
ଭୁବନେଶ୍ୱର: ଓଡିଶା କଂଗ୍ରେସକୁ ମିଳିଲା ନୂଆ ମଙ୍ଗୁଆଳ । ରାଜ୍ୟ ପିସିସି ସଭାପତି ହେଲେ ବରିଷ୍ଠ ରାଜନେତା ଭକ୍ତ ଦାସ । ଭକ୍ତ ଦାସ ହେଲେ ପିସିସି ସଭାପତି । ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ସୂଚନା । ଦୀର୍ଘ ଦିନର ଅପେକ୍ଷା ପରେ ଆଜି ଏନେଇ ଘୋଷଣା କରିଛି ଏଆଇସିସି । ଓଡିଶାରେ ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ଦୟନୀୟ ପ୍ରଦର୍ଶନ ପରେ ପିସିସି ସଭାପତି ପଦରୁ ଦେଇଥିଲେ ଶରତ ପଟ୍ଟନାୟକ ।”ଦଳ ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଉଛି । ଯେଉଁ ଦାୟିତ୍ବ ମୋତେ ଦିଆଯାଇଛି ତାହା ସୂଚାରୁ ରୂପେ ନିର୍ବାହ କରିବି” ବୋଲି କହିଛନ୍ତି ଭକ୍ତ ଚରଣ ଦାସ । ସେପଟେ ବରିଷ୍ଠ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଭକ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ତିନି ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଭକ୍ତ । କେନ୍ଦ୍ରରେ ଦୁଇ ଦୁଇ ଥର ମନ୍ତ୍ରୀ ଥିଲେ ଭକ୍ତ । ୧୯୮୫ ରେ କଳାହାଣ୍ଡିରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଭକ୍ତ । ୧୯୮୯ ରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଥିଲେ ,୧୯୯୦ ରେ ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ଭକ୍ତ । ଦୀର୍ଘ ବର୍ଷ ହେବ ବସମମ ସମ୍ପାଦକ ଏବଂ ବିଭିନ୍ନ ରାଜ୍ୟ ପାଇଁ ପ୍ରଭରୀ ନିଯୁକ୍ତ ହୋଇଥିଲେ ।
ଭକ୍ତ ଦାସ ପଶ୍ଚିମ ଓଡିଶାର ଜଣେ ପ୍ରଭାବଶାଳୀ ନେତା ଭାବେ ସୁପରିଚିତ। ଭକ୍ତ ପୂର୍ବରୁ ତେଲେଙ୍ଗାନାର ପ୍ରଭାରୀ ଦାୟିତ୍ୱରେ ଥିଲେ । ୬୬ ବର୍ଷୀୟ ଏହି ଭେଟେରାନ ତିନି ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ନବମ ,ଏକାଦଶ ଏବଂ ପଞ୍ଚଦଶ ଲୋକସଭାର କଳାହାଣ୍ଡିର ସାଂସଦ ଭାବେ ନିର୍ବାଚିତ ହେବା ପରେ କେନ୍ଦ୍ରରେ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ଭକ୍ତ ।



