କାଳବୈଶାଖୀ ତାଣ୍ଡବ : ଗଛ ପଡି ୨ ମହିଳା ମୃତ

ଲମତାପୁଟ : କାଳବୈଶାଖୀ ତାଣ୍ଡବ। ଗଛ ପଡି ଦୁଇ ମହିଳାଙ୍କ ମୃତ୍ୟୁ l ଆନ୍ଧ୍ରପ୍ରଦେଶ ଅଲ୍ଲୁରୀ ଜିଲ୍ଲାର ପେଦାବାଇଲ ସାପ୍ତାହିକ ହାଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମହିଳା ୨ ଜଣ ହେଲେ ନନ୍ଦପୁରବ୍ଲକ ଜାରାଇ ଗ୍ରାମର ଚିତାମ୍ମା ଖରା ଏବଂ ତିଳତମା ଖରା ।

ନନ୍ଦପୁରବ୍ଲକ ଜାରାଇ ଗ୍ରାମର ଚିତାମ୍ମା ଖରା ଏବଂ ତିଳତମା ଖରା ପରିବା ବ୍ୟବସାୟ କରନ୍ତି। ଆନ୍ଧ୍ରପ୍ରଦେଶ ଅଲ୍ଲୁରୀ ଜିଲ୍ଲାର ପେଦାବାଇଲ ସାପ୍ତାହିକ ହାଟ ଥିଲା। ଉକ୍ତ ହାଟକୁ ଉଭୟ ପରିବା ବିକ୍ରି କରିବାକୁ ଯାଇଥିଲେ। କାଳବୈଶାଖୀ ଯୋଗୁଁ ହାଟ ମଝିରେ ଥିବା ଏକ ବିରାଟ ଗଛ ଦୁଇ ଜଣ ମହିଳାଙ୍କ ଉପରେ ପଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିଲା l ଘଟଣା ସ୍ଥଳରେ ପଟାଙ୍ଗୀ ବିଧାୟକ ପହଞ୍ଚି ମୃତ ମହିଳାଙ୍କ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି l

ସେହିପରି କଳାବୈଶାଖୀ ପ୍ରଭାବରେ ବିଜୁଳି ମାରିବାରୁ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଝଡିପଦର ଗ୍ରାମର କାମେୟା ସିରିକାଙ୍କ ମୃତ୍ୟୁ ହୋଇଛି I ଘରେ ବସିଥିବା ବେଳେ ହଠାତ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।

  • Related Posts

    ରାଜ୍ୟରେ ହେବ ୨୩ଟି ଟ୍ରକ ଟର୍ମିନାଲ: ମନ୍ତ୍ରୀ

    ଭୁବନେଶ୍ବର: ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସୁପ୍ରିମ କୋର୍ଟଙ୍କ କଠୋର ନିର୍ଦ୍ଦେଶ ପରେ ସଡ଼କ ସୁରକ୍ଷାକୁ ନେଇ ଓଡିଶାରେ ଆଲର୍ଟ । ରାଜ୍ୟର ବାଣିଜ୍ୟ ଓ ପରିବହନ ବିଭାଗ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଏହି ନିର୍ଦ୍ଦେଶଗୁଡ଼ିକୁ କଡ଼ାଭାବେ…

    Continue reading
    ମେଟ୍ରୋ ବଦଳରେ ଗଡ଼ିବ ବସ

    ଭୁବନେଶ୍ବର: କଟକ-ଭୁବନେଶ୍ବରରେ ଚାଲିବ ମେଟ୍ରୋ । ଏ ସ୍ବପ୍ନ ଅନେକ ଦିନ ଆଗରୁ ଦେଖି ଆସୁଛନ୍ତି ଟ୍ବିନସିଟିବାସୀ । ଆଉ ପୂର୍ବ ସରକାର ସମୟରେ ଏଥିପାଇଁ କାମ ମଧ୍ୟ ଆରମ୍ଭ ହେଲା । ହେଲେ ଏବେ ଏହି ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ