କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ଓ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ପୁସ୍ତକ ଆହ୍ୱାନ

୨୦୨୬ ବର୍ଷର ଯୁବ ପୁରସ୍କାର ଓ ବାଲ୍ ସାହିତ୍ୟ ପୁରସ୍କାର ଚୟନ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ପ୍ରକାଶକ ଓ ଭାରତୀୟ ଲେଖକମାନଙ୍କ ପାଖରୁ ଅକାଦେମି ସ୍ୱୀକୃତ ୨୪ଟି ଭାଷାର ପୁସ୍ତକ ଆହ୍ୱାନ କରାଯାଇଛି । ଯୁବ ପୁରସ୍କାର ପାଇଁ ଲେଖକଙ୍କ ବୟସ ୧ ଜାନୁଆରୀ ୨୦୨୬ ସୁଦ୍ଧା ୩୫ ବର୍ଷ ବା ତା’ଠାରୁ କମ୍ ହୋଇଥିବା ଉଚିତ । ବାଲ୍ ସାହିତ୍ୟ ପୁରସ୍କାର ପାଇଁ ପୁସ୍ତକଗୁଡ଼ିକ ୯ରୁ ୧୬ ବର୍ଷ ବୟସର ପାଠକମାନଙ୍କୁ ଦୃଷ୍ଟିରେ ରଖି ରଚିତ ହୋଇଥିବା ଆବଶ୍ୟକ । ୨୦୨୦, ୨୦୨୧, ୨୦୨୨, ୨୦୨୩ ଏବଂ ୨୦୨୪ ମସିହାରେ (ଅର୍ଥାତ୍ ୧ ଜାନୁଆରି ୨୦୨୦ରୁ ୩୧ ଡିସେମ୍ବର ୨୦୨୪ ମଧ୍ୟରେ) ପ୍ରଥମେ ପ୍ରକାଶିତ ପୁସ୍ତକଗୁଡ଼ିକୁ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ବିଚାରକୁ ନିଆଯିବ । ଉଭୟ ପୁରସ୍କାର ପାଇଁ ଆବେଦନ ପତ୍ର ଏବଂ ପୁସ୍ତକ ଜମା ଦେବାର ଶେଷ ତାରିଖ ହେଉଛି ୩୧ ଅଗଷ୍ଟ ୨୦୨୫। ଓଡ଼ିଆ ଭାଷାର ପୁସ୍ତକ ସାହିତ୍ୟ ଅକାଦେମିର କୋଲକାତାସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଇବାକୁ ହେବ। ଯୁବ ପୁରସ୍କାର ଏବଂ ବାଲ୍ ସାହିତ୍ୟ ପୁରସ୍କାର ବିଜେତାମାନଙ୍କୁ ସମ୍ମାନଜନକ ଉତ୍ସବରେ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ଫଳକ ଓ ମାନପତ୍ର ପ୍ରଦାନ କରାଯାଇଥାଏ । ଉଭୟ ପୁରସ୍କାର ସମ୍ପର୍କିତ ସବିଶେଷ ନିୟମାବଳୀ ଏବଂ ଆବେଦନପତ୍ର ସାହିତ୍ୟ ଅକାଦେମିର ୱେବ୍ସାଇଟ୍ www.sahitya-akademi.gov.in ରେ ଉପଲବ୍ଧ ଅଛି ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ