ଓଡ଼ିଶା ବର୍ତ୍ତମାନ ଶିଳ୍ପଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗୁଜରାଟ ଭାରତର ପଶ୍ଚିମ ଭାଗକୁ ସମୃଦ୍ଧ କରିଛି। ବର୍ତ୍ତମାନ ଭାରତର ପୂର୍ବ ଭାଗକୁ ସମୃଦ୍ଧ କରିବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦ୍ରୁତ ଅଭିବୃଦ୍ଧି ଏବଂ ରଣନୈତିକ ଯୋଜନା ସହିତ ଓଡ଼ିଶା ବର୍ତ୍ତମାନ ଶିଳ୍ପଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି । ଏହା ସହିତ ପ୍ରତିଯୋଗିତାମୂଳକ ପରିବେଶରେ ନିବେଶକ ମାନଙ୍କୁ ଅପେକ୍ଷାକୃତ ସୁବିଧାଜନକ ସ୍ଥିତି ମଧ୍ୟ ପ୍ରଦାନ କରୁଛି । ଅହମ୍ମଦାବାଦରେ ଆୟୋଜିତ ‘ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ‘ପୂର୍ବୋଦୟ’ ପରିକଳ୍ପନାରେ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ରସ୍ଥଳ ଭାବେ ଗଢ଼ିତୋଳିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତର ପ୍ରଥମ ଦିନରେ ପ୍ରମୁଖ ଉଦ୍ୟୋଗପତି ଏବଂ ବ୍ୟବସାୟିକ ସଂଘମାନେ ଯୋଗ ଦେଇଥିଲେ। ୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ଭାରତର ଅଭ୍ୟୁଦୟ ସହିତ ଭାରତର ଅର୍ଥନୈତିକ ସମ୍ପ୍ରସାରଣ ହେବ । ପଶ୍ଚିମ ଭାରତ ସହିତ ପୂର୍ବ ଭାରତର ବିକାଶ ହେଲେ ଏହି ଅଭିବୃଦ୍ଧି ଅଧିକ ସନ୍ତୁଳିତ ହେବ । ଓଡ଼ିଶା ଏହି ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ହେବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମେ ଗୁଜରାଟକୁ ଏକ ସ୍ପଷ୍ଟ ସନ୍ଦେଶ ନେଇ ଆସିଛୁ । ଭାରତର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଆମେ ଶିଳ୍ପଜଗତକୁ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରିତ କରୁଛୁ, ଏବଂ ମିଳିତ ଅଭିବୃଦ୍ଧି ମାଧ୍ୟମରେ ଦେଶର ସମୃଦ୍ଧିରେ ଯୋଗଦାନ ରଖିବାକୁ ଅନୁରୋଧ କରୁଛୁ।

ଏହି ପ୍ରତିନିଧି ମଣ୍ଡଳୀରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ରୋଡ୍-ଶୋ ଅବସରରେ ବସ୍ତ୍ର ଓ ବୟନ ଶିଳ୍ପ ସମେତ ବିଭିନ୍ନ କ୍ଷେତ୍ର ଭିତ୍ତିକ ଆଲୋଚନା ଏବଂ ଉଦ୍ୟୋଗପତିଙ୍କ ସହ ସିଧାସଳଖ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ୨୬ଟି ‘ୱାନ୍-ଟୁ-ୱାନ୍’ ବୈଠକରେ ଅଧ୍ୟକ୍ଷତା କରି ଶିଳ୍ପପତିଙ୍କ ସହ ନିବେଶ ସୁଯୋଗ ଓ ନୀତିଗତ ସହାୟତା ବିଷୟରେ ଆଲୋଚନା କରିଥିଲେ। ବୟନ ଓ ବସ୍ତ୍ର ଶିଳ୍ପ ସମ୍ପର୍କିତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଥିବା ଗଭୀର ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ।

ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ସୁଦୃଢ଼ ଭିତ୍ତିଭୂମି, ବନ୍ଦରଭିତ୍ତିକ ଯୋଗାଯୋଗ ଏବଂ ସ୍ଥିର ନୀତି ଯୋଗୁଁ ଓଡ଼ିଶା ଏକ ଭବିଷ୍ୟତ-ଉପଯୋଗୀ ଶିଳ୍ପ ହବ୍ ଭାବରେ ନିଜକୁ ପ୍ରତିଷ୍ଠିତ କରୁଛି। ଅହମ୍ମଦାବାଦରେ ଆୟୋଜିତ ଏହି ସଫଳ ରୋଡ୍-ଶୋ ଭାରତର ଶିଳ୍ପ ମାନଚିତ୍ରରେ ଓଡ଼ିଶାର ପ୍ରଭାବକୁ ଆହୁରି ସୁଦୃଢ଼ କରିଛି।

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ