ଭୁବନେଶ୍ବର: ରାଜ୍ୟରେ ଅମଳ ସମୟରେ ଅଦିନିଆ ବର୍ଷା କ୍ଷୟକ୍ଷତି ଚାଷୀକୂଳକୁ ଅସ୍ତବ୍ୟସ୍ତ କରିଛି । କ୍ଷେତରେ ଅମଳ ଧାନ ପାଣିରେ ଭାସୁଥିବା ବେଳେ ମଣ୍ଡି ଖୋଲିବାରେ ମଧ୍ୟ ବିଳମ୍ବ ହେବାରେ ଲାଗିଛି । ଏହି କାରଣରୁ ଏକାଧିକ ସ୍ଥାନରୁ ଚାଷୀ ଆତ୍ମହତ୍ୟାର ଅଭିଯୋଗ ମଧ୍ୟ ଆସିଲାଣି । ଯାହା ମୋହନ ସରକାର ପାଇଁ ଅଡୁଆ ସ୍ଥିତି ସୃଷ୍ଟି କଲାଣି । ଏପରି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ସିଧା କ୍ଷେତକୁ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବିତ ଜିଲ୍ଲା ଗସ୍ତ କାର୍ୟ୍ୟକ୍ରମ ଡିସେମ୍ବର ୩୦ରୁ ଆରମ୍ଭ ହେବ । ଗୃହଜିଲ୍ଲା ଗଞ୍ଜାମରୁ କାର୍ୟ୍ୟକ୍ରମ ଆରମ୍ଭ କରିବେ ବିଜେଡି ସଭାପତି । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ କ୍ଷେତକୁ ପରିଦର୍ଶନରେ ଯିବା ସହ ଚାଷୀଙ୍କୁ ଭେଟିବେ ନବୀନ । ପରବର୍ତ୍ତୀ ସମୟରେ ନବୀନଙ୍କ ଅନ୍ୟାନ୍ୟ ଜିଲ୍ଲା ଗସ୍ତ କାର୍ୟ୍ୟକ୍ରମ ରହିଛି ।
ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି
ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ ସଂରକ୍ଷଣ ପାଇଁ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି । । ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ ଦିଆଯାଇଛି…




