ଓଡିଶା ପୁଲିସ ଶହୀଦ ଦିବସ

ଦେବଗଡ଼:ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଆଜି ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ ୬୭ତମ ଓଡ଼ିଶା ପୁଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏସପି କିଶୋର ଚନ୍ଦ୍ର ମୁଣ୍ଡ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁଲିସ ବାହିନୀର ଅଭିବାଦନ ଗ୍ରହଣ କରିବା ସହ ଦେଶମାତୃକାର ସୁରକ୍ଷା ଓ ଜନସାଧାରଣଙ୍କ ସେବା କରିବା ସମୟରେ ପ୍ରାଣବଳି ଦେଇଥିବା ବୀର ଶହୀଦ ଯବାନମାନଙ୍କୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହାସହିତ ଏସ୍‌ପି ଶ୍ରୀ ମୁଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପାଠ କରିଥିଲେ।ଏହାପରେ ଦେଶ ପାଇଁ ବଳିଦାନ ଦେଇଥିବା ଶହୀଦଙ୍କ ଉଦ୍ଦେଶ୍ୟରେ ଅମର ଜବାନ ସ୍ମୃତି ସମ୍ଭରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା।ଏହି ଅବସରରେ ଜିଲ୍ଲାର ରିଆମାଳ ବ୍ଲକର ପୁଡାଡିହି ଗ୍ରାମର ଶହୀଦ ସ୍ବର୍ଗତ କାର୍ତ୍ତିକେଶ୍ବର ମହାପାତ୍ର ଓ ବାରକୋଟ ବ୍ଲକର ଭାଟସିଂ ଗ୍ରାମର ଶହୀଦ ସ୍ବର୍ଗତ ଶାନ୍ତନୁ ଧଳଙ୍କ ପରିବାରଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

  • Related Posts

    ଆଜିଠୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି

    ପୁରୀ,: ଗୁରୁବାର ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀବିଗ୍ରହ ରାଧାଦାମୋଦର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଠାକୁରଙ୍କୁ ସ୍ୱତନ୍ତ୍ର ବାଳଭୋଗ ଅର୍ପଣ କରାଯିବ । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ…

    Continue reading
    ଇଣ୍ଡୋନେସିଆ ଫେରିଯିବେ ୫ ଓରାଙ୍ଗଉଟାନ!

    ଓରାଙ୍ଗଉଟାନ ଫେରାଇନେବ କି ଇଣ୍ଡୋନେସିଆ? ଭୋଗରାଇରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ନନ୍ଦନକାନନ ସ୍ବତନ୍ତ୍ର ସେଲରେ ଅଛନ୍ତି ଉଦ୍ଧାର ଓରାଙ୍ଗଉଟାନ। ୫ ଓରାଙ୍ଗଉଟାନ ଶାବକଙ୍କୁ ଇଣ୍ଡୋନେସିଆ ନେବାକୁ ଉଦ୍ୟମ ଜାରି ରହିଛି। ଜାକର୍ତ୍ତା ସ୍ଥିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି