ମଣ୍ଡି ଅବ୍ୟବସ୍ଥା ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକ, ଚାଷୀଙ୍କ ସହ ଆଲୋଚନା କର: ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ବର: ମଣ୍ଡିରେ ଅବ୍ଯବସ୍ଥା ଓ ଚାଷୀ ଶୋଷଣକୁ ନେଇ ଗଦା ଗଦା ଅଭିଯୋଗ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସମସ୍ୟାର ସମାଧାନ ପାଇଁ ମୁଖ୍ଯମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିବା ସହ ଚାଷୀ ସଂଗଠନ ସହ ଆଲୋଚନା କରନ୍ତୁ ବୋଲି ଦାବି କରିଛନ୍ତି ରଣେନ୍ଦ୍ର । ସେ କହିଛନ୍ତି, ସୋହେଲାରେ ଗୋଟିଏ ମାସ ତଳେ ମୁଖ୍ଯମନ୍ତ୍ରୀ ଘୋଷଣା କରିଥିଲେ, ଚାଷୀଙ୍କୁ ଶୋଷଣ କଲେ ଜେଲ ପଠାଯିବ । କିନ୍ତୁ ସବୁଠି ଚାଷୀଙ୍କୁ ଶୋଷଣ ବଢି ଚାଲିଛି । ବିଭିନ୍ନ ଜିଲ୍ଲା ଦାୟିତ୍ଵ ମନ୍ତ୍ରୀମାନଙ୍କୁ ଦେଲେ, ହେଲେ ଅବସ୍ଥା ସୁଧୁରୁନି । ଅଦିନିଆ ବର୍ଷାରେ ଚାଷ ଉଜୁଡିଯିବା ନେଇ ୪ ଦିନରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଲାଣି । ଇତିହାସରେ ଏପରି ଘଟଣା ବିରଳ । ବର୍ତ୍ତମାନ ସୁଦ୍ଧା ୭୦ରୁ ୯୦ ପ୍ରତିଶତ ଧାନ ଉଠିଯିବା କଥା, ହେଲେ ତାହା ହୋଇନି । ଏପରି ଅବ୍ଯବସ୍ଥା ଯୋଗୁଁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ସେ ଆଗକୁ କହିଛନ୍ତି, ଧାନ କିଣା ସାଇକେଲକୁ ଭାଙ୍ଗି ଦେଲେ ସରକାର । ଚାଷୀ ପଡୋଶୀ ରାଜ୍ୟର ମିଲରଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କ ପାଖରେ ଏହାର ମୁକାବିଲା କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଧାନ ଉଠି ପାରୁ ନଥିବାରୁ ରବି ଚାଷ ମଧ୍ୟ ପ୍ରଭାବିତ ହେବ । ସରକାର କଟନି ଛଟନି ହେବନି ବୋଲି ଘୋଷଣା କରିଥିଲେ । ହେଲେ ଏବେ କ’ଣ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ପଚାରିଛନ୍ତି, ବର୍ଷା ପାଇଁ ଧାନ ରଙ୍ଗ ବଦଳି ଗଲା । ସେ ଧାନକୁ ସରକାର ଉଠାଇବେ ନା ନାହିଁ ସ୍ପଷ୍ଟ କରନ୍ତୁ ।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ