ବରଗଡ଼ ଧନୁଯାତ୍ରା: ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ

ବରଗଡ଼: ଆଉ ମାତ୍ର ୫ ଦିନ ପରେ ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଯିବ। ଆସନ୍ତା ୩ ତାରିଖ ଠାରୁ ଆରମ୍ଭ ‌ହେବାକୁ ଥିବା ଏହି ୧୧ ଦିବସୀୟ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମୁକ୍ତାକାଶ ରଂଗମଞ୍ଚ ପୁଣି ଥରେ ମହାରାଜ କଂସଙ୍କ ସଂଳାପରେ ଗଗନ ପବନ ପ୍ରକମ୍ପିତ ହେବ। ବରଗଡ଼ରେ ମହାରାଜ କଂସଙ୍କ ରାଜୁତି ଚାଲିବ। ଏହି ଯାତ୍ରାକୁ ଅଧିକ ‌ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ଲାଗି ରାଜ୍ୟ ସରକାର ଅନୁଦାନ ରାଶି ବଢ଼ାଇଛନ୍ତି। ପୂର୍ବରୁ ଏହି ଯାତ୍ରା ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ମିଳୁଥିବା ବେଳେ ଏଥର ଏହାକୁ ବଢ଼ାଇ ୧ କୋଟିକୁ କରିଛନ୍ତି। ଏହି ବର୍ଦ୍ଧିତ ଅନୁଦାନ ପାଇଁ ପ୍ରମୁଖ ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ମିଳିବ। ଧନୁଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ ହୋଇଛି। ସେହିପରି ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ଲାଗି ସରକାର ସ୍ୱତନ୍ତ୍ର ୱେବସାଇଟ୍ ନିର୍ମାଣ କରୁଥିବା ବେଳେ ରାଜ୍ୟବ୍ୟାପି ଏଲ୍‌ଇଡି ପରଦାରେ ଧନୁଯାତ୍ରାର ସିଧାପ୍ରସାରଣ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା-୨୦୨୫ ଦେଖିବେ। ଏହା ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ। ବରଗଡ଼ର ଧନୁଯାତ୍ରା ଦେଖିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୮ ତାରିଖରେ ନିଜେ ଘୋଷଣା କରିଛନ୍ତି। ବରଗଡ଼ ଜିଲ୍ଲା ସୋହେଲା ଠାରେ ଇନ୍‌ପୁଟ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ ଅବସରରେ ସେ ଏହି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବରଗଡ଼ ଧନୁଯାତ୍ରା କମିଟି ମହଲରେ ଖୁସିର ଲହରି ଦେଖାଯାଇଛି। ଏହାର କାରଣ ହେଲା ଦୀର୍ଘ ୨୩ ବର୍ଷର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଧନୁଯାତ୍ରାରେ ଯୋଗଦେବେ। ବରଗଡ଼ ଧନୁଯାତ୍ରାରେ ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ୨୦୦୨ରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ୧୯୯୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ୧୯୭୦ରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ବରଗଡ଼ ଧନୁଯାତ୍ରାରେ ଯୋଗ ଦେଇଥିଲେ।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ