ଭୁବନେଶ୍ବର,୧୯।୦୩।୨୦୨୬: କଳିଙ୍ଗ ଷ୍ଟାଡିୟମ୍ରେ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜନ ହେବାର ମାତ୍ର ୫ ଦିନ ପୂର୍ବରୁ ଓଡ଼ିଶା କ୍ରୀଡ଼ାକୁ ଆଉ ଏକ ବଡ଼ ଖୁସି ଖବର ମିଳିଛି। ୨୦୨୮ ବିଶ୍ବ ଇନ୍ଡୋର ଆଥଲେଟିକ୍ସ ପ୍ରତିଯୋଗିତାର ଆୟୋଜନ ଅଧିକାର ଭାରତକୁ ମିଳିଛି। ଏହି ସମ୍ମାନଜନକ ପ୍ରତିଯୋଗିତା ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ର ନବନିର୍ମିତ ଇନ୍ଡୋର ଆଥଲେଟିକ୍ ଷ୍ଟାଡିୟମ୍ରେ ଖେଳାଯିବ ବୋଲି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ) ଘୋଷଣା କରିଛି। ଏହି ପ୍ରତିଯୋଗିତା ଲାଗି ଭୁବନେଶ୍ବରକୁ ଆୟୋଜକ ସହର ଭାବେ ଦର୍ଶାଇ ଏଏଫ୍ଆଇ ଗତବର୍ଷ ଆନୁଷ୍ଠାନିକ ଭାବେ ବିଡ୍ ଦାଖଲ କରିଥିଲା। ପୋଲାଣ୍ଡର ତୋରୁନଠାରେ ଆୟୋଜିତ ବିଶ୍ବ ଆଥଲେଟିକ୍ସ ପରିଷଦ ବୈଠକରେ ଗୁରୁବାର ଏଥିରେ ସର୍ବସମ୍ମତିକ୍ରମେ ମୋହର ବାଜିଛି। କଳିଙ୍ଗ ଷ୍ଟାଡିୟମ୍ ଇନ୍ଡୋର ଷ୍ଟାଡିୟମ୍ର ଭିତ୍ତିଭୂମି ବିଶ୍ବସ୍ତରୀୟ। ସେଠାରେ ବିଶ୍ବ ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜନ କରି ଆମେ ଖୁସି ହେବୁ ବୋଲି ବିଶ୍ବ ଆଥଲେଟିକ୍ସ ସଭାପତି ସେବାସ୍ତଆନ କୋ କହିଛନ୍ତି। ସେହିଭଳି ୨୦୨୩୦ ବିଶ୍ବ ଇନ୍ଡୋର ଆଥଲେଟିକ୍ସ କାଜାଖସ୍ଥାନର ଆସ୍ତନାଠାରେ ହେବ ବୋଲି ଘୋଷଣା କରିଛନ୍ତି।
ଗତ ଜାନୁଆରିରେ ବିଶ୍ବ ଆଥଲେଟିକ୍ସର ଏକ ଦୁଇ ଜଣିଆ ପ୍ରତିନିଧି ମଣ୍ଡଳ କଳିଙ୍ଗ ଷ୍ଟାଡିୟମ୍ ଇନ୍ଡୋର ଷ୍ଟାଡିୟମ୍ ପରିଦର୍ଶନ କରି ଏଠାକାର ଭିତ୍ତିଭୂମିର ସୀମକ୍ଷା କରିଥିଲା। ସେହି ରିପୋର୍ଟ ଆଧାରରେ ଭୁବନେଶ୍ବରକୁ ବିଶ୍ବ ଇନ୍ଡୋର ଆଥଲେଟିକ୍ସ ପ୍ରତିଯୋଗିତାର ଆୟୋଜନ ଅଧିକାର ମିଳିଥିବା ଏଏଫ୍ଆଇ ପକ୍ଷରୁ କୁହାଯାଇଛି। ବିଶ୍ବ ଆଥଲେଟିକ୍ସର ଉପସଭାପତି ଆଦି ସୁମେରିୱାଲା କହିଛନ୍ତି ଯେ ଭୁବନେଶ୍ବରକୁ ୨୦୨୮ ବିଶ୍ବ ଇନ୍ଡୋର ଆଥଲେଟିକ୍ସ ଆୟୋଜନ ଅଧିକାର ମିଳିଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ସୂଚନାଯୋଗ୍ୟ ଯେ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚଳିତ ମାର୍ଚ୍ଚ ମାସ ୨୪ ଓ ୨୫ ଦୁଇ ଦିନ ଧରି ଖେଳାଯିବ। ଏହା ପୂର୍ବରୁ କଳିଙ୍ଗ ଷ୍ଟାଡିୟମ୍ରେ ୨୦୧୭ ମସିହାରେ ଏସିଆନ୍ ଆଥଲେଟିକ୍ସ ଏବଂ ଗତବର୍ଷ ସଫଳତାର ସହ ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ (କାଂସ୍ୟ) ଆୟୋଜିତ କରିଥିଲା।
ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ
ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…




