କାଲି ଓଡିଶା ବନ୍ଦ, ପ୍ରତିବାଦରେ ସାମିଲ ହେବାକୁ BJDକୁ ଇଣ୍ଡି ମେଣ୍ଟର ଖୋଲା ନିମନ୍ତ୍ରଣ

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ପ୍ରତିବାଦ କରୁଛନ୍ତି ବିରୋଧୀ । ଗତକାଲି ଇଣ୍ଡି ମେଣ୍ଟର ନେତାମାନେ ଦିଲ୍ଲୀରେ ପ୍ରତିବାଦ କରିଥିଲେ । ଆସନ୍ତାକାଲି ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । SIR ସହ MMDR ଆଇନ, ପାଠ୍ୟପୁସ୍ତକ ତ୍ରୁଟି ଓ ବନ୍ୟା ସହାୟତା ପ୍ରସଙ୍ଗରେ ରାଜ୍ୟବ୍ୟାପୀ ପ୍ରତିବାଦର ଆହ୍ୱାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରତିବାଦରେ ସାମିଲ ହେବା ପାଇଁ ବିଜେଡିକୁ ଇଣ୍ଡି ମେଣ୍ଟ ଖୋଲା ନିମନ୍ତ୍ରଣ କରିଛି ।
MMDR-୨୦୨୬ ସଂଶୋଧନ, SIR, ପାଠ୍ୟପୁସ୍ତକ ତ୍ରୁଟି ଓ ବନ୍ୟା ସହାୟତା ଭଳି ପ୍ରସଙ୍ଗକୁ ନେଇ କଂଗ୍ରେସ ସମେତ ଇଣ୍ଡି ମେଣ୍ଟର ସହଯୋଗୀ ଦଳଗୁଡ଼ିକ ୮ ଅକ୍ଟୋବର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦେଇଛନ୍ତି । ଆଉ ଏହି ବନ୍ଦରେ ବିଜେଡି ସାମିଲ ହେଲେ ସ୍ୱାଗତ କରାଯିବ ବୋଲି ଇଣ୍ଡି ମେଣ୍ଟ ଖୋଲାଖୋଲି ଭାବେ କହିଛି ଅର୍ଥାତ୍‌, ରାଜନୈତିକ ମତପାର୍ଥକ୍ୟକୁ ପଛରେ ରଖି ରାଜ୍ୟ ସ୍ୱାର୍ଥର ପ୍ରସଙ୍ଗରେ ବିଜେଡିକୁ ଏକ ମଞ୍ଚକୁ ଆସିବା ପାଇଁ ଆହ୍ୱାନ ଦେଇଛି ଇଣ୍ଡିଆ ବ୍ଲକ । ଗୋଟିଏ ପଟେ ବନ୍ଦ ଦାବି ଓ ପ୍ରସଙ୍ଗକୁ ନେଇ ଇଣ୍ଡି ମେଣ୍ଟ ଏକାଠି ହୋଇଥିବା ବେଳେ, ଅପରପକ୍ଷରେ ବିଜେଡି ଏହି ଆହ୍ୱାନକୁ କିଭଳି ଗ୍ରହଣ କରିବ, ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ଏହା କେବଳ ୧୨ ଘଣ୍ଟିଆ ବନ୍ଦ, ନା ଓଡ଼ିଶାର ବିରୋଧୀ ରାଜନୀତିରେ ଏକ ବଡ଼ ସମନ୍ୱୟର ସଙ୍କେତ, ତାହାର ଚିତ୍ର ଆସନ୍ତାକାଲି ସ୍ପଷ୍ଟ ହେବ ।

ମଙ୍ଗଳବାର ଭୁବନେଶ୍ୱର କଂଗ୍ରେସ ଭବନରେ ଇଣ୍ଡି ମେଣ୍ଟର ବୈଠକ ବସିଥିଲା । ବୈଠକ ପରେ ବନ୍ଦ ପ୍ରସ୍ତୁତି ଓ ରଣନୀତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି ବୋଲି କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ସୂଚନା ଦେଇଛନ୍ତି । କଂଗ୍ରେସ, ସିପିଆଇ, ସିପିଆଇଏମ୍‌, ଫରୱାର୍ଡ ବ୍ଲକ୍‌, ସମାଜବାଦୀ ପାର୍ଟି, ଆରଜେଡି ସମେତ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ବନ୍ଦକୁ ସମର୍ଥନ ଜଣାଇଛନ୍ତି । ଇଣ୍ଡିଆ ବ୍ଲକ ପକ୍ଷରୁ ରାଜ୍ୟବାସୀଙ୍କୁ ୮ ଅକ୍ଟୋବର ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସଫଳ କରିବାକୁ ଆହ୍ୱାନ କରାଯାଇଛି ।

  • Related Posts

    ଆଜିଠୁ ପାଳନ ହେବ ସେବା ସଂକଳ୍ପ ସପ୍ତାହ

    ଆଜିଠୁ ପାଳନ ହେବ ସେବା ସଂକଳ୍ପ ସପ୍ତାହ। ସରକାର ମୁଖ୍ୟ ଭାବେ ନିରବଚ୍ଛିନ୍ନ ୨୫ ବର୍ଷର ନେତୃତ୍ବ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇ ଏକ ସଂକଳ୍ପ ପାରିତ ହୋଇଛି। ଆଜିଠୁ ସାରା ଦେଶରେ ସେବା…

    Continue reading
    ସାମିଲ ହେବେ ଯୁବ ଓ କଟିଥିବା ଭୋଟର;୨୬ରୁ ଘରକୁ ଘର ବୁଲି ସର୍ଭେ

    ଭୁବନେଶ୍ୱର : ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍‌) ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଓ ଯୁବ ଭୋଟର୍‌ଙ୍କୁ ଭୋଟର୍‌ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବୁଧବାର ଠାରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ରାଜ୍ୟବ୍ୟାପୀ ସ୍ବତନ୍ତ୍ର ଅଭିଯାନ ଅନୁ‌ଷ୍ଠିତ ହେବ। ଭୋଟର ତାଲିକାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ