କାଳବୈଶାଖୀ ତାଣ୍ଡବ ୬ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ତାଣ୍ଡବ ସମ୍ଭାବନା ରହିଛି। ଆସନ୍ତା ୫ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ମାରିବା ଏପରିକି ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିବ। ତେବେ ଆଜି ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟମ ଧରଣର ବଜ୍ରପାତ ସହ ପବନ ବହିବା ସମ୍ଭାବନା। ତେଣୁ ଏହି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଏହି କାଳବୈଶାଖୀ ବର୍ଷା ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ବସ୍ତି ଦେଇଛି। ତେବେ ଗତକାଲି ରାଜଧାନୀ ଭୁବନେଶ୍ଵରରେ କାଳବୈଶାଖୀର ତାଣ୍ଡବରେ କେଉଁଠି ବିଜୁଳି ମାରିଥିବା ବେଳେ ଆଉ କେଉଁଠି ହୋର୍ଡିଂ ଖସି ପଡ଼ିଛି। ନୀଳାଦ୍ରି ବିହାର ସୋମନାଥ ବସ୍ତିରେ ଅଘଟଣ। ଘର ଉପରେ ବଜ୍ରପାତ ହୋଇଛି। ଏହା ସହିତ ବଜ୍ରପାତରେ ଘର ଛପର ଉଡି ଯାଇଛି। ସେହିପରି କଟକ ସତରୀଚଉରା ଛକରେ କାଳବୈଶାଖୀ ପ୍ରଭାବରେ ୩୦ ଫୁଟର ହୋର୍ଡିଂ ଭୁଶୁଡ଼ି ପଡ଼ିଛି। ବାଙ୍କୀ ଅଞ୍ଚଳରେ ପ୍ରବଳ ଝଡ଼ ତୋଫାନ ଓ ବର୍ଷା। ପ୍ରଭାବରେ ଭାଙ୍ଗିଲା ବଡ଼ ବଡ଼ ଗଛ। ରାସ୍ତାରେ ଉପରେ ଗଛ ପଡ଼ି ଯାତାୟାତ ଠପ୍ ହୋଇଯାଇଛି।

  • Related Posts

    କାଳବୈଶାଖୀ ତାଣ୍ଡବରେ ଚିରିଲା ପତିତପାବନ ବାନା

    ପୁରୀ: କାଳବୈଶାଖୀରେ ପ୍ରବଳ ପବନ ବର୍ଷା ଯୋଗୁଁ ପୁରୀ ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନା ଚିରି ଯାଇଛି। ତେବେ ଶ୍ରୀମନ୍ଦିର ନୀତି କାନ୍ତି ଅନୁଯାୟୀ ଅପରାହ୍ନରେ ଚୁନରା ସେବକମାନେ ପ୍ରତିଦିନ ନୀଳଚକ୍ରରେ ପତିତପାବନ ବାନା ଲାଗି କରିଥାନ୍ତି। ସନ୍ଧ୍ୟା ଧୂପ ପୂର୍ବରୁ…

    Continue reading
    ବିଜେବି କଲେଜ ପାଲଟିଛି ରଣକ୍ଷେତ୍ର

    ଭୁବନେଶ୍ବର: କମେଣ୍ଟ୍‌ ମରାରୁ ରଣକ୍ଷେତ୍ର ପାଲଟିଛି ବିଜେବି କଲେଜ ପରିସର। ପୁଣି ଛାତ୍ର ଅଶାନ୍ତି ହିଂସାତ୍ମକ ରୂପ ନେଇଛି। ଆଜି ପ୍ରିନ୍ସିପାଲ୍‌ଙ୍କ ପ୍ରକୋଷ୍ଠରେ କମେଣ୍ଟ ମରାକୁ ନେଇ ଆଲୋଚନା ଚାଲିଥିବା ବେଳେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଛି। ଏଥିରେ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା