ଓରାଙ୍ଗଉଟାନ ଚାଲାଣ ମାମଲା: ହୋଟେଲ ମାଲିକ ବାପପୁଅଙ୍କୁ ଖୋଜୁଛି ଏସଟିଏଫ୍

କୁଆଡ଼େ ଗଲେ ଦୀଘା ହୋଟେଲ ମାଲିକ ? ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ହୋଟେଲ ମାଲିକ ବାପପୁଅଙ୍କୁ ଖୋଜୁଛି ଏସଟିଏଫ୍ । ହୋଟେଲ ମ୍ୟାନେଜରଙ୍କ ସହିତ ତିନି ଜଣଙ୍କୁ ଧରି ଚାଲିଛି ନନଷ୍ଟପ୍ ପଚରାଉଚରା । ହୋଟେଲ ମାଲିକଙ୍କ ଫୋନ୍ ବନ୍ଦ ଥିବା ସହ ସେ ଏବଂ ତାଙ୍କ ପୁଅ ଫେରାର ଥିବା ଜଣାପଡ଼ିଛି । ସ୍କାନରରେ ରହିଛି ବ୍ଲାକ୍ SUV। ଏସଟିଏଫ୍ ହାତରେ ଲାଗିଛି ଆଉ ଏକ CCTV ଫୁଟେଜ୍। ଏଥିରେ ରାତି ପ୍ରାୟ ୧୦ଟା ୫୬ ମିନିଟ୍ ସମୟରେ ଦୀଘାର ଏକ ହୋଟେଲ ନିକଟ ଦେଇ ଯାଉଛି କଳା ରଙ୍ଗର SUV । ଗାଡ଼ିଟି ସେତେବେଳେ କେଉଁଆଡ଼େ ଯାଉଥିଲା ଏବଂ ସେଥିରେ କଣ ଥିଲା ସେନେଇ ଛାନଭିନ କରାଯାଉଛି ।
ଏହା ପୂର୍ବରୁ ବିଚିତ୍ରପୁର ନିକଟରୁ ମଧ୍ୟ ଏକ କଳା SUV CCTV ଫୁଟେଜ୍ ସାମ୍ନାକୁ ଆସିଥିଲା। ଉଭୟ ଗାଡ଼ି ଗୋଟିଏ ନା ଅଲଗା ଅଲଗା ତାର ଯାଞ୍ଚ କରାଯାଉଛି। ପ୍ରଥମ ଫୁଟେଜ୍ ରେ ବିଚିତ୍ରପୁର ନିକଟରେ ରାତି ପ୍ରାୟ ୧୧ଟା ୩୫ ମିନିଟ୍ ସମୟରେ ସମାନ ଧରଣର ଏକ କଳା SUV ଯାଉଥିବା ଦେଖାଯାଇଥିଲା। ଆଉ ଏବେ ଦୀଘାରୁ ପୁଣି ନୂଆ ଫୁଟେଜ୍ ମିଳିବା ସନ୍ଦେହକୁ ଆହୁରି ଦୃଢୀଭୂତ କରିଛି। ଦୁଇଟି CCTV ଫୁଟେଜ୍ ର ସମୟ ମଧ୍ୟରେ ରହିଛି ପ୍ରାୟ ୩୯ ମିନିଟ୍ ର ବ୍ୟବଧାନ। ତେବେ ଏହି ୩୯ ମିନିଟ୍ ମଧ୍ୟରେ SUVଟି କେଉଁ ରାସ୍ତା ଦେଇ ଯାଇଥିଲା? ମଝିରେ କେଉଁଠି ଗାଡ଼ିଟି ଅଟକିଥିଲା କି ? ଗାଡ଼ିରେ କିଏ କିଏ ଥିଲେ ? ଓରାଙ୍ଗଉଟାନ ଚାଲାଣ ସହିତ ଏହାର କି ସମ୍ପର୍କ ? ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।

ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଏବେ CCTV ଫୁଟେଜ୍ କୁ ଯୋଡ଼ି ଯୋଡ଼ି ତଦନ୍ତ ଆଗକୁ ବଢ଼ାଉଛି ଏସଟିଏଫ୍। ଅନ୍ୟପଟେ ଦୀଘା ଏବଂ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ହୋଟେଲ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ୧୦୦ରୁ ଅଧିକ CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି। ଯାଞ୍ଚ ସମୟରେ କିଛି ସନ୍ଦିଗ୍ଧ ଗତିବିଧି ସମ୍ପର୍କରେ ତଥ୍ୟ ମିଳିଥିବା ଜଣାପଡ଼ିଛି।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ