପାଇଁ ବଡ ପ୍ଲାଟଫର୍ମ ବୋଲି କହିଥିଲେ। ଓସିଏ ଯୁବ ଖେଳାଳିମାନଙ୍କ ପାଇଁ ବଡ ସୁଯୋଗ ଆଣିଛି।
ଖେଳାଳିମାନେ ଏହାର ଫାଇଦା ନେବା ଆବଶ୍ୟକ ବୋଲି ଇର୍ଫାନ କହିଥିଲେ। ନିଜ ଉପରେ ଦୃୃ ଢ ବିଶ୍ବାସ ରଖି ଆଗକୁ ବଢିଲେ ପ୍ରତିଟି କ୍ଷେତ୍ରରେ ସଫଳତା ମିଳିଥାଏ। ଭଲ କ୍ରିକେଟର ହେବାକୁ ହେଲେ ପ୍ରଥମେ ନିଜ ଉପରେ ଦୃଢ ଆତ୍ମବିଶ୍ବାସ ରଖ। ସାମ୍ନାରେ ଯେଉଁ ବ୍ୟାଟ୍‌ସମ୍ୟାନ ହୁଅନ୍ତୁ କି ବୋଲର ତାଙ୍କୁ ଆତ୍ମବିଶ୍ବାସର ସହିତ ସାମ୍ନା କର ବୋଲି ଯୁବ ଖେଳାଳିମାନଙ୍କୁ ଇର୍ଫାନ ପରାମର୍ଶ ଦେଇଥିଲେ। ଓସିଏର ପୂର୍ବତନ ସମ୍ପାଦକ ତଥା ଓଡ଼ିଶା ଦୌଡ଼କୁଦ ସଂଘର ଅଧ୍ୟକ୍ଷ ଡ. ଆଶୀର୍ବାଦ ବେହେରା ଓଡ଼ିଶ​‌ାର ଯୁବ ଖେଳାଳିମାନଙ୍କୁ ଆଗକୁ ନେବାରେ ଓଡ଼ିଶା ପ୍ରୋ ଟ୍ବେଣ୍ଟି୨୦ ଲିଗ୍‌ ସହାୟକ ହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ. ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ, ଓସିଏ ସମ୍ପାଦକ ସଞ୍ଜୟ ବେହେରା. କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ , ଆାରିଭାର କୋ ଫାଉଣ୍ଡର ତଥା ନିର୍ଦେଶକ କେ ଗୁପ୍ତା, ରାଉରକେଲା ଷ୍ଟିର୍ଲସ ଫ୍ରାଞ୍ଚାଇଜ ତତ୍ତ୍ବାବଧାରକ ତନିଶା ଜୈନ, କଟକ ପାନ୍ଥର୍ସ ଫ୍ରାଞ୍ଚାଇଜ ତତ୍ତ୍ବାବଧାରକ ଶୈଳେନ୍ଦ୍ର ବେହେରା ପ୍ରମୁଖ ଅତିଥି ଭା​‌େ​‌ବ ଯେ​‌ାଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଓସିଏ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦ୍‌ଘାଟନୀ ଉତ୍ସବ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଓଡ଼ିଶା ପ୍ରୋ ଟ୍ବେଣ୍ଟି୨୦ ଲିଗ ପ୍ରଥମ ମ୍ୟାଚର ଟସ୍‌ ପକାଇବା ସହ ଘଣ୍ଟି ବଜାଇ ଖେଳ ଶୁଭାରମ୍ଭ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ଓସିଏ ପକ୍ଷରୁ କଟକର ଏକ ଅନାଥ ଆଶ୍ରମର ପିଲାମାନଙ୍କୁ ୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ଉଦ୍‌ଘାଟନୀ ଉତ୍ସବ ଆରମ୍ଭରୁ ରଙ୍ଗରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡ଼ିଶା ପ୍ରୋ ଟ୍ବେଣ୍ଟି୨୦ ଲିଗରେ ୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ଉକ୍ତ ପ୍ରତିଯୋଗିତା ୨୬ରେ ଉଦ୍‌ଯାପିତ ହେବ।

  • Related Posts

    ଆଇପିଏଲ : କେକେଆରକୁ ହରାଇଲା ଲକ୍ଷ୍ନୌ

    କଲକତା:ଚଳିତ ଆଇପିଏଲ ୧୫ତମ ଲିଗ୍ ମ୍ୟାଚରେ କେକେଆରକୁ ହରାଇଲା ଲକ୍ଷ୍ନୌ । ୧୮୧ରନର ପିଛା କରି ନିର୍ଦ୍ଧାରିତ ୨୦ଓଭରରେ ୭ ଓ୍ବିକେଟ ହରାଇ ୧୮୨ରନ୍ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି କେକେଆର୍ ୨୦ ଓଭରରେ ୪ଓ୍ବିକେଟ ହରାଇ…

    Continue reading
    ରଗବୀ ଚାମ୍ପିଅନସିପ୍‌: କଳିଙ୍ଗ ଷ୍ଟାଡିୟମରେ ୧୪ଟି ରାଜ୍ୟରୁ ୩୦୦ରୁ ଅଧିକ ଖେଳାଳୀ

    ଭୁବନେଶ୍ୱର :ଓଡ଼ିଶାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ରଗବୀ ଚାମ୍ପିଅନସିପ୍‌ ୨୦୨୫-୨୬ ରେ ଆଜି ଠାରୁ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି । ଏହି ଚାମ୍ପିଅନସିପ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ