ଖୁବ୍‌ଶୀଘ୍ର ଓଡ଼ିଶା ପୁଲିସରେ ଗଠନ କରାଯିବ ୩ ସ୍ୱତନ୍ତ୍ର ନୂତନ ବିଭାଗ

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଅଧିକ ସୁଦୃଢ଼ କରିବା ଏବଂ ଅପରାଧ ନିୟନ୍ତ୍ରଣକୁ ବ୍ୟାପକ କରିବା ପାଇଁ ଓଡ଼ିଶା ପୁଲିସରେ ଏକ ବଡ଼ଧରଣର ସଂସ୍କାର ଅଣାଯାଇଛି। ଖୁବ୍‌ଶୀଘ୍ର ଓଡ଼ିଶା ପୁଲିସରେ ୩ଟି ସ୍ୱତନ୍ତ୍ର ନୂତନ ବିଭାଗ ଗଠନ କରାଯିବ। ଏ ସଂପର୍କରେ ପୁଲିସ ମହାନିର୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି। ରାଜ୍ୟରେ ବଢ଼ୁଥିବା ଆତଙ୍କବାଦୀ ଆଶଙ୍କା, ନିଶା କାରବାର ଏବଂ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଏହି ତିନୋଟି ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆଣ୍ଟି-ଟେରୋରିଷ୍ଟ ସ୍କ୍ୱାଡ୍ ରାଜ୍ୟରେ ଯେକୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ତଥା ସନ୍ଦିଗ୍ଧ ଗତିବିଧି ଉପରେ କଡ଼ା ନଜର ରଖିବ ଏବଂ ଏହାର ମୁକାବିଲା କରିବ। ଏହି ବିଭାଗ ପାଇଁ ରାଜ୍ୟର ବଛାବଛା କମାଣ୍ଡୋମାନଙ୍କୁ ମନୋନୟନ କରାଯାଇ ସ୍ୱତନ୍ତ୍ର ଏବଂ ଅତ୍ୟାଧୁନିକ ତାଲିମ ପ୍ରଦାନ କରାଯାଉଛି। ସେହିପରି, ଆଣ୍ଟି-ନାର୍କୋଟିକ୍‌ ଟାସ୍କଫୋର୍ସ ଓଡ଼ିଶାରେ ବେଆଇନ ମାଦକ ଦ୍ରବ୍ୟ (ଯଥା- ଗଞ୍ଜା, ବ୍ରାଉନସୁଗର ଏବଂ କଫ୍‌ ସିରପ୍‌) କାରବାର ଏବଂ ଚାଲାଣ ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଇବ। ଦିନକୁଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଏବଂ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ରୋଡ୍‌ ସେଫ୍‌ଟି ୱିଙ୍ଗ୍‌ କାର୍ଯ୍ୟ କରିବ। ଏହି ସ୍ୱତନ୍ତ୍ର ବିଭାଗ ପାଇଁ ରାଜ୍ୟ ସରକାର ୨୦୦୦ଟି ନୂତନ ପଦବୀକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଜଣେ ଏଡିଜି ରାଙ୍କର ଅଧିକାରୀ ଏହାର ମୁଖ୍ୟ ରହିବେ। ଏହି ଟାସ୍କଫୋର୍ସକୁ ଅଧିକ କ୍ଷମତାସମ୍ପନ୍ନ କରିବା ପାଇଁ ରାଜ୍ୟରେ ୧୦ଟି ନୂଆ ସ୍ୱତନ୍ତ୍ର ଥାନା ଏବଂ ୧୯ଟି ଗୁଇନ୍ଦା ୟୁନିଟ୍ ଗଠନ ଲାଗି ପ୍ରସ୍ତାବ ଦିଆଯାଇଛି।

ଗତ କିଛି ବର୍ଷ ହେବ, ଓଡ଼ିଶାରେ ଅନ୍ତଃରାଜ୍ୟ ଅପରାଧ ସଞ୍ଚାର ଏବଂ ନିଶା କାରବାର ଚିନ୍ତାର ବିଷୟ ପାଲଟିଛି। ବିଶେଷକରି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, କୋରାପୁଟ ଓ ମାଲକାନଗିରି ଭଳି ଜିଲାରେ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣକୁ ପ୍ରତିହତ କରିବାକୁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଅଭିଯାନ ଜାରି ରହିଛି। ଏହାବ୍ୟତୀତ, ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଅଭେଦ୍ୟ କରିବା ଏବଂ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଗୁଇନ୍ଦା ସୂଚନାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ୩ଟି ନୂଆ ୱିଙ୍ଗ୍‌ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଅପରାଧ ନିୟନ୍ତ୍ରଣ ଦିଗରେ ଓଡ଼ିଶା ପୁଲିସ ଆହୁରି ଅଧିକ ସଫଳ ହେବ ବୋଲି ଆଶା କରାଯାଉଛି।

  • Related Posts

    ଏଣିକି ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କାର୍ଯ୍ୟାନୁଷ୍ଠାନ

    ଭୁବନେଶ୍ୱର: ଏଣିକି ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷରେ ଲାଗିବ ସମ୍ପୂର୍ଣ୍ଣ ରୋକ୍। ଗଞ୍ଜେଇ ଚାଷ ରୋକିବାକୁ ପ୍ରଶାସନ ପକ୍ଷରୁ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି…

    Continue reading
    ତ୍ରିରଙ୍ଗା ତଳେ ଏକତାର ବାର୍ତ୍ତା, ରାଇକିଆରେ ଦେଶପ୍ରେମର ଯାତ୍ରା”

    ରାଇକିଆ: ଭାରତ ସରକାର ଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଏବଂ ଦେଶପ୍ରେମ ଓ ଜାତୀୟତାର ଭାବନାକୁ ଉଜ୍ଜୀବିତ କରି ରାଇକିଆରେ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ରାଇକିଆ ବ୍ଲକ ଭାଜପା ପକ୍ଷରୁ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ