ଆଇପିଏଲ : କେକେଆରକୁ ହରାଇଲା ଲକ୍ଷ୍ନୌ

କଲକତା:ଚଳିତ ଆଇପିଏଲ ୧୫ତମ ଲିଗ୍ ମ୍ୟାଚରେ କେକେଆରକୁ ହରାଇଲା ଲକ୍ଷ୍ନୌ । ୧୮୧ରନର ପିଛା କରି ନିର୍ଦ୍ଧାରିତ ୨୦ଓଭରରେ ୭ ଓ୍ବିକେଟ ହରାଇ ୧୮୨ରନ୍ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି କେକେଆର୍ ୨୦ ଓଭରରେ ୪ଓ୍ବିକେଟ ହରାଇ ୧୮୧ ରନ୍ କରିଥିଲା ।

ଲକ୍ଷ୍ନୌର ଦୁଇ ବ୍ୟାଟର ଅର୍ଦ୍ଧଶତକ କରିଛନ୍ତି । ଆୟୂଷ ବାଦୋନୀ ୩୪ବଲରେ ୫୪ରନ୍ କରିଥିବାବେଳେ ମୁକୁଲ ଚୌଧୁରୀ ୨୭ ବଲରେ ୫୪ରନ୍ (ନଟ୍ ଆଉଟ) କରିଛନ୍ତି । ସେହିଭଳି ମିଚେଲ୍ ମାର୍ସ ୧୧ ବଲରେ ୧୫ରନ୍, ଏଡେନ ମାର୍କନ ୧୫ବଲରେ ୨୨ରନ୍ , ରିଷଭ ପନ୍ତ ୯ ବଲରେ ୧୦ରନ୍, ନିକୋଲାସ୍ ପୁରନ ୧୫ବଲରେ ୧୩ରନ୍ , ଅବ୍ଦୁଲ ସମାଦ ୪ବଲରେ ୨ରନ୍, ମହମ୍ମଦ ସାମି ୧, ଆବେଶ ଖାନ୍ ୧ ରନ୍(ନଟ୍ ଆଉଟ୍) କରିଛନ୍ତି । ବୋଲିଂର କଥା ଯଦି କହିବା ତେବେ ବୈଭବ ଅରୋରା ଏବଂ ଅନୁକୁଳ ରୟ ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ସୁନିଲ ନାରିନ, କାର୍ତ୍ତିକ ତ୍ୟାଗି, କ୍ୟାମରୋନ ଗ୍ରୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।
କେକେଆର୍ ଶେଷ ୫ଓଭରରେ ୬୬ରନ କରିଥିଲା । ୧୦ରୁ ୧୫ଓଭର ମଧ୍ୟରେ କେବଳ ୧୭ରନ୍ କରିଥିଲେ ଏବଂ କେକେଆରର ୩ଓ୍ବିକେଟ ଯାଇଥିଲା । ୧୦ଓଭର ପରେ କେକେଆରର ସ୍କୋର ୯୮ରନ୍ ଥିଲା । କିନ୍ତୁ ଏହାପରେ ୧୫ଓଭରରେ ସ୍କୋର କେବଳ ୧୧୫ରନ୍ ପର୍ୟ୍ୟନ୍ତ ହିଁ ଥିଲା ।

ରେବମ୍ୟାନ୍ ପାଓ୍ବେଲ ୨୪ବଲରେ ୩୯ରନ୍ କରି ନଟଆଉଟ ଫେରିଲେ । ତାଙ୍କ ସହ କ୍ୟାମଋନ ଗ୍ରୀନ ୨୪ବଲରେ ୩୨ରନ୍ କରି ନଟଆଉଟ୍ ଫେରିଥିଲେ । ଏହା ପୂର୍ବରୁ ଅଜଙ୍କ୍ୟ ରହାଣେ ୨୪ବଲରେ ୪୧ରନ୍ ଏବଂ ଅଙ୍ଗକୃଷ ରଘୁବଂଶୀ ୩୩ବଲରେ ୪୫ରନ୍ କରି ଆଉଟ ହୋଇଥିଲେ । ଲକ୍ଷ୍ନୌ ଲାଗି ପ୍ରିନ୍ସ ୟାଦବ, ମଣିମରନ ସିଦ୍ଧାର୍ଥ, ଦିବ୍ବେଶ ସିଂହ ରାଠୀ ଏବଂ ଆବେଶ ଖାନ ଗୋଟିଏ ଗୋଟିଏ ଓ୍ବିକେଟ ନେଇଛନ୍ତି ।

  • Related Posts

    ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ

    ଗ୍ଲାସ୍‌ଗୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ। ରବିବାର ମହିଳା ୪୮ କିଗ୍ରା ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ଥାନରେ ରହି ମୀରାବାଈ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ମଣିପୁରର ୩୨ ବର୍ଷ ବୟସ୍କା ମୀରାବାଈ ମୋଟ…

    Continue reading
    ଲର୍ଡସରେ ଭାରତକୁ ହରାଇ ଇଂଲଣ୍ଡ ଜିତିଲା ଦିନିକିଆ ସିରିଜ୍

    ଲର୍ଡସ: ଲର୍ଡସର ଐତିହାସିକ ମଇଦାନରେ ରବିବାର ଏଭଳି ଏକ ମ୍ୟାଚ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ରନ୍ ର ବର୍ଷା ହୋଇଥିଲା, ନୂତନ ରେକର୍ଡ ସୃଷ୍ଟି ହୋଇଥିଲା ଏବଂ ଶେଷରେ ଇଂଲଣ୍ଡ ବିଜୟୀ ହୋଇଥିଲା। ରୋହିତ ଶର୍ମାଙ୍କ ଚମତ୍କାର ୧୩୮ ରନ୍, ବିରାଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ